ଚେନ୍ନାଇ: ଆଇପିଏଲ ୨୦୨୧ର ଓପନିଂ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପୂର୍ବ ଥରର ବିଜେତା ମୁମ୍ୱାଇ ଇଣ୍ଡିଆନସକୁ ହରାଇଛି। ଏବି ଡିଭିଲିୟର୍ସଙ୍କ ଦମଦାର ବ୍ୟାଟିଂ ଆରସିବିକୁ ଜିତାଇଛି। ତେବେ ମୁମ୍ୱାଇ ଇଣ୍ଡିଆନ୍ସର ବୋଲିଂ ମଧ୍ୟ କିଛି ଖରାପ ନଥିଲା। ଜିତିବା ପାଇଁ ଆରସିବିକୁ ମ୍ୟାଚ୍ର ଅନ୍ତିମ ବଲ ପର୍ଯ୍ୟନ୍ତ ଖେଳିବାକୁ ପଡ଼ିଥିଲା। ଆଉ ତା’ସହିତ ମୁମ୍ୱାଇ ଇଣ୍ଡିଆନ୍ସ ନବମ ଥର ପାଇଁ ତା’ର ଓପନିଂ ମ୍ୟାଚରେ ପରାସ୍ତ ହୋଇଛି। ୨୦୧୩ରେ ପ୍ରଥମ ଥର ମୁମ୍ୱାଇ ଇଣ୍ଡିଆନ୍ସ ତା’ର ଓପନିଂ ମ୍ୟାଚ୍ ହାରିଥିଲା। ଆଉ ତା’ପରଠୁ ଏହି ଧାରା ବଜାୟ ରହିଛି।
୨୦୧୩ରେ ମୁମ୍ବାଇ ଆର୍ସିବି ଠାରୁ ପରାସ୍ତ ହୋଇଥିବା ବେଳେ ୨୦୧୪ରେ କେକେଆର୍, ୨୦୧୫ରେ କେକେଆର୍, ୨୦୧୬ରେ ଆର୍ପିଏସ୍, ୨୦୧୭ରେ ଆର୍ପିଏସ୍, ୨୦୧୮ରେ ସିଏସ୍କେ, ୨୦୧୯ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଓ ୨୦୨୦ରେ ସିଏସ୍କେ ଠାରୁ ତା’ର ପ୍ରଥମ ମ୍ୟାଚ୍ରେ ପରାସ୍ତ ହୋଇଥିଲା।
ଗତକାଲି ଆଇପିଏଲର ୧୪ତମ ସିଜିନର ଉଦଘାଟନୀ ମ୍ୟାଚରେ ଡି ଭିଲିୟର୍ସ ଚାରିଟି ଚୌକା ଓ ଦୁଇଟି ଛକା ସହ ୨୭ ବଲରେ ୪୮ ରନ୍ କରି ଦଳକୁ ବିଜୟୀ କରାଇଥିଲେ। ହେଲେ ବିଜୟୀ ପାଇଁ ୨ ରନ ବାକିଥିବା ବେଳେ ଆଉଟ ହୋଇଯାଇଥିଲେ ଡି ଭିଲିୟର୍ସ। କିନ୍ତୁ ଶେଷ ବଲରେ ହର୍ଷଲ ପଟେଲ ଗୋଟିଏ ରନ ନେଇ ଦଳକୁ ଦୁଇଟି ୱିକେଟରେ ବିଜୟୀ କରାଇଥିଲେ।
ଚେନ୍ନାଇର ଏମ୍.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ମୁମ୍ବାଇ। ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ୱିକେଟ ହରାଇ କରିଥିଲା ୧୫୯ ରନ୍ କରିଥିଲା। ଏହି ନଅଟି ଓ୍ୱିକେଟରୁ ଆରସିବିର ବୋଲର ହର୍ଷଲ ପଟେଲ ୫ଟି ୱିକେଟ୍ ନେଇଥିଲେ।
୧୬୦ ରନର ବିଜୟ ଲକ୍ଷ୍ୟ ନେଇ ଆରସିବି ପକ୍ଷରୁ ଓପନିଂ କରିବାକୁ ଓହ୍ଲାଇଥିଲେ ୱାଶିଂଟନ୍ ସୁନ୍ଦର ଏବଂ ବିରାଟ କୋହଲି। ହେଲେ ୧୬ ବଲରେ ମାତ୍ର ୧୦ ରନ୍ କରି ଓ୍ୱାଶିଂଟନ ସୁନ୍ଦର କୃନାଲ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ କୋହଲିଙ୍କ ସହ ପ୍ରଥମ ୱିକେଟ୍ ପାଇଁ ୩୬ ରନ୍ ଯୋଡିଥିଲେ। ତିନି ନମ୍ବର ସ୍ଥାନରେ ରଜତ ପଟିଦାର ଆସିଥିଲେ। ମାତ୍ର ୮ ରନ କରିଥିବା ବେଳେ ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍ରେ ବୋଲ୍ଡ ହୋଇଯାଇଥିଲେ।
ଏହା ପରେ କୋହଲି ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଯୋଡ଼ି କ୍ରିଜ୍ରେ ଜମି ଆସୁଥିଲା। ହେଲେ ବିରାଟ କୋହଲିଙ୍କୁ ଏଲବିଡବ୍ଲ୍ୟୁ କରି ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ ଜସପ୍ରୀତ ବୁମ୍ରା। କୋହଲି ଚାରିଟି ଚୌକା ସହ ୨୯ ବଲରେ ୩୩ ରନ୍ ସଂଗ୍ରହ କରିଥିଲେ। ଆଉ ଏହାପରେ ଏବି ଡିଭିଲିୟର୍ସ ମ୍ୟାଚକୁ ଶେଷ ପର୍ଯ୍ୟନ୍ତ ବିଜୟୀ ହେବା ପାଇଁ ଦୁଇ ରନ୍ ବାକି ଥିବା ବେଳେ ଆଉଟ୍ ହୋଇଥିଲେ। ଆଉ ଶେଷ ବଲରେ ହର୍ଷଲ ପଟେଲ ଗୋଟିଏ ରନ ନେଇ ଦଳକୁ ଦୁଇଟି ୱିକେଟରେ ବିଜୟୀ କରାଇଥିଲେ।
ହର୍ଷଲଙ୍କୁ ୫ ୱିକେଟ: ବିରାଟଙ୍କ ଆଗରେ ୧୬୦ ରନ୍ର ଟାର୍ଗେଟ – Odisha Reporter
The post ମୁମ୍ବାଇର ଅଲୋଡ଼ା ରେକର୍ଡ: ବଜାୟ ରଖିଲା ପରାଜୟ ପରମ୍ପରା appeared first on Odisha Reporter.
from Odisha Reporter https://ift.tt/3dLYuNU
No comments:
Post a Comment