ରେଳଯାତ୍ରୀଙ୍କ ପାଇଁ ଆଜିଠୁ ନିୟମ କଡ଼ାକଡ଼ି, ‘RT-PCR ଟେଷ୍ଟ କର, ନଚେତ ୭ ଦିନ କ୍ୱାରେଣ୍ଟାଇନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 9, 2021

ରେଳଯାତ୍ରୀଙ୍କ ପାଇଁ ଆଜିଠୁ ନିୟମ କଡ଼ାକଡ଼ି, ‘RT-PCR ଟେଷ୍ଟ କର, ନଚେତ ୭ ଦିନ କ୍ୱାରେଣ୍ଟାଇନ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ବିଭିନ୍ନ ସ୍ଥାନରୁ ଓଡ଼ିଶା ଆସୁଥିବା ରେଳଯାତ୍ରୀଙ୍କ ପାଇଁ RT-PCR ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ଆଜିଠୁ ଏହି ନିୟମ ଲାଗୁହେବ ବୋଲି  ପୂର୍ବତଟ ରେଲବାଇ ପକ୍ଷରୁ ସୂଚନା ଦିଆଯାଇଛି।

ରେଳଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଯାତ୍ରୀ RT-PCR ଟେଷ୍ଟ କରାଇବେ । ନେଗେଟିଭ୍ ରିପୋର୍ଟ ଥିଲେ ହିଁ ଯାତ୍ରା ପାଇଁ ଅନୁମତି ଦିଆଯିବ। ନଚେତ୍ ଯାତ୍ରୀଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣର ସାର୍ଟିଫିକେଟ୍ ଜରୁରୀ । ଏହି ବୈଧ ପ୍ରମାଣ ପତ୍ର ନଥିଲେ ସେମାନଙ୍କୁ ୭ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍ କରାଯିବ ବୋଲି ପୂର୍ବତଟ ରେଲୱେ ପକ୍ଷରୁ କୁହାଯାଇଛି ।

ଓଡ଼ିଶାର କିଛି ସ୍ଥାନରେ ବଢ଼ିଚାଲିଥିବା କରୋନା ସଂକ୍ରମଣକୁ ଦେଖି ରେଲୱେ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ଯୋଗୁ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ କରୋନାର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ପାଇଁ ଏହି କଟକଣା ଜାରି କରିଛି ରେଲୱେ ।

ସୂଚନାଯୋଗ୍ୟ, ଓଡ଼ିଶାରେ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି ସଂକ୍ରମଣ ହାର। ରାଜ୍ୟରେ ମହାମାରୀ ଏବେ ଉପରମୁହାଁ ଥିବା ବେଳେ ଗତକାଲି ଲମ୍ବ ଡିଆଁ ମାରି ସଂକ୍ରମିତଙ୍କ ସଂଖ୍ୟା ୧୨୮୨ରେ ପହଞ୍ଚିଗଲା। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯୨ ଓ କଳାହାଣ୍ଡିରୁ ୧୦୮ ଜଣ ଚିହ୍ନଟ ହୋଇଛନ୍ତି। ବରଗଡ଼ ଜିଲ୍ଲାରୁ ୮୪ ଜଣ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ୮୨ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସଂକ୍ରମଣର ଗତିକୁ ରୋକା ନ ଗଲେ ଖୁବ୍‌ କମ୍‌ ଦିନରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହେବ ବୋଲି ବିଶେଷଜ୍ଞ ଚରମ ବାଣୀ ଶୁଣାଇ ସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ନିୟମକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଏଣିକି  ମାସ୍କ ନପିନ୍ଧିଲେ ଦେବାକୁ ପଡ଼ିବ ଦୁଇଗଣା ଫାଇନ୍। ଅର୍ଥାତ ଯେଉଁ ଅମାନିଆ ବିନା ମାସ୍କରେ ବିନ୍ଦାସରେ ବୁଲୁଛନ୍ତି, ସେମାନଙ୍କୁ ମୋଟା ଅଙ୍କର ଫାଇନ୍ ଦେବାକୁ ପଡ଼ିବ ବୋଲି ଚେତାବନୀ ଶୁଣାଇ ସାରିଲେଣି ମୁଖ୍ୟମନ୍ତ୍ରୀ।

ଏହାପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ କରିବାକୁ ଆହ୍ୱାନ ଦେଇଛନ୍ତି। ଏଥିପାଇଁ ସମସ୍ତେ ମାସ୍କ ପିନ୍ଧିବା ପାଇଁ ସଂକଳ୍ପ ନେବା ଦରକାର ଏବଂ ମାସ୍କକୁ ସଠିକ୍ ଭାବେ ପିନ୍ଧିବା ଦରକାର। ମାସ୍କକୁ ବେକରେ ନ ଝୁଲାଇ ଠିକ୍ ଭାବେ ନାକକୁ ଘୋଡ଼ାଇ ପିନ୍ଧିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।

ଏହାଛଡ଼ା ‘ବିନା ମାସ୍କରେ କେବେ ବି ଘରୁ ବାହାରିବାକୁ ମୁଖ୍ୟମନ୍ତ୍ରୀ ମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମା’ ମାନଙ୍କୁ ଅନୁରୋଧ କରିଛନ୍ତି ଯେ ପରିବାର ଲୋକ ବାହାରକୁ ଗଲେ ମାସ୍କ ପିନ୍ଧାନ୍ତୁ। ମା’ ମାନେ ସତର୍କ ହେଲେ କେବେ ବି କରୋନା ଘରକୁ ଆସିପାରିବନି। ସରକାର ବାହାରେ ଜଗିଛନ୍ତି, ମା ମାନେ ଘରେ ଜଗନ୍ତୁ। କିଛି ଅମାନିଆଙ୍କ ପାଇଁ କାହିଁକି ସାରା ସମାଜ କଠିନ ପରିସ୍ଥିତିରେ ପଡ଼ିବ। ମାସ୍କ ପିନ୍ଧିନଥିବା ଲୋକଙ୍କ ଠାରୁ ନିଶ୍ଚୟ ଜରିମାନା ଆଦାୟ ହେବ। ମାସ୍କ ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା କବଚ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି।

The post ରେଳଯାତ୍ରୀଙ୍କ ପାଇଁ ଆଜିଠୁ ନିୟମ କଡ଼ାକଡ଼ି, ‘RT-PCR ଟେଷ୍ଟ କର, ନଚେତ ୭ ଦିନ କ୍ୱାରେଣ୍ଟାଇନ’ appeared first on Odisha Reporter.



from Odisha Reporter https://ift.tt/3fX6v5c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages