କେମିତି ୭୫ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ ଡିଭିଲିୟର୍ସ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 27, 2021

କେମିତି ୭୫ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ ଡିଭିଲିୟର୍ସ, ଦେଖନ୍ତୁ ଭିଡିଓ

ଚେନ୍ନାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲର ଗୋଟିଏ ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ବିରାଟ କୋହଲିଙ୍କ ଆରସିବି ଚଳିତ ଆଇପିଏଲରେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଯାଇଛି। ଆରସିବି ପକ୍ଷରୁ ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ଇନିଂସ୍‌ ଖେଳିବାରୁ ଦଳ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ସ୍କୋର କରିବାକୁ ସକ୍ଷମ ହୋଇଥିଲା।

ସେ ମାତ୍ର ୪୨ଟି ବଲ୍‌ରେ ଏହି ତୁଫାନି ପାରି ଖେଳିଛନ୍ତି। ଡିଭିଲିୟର୍ସ ତାଙ୍କ ଇନିଂସରେ ୫ଟି ଛକା ଓ ୩ଟି ଚୌକା ମାରିଥିଲେ। ଫଳରେ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୭୧ ରନ୍‌ କରିଥିଲା। ଦିଲ୍ଲୀ ଏହାର ପିଛା କରି ଗୋଟିଏ ରନ୍‌ ପଛରେ ରହି ଯାଇଥିଲା।

ଆରସିବିର ବିଜୟ ପରେ ଡିଭିଲିୟର୍ସଙ୍କ ବିସ୍ଫୋରକ ଇନିଂସ୍‌ର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଡିଭିଲିୟର୍ସ ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ଆସିବା ବେଳେ ଆରସିବି ରନ୍‌ ପାଇଁ ସଂଘର୍ଷ କରୁଥିଲା। ଦଳର ଟପ୍‌ ଅର୍ଡର ବ୍ୟାଟସମ୍ୟାନ ଶସ୍ତାରେ ଆଉଟ ହୋଇ ପ୍ୟାଭିଲିୟନ ଫେରି ଯାଇଥିଲେ। ତଥାପି ଡିଭିଲିୟର୍ସ କ୍ରିଜ୍‌କୁ ଆସିବା କ୍ଷଣି ବଡ଼ ଶଟ୍‌ ଖେଳିବା ଆରମ୍ଭ କରିଥିଲେ। ସେ ପ୍ରତିଟି ଦିଲ୍ଲୀ ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ଏଥିସହ ସେ ଆଇପିଏଲ୍‌ରେ ସେ ସବୁଠାରୁ କମ ବଲ୍‌ରେ ୫ ହଜାର ରନ୍‌ କରିବାର ରେକର୍ଡ ମଧ୍ୟ ସୃଷ୍ଟି କରିଥିଲେ।


ଗତକାଲି ମ୍ୟାଚ୍‌ରେ ଡିଭିଲିୟର୍ସଙ୍କ ବ୍ୟତୀତ ରଜତ ପାଟିଦାର(୩୧) ଓ ଗ୍ଲେନ ମ୍ୟାକ୍ସୱେଲ(୨୧) ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଆରିସିବି ଶେଷ ୭ ଓଭର୍‌ରେ ୭୭ ରନ୍‌ ଯୋଡ଼ିବାକୁ ସକ୍ଷମ ହୋଇଥିଲା। ୧୭୨ ରନ୍‌ ଟାର୍ଗେଟ ପିଛା କରୁଥିବା ଦିଲ୍ଲୀ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

ତେବେ ଶିମରନ ହେଟମେୟର ୨୫ ବଲ୍‌ରେ ୫୩ ଓ ଅଧିନାୟକ ଋଷଭ ପନ୍ତ ୪୮ ବଲରେ ଅପରାଜିତ ୫୮ ରନ୍‌ କରିବାରୁ ଦଳ ଶେଷ ବଲ୍‌ ଯାଏ ମ୍ୟାଚ୍‌କୁ ନେଇଥିଲା। ହେଟମେୟର ଓ ପନ୍ତ ୭.୨ ଓଭର୍‌ରେ ଅପରାଜିତ ୭୮ ରନ୍‌ ସଂଗ୍ରହ କରିଥିଲେ ହେଁ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ କେବଳ ୧୭୦ ରନ୍‌ କରିପାରିଥିଲା।

ଜିତିବା ପାଇଁ ଦିଲ୍ଲୀକୁ ଶେଷ ଓଭର୍‌ରେ ୧୪ ରନ୍‌ ଦରକାର ଥିଲା। ହେଲେ ପନ୍ତ ଓ ହେଟମେୟର ୧୨ ରନ୍‌ କରିପାରିଥିଲେ।

The post କେମିତି ୭୫ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ ଡିଭିଲିୟର୍ସ, ଦେଖନ୍ତୁ ଭିଡିଓ appeared first on Odisha Reporter.



from Odisha Reporter https://ift.tt/2S9HQAJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages