ବର୍ଷେ ହେଲା ହେମାଙ୍କୁ ଦେଖି ନାହାନ୍ତି ଧର୍ମେନ୍ଦ୍ର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 29, 2021

ବର୍ଷେ ହେଲା ହେମାଙ୍କୁ ଦେଖି ନାହାନ୍ତି ଧର୍ମେନ୍ଦ୍ର!

ମୁମ୍ୱାଇ: କରୋନା ଯୋଗୁ ପୂରା ଦେଶ ଏକ ଖରାପ ସମୟ ଦେଇ ଗତି କରୁଛି। ସ୍ଥିତି ଏମିତି ଯେ ଗୋଟିଏ ପରିବାରର ଲୋକେ ପରସ୍ପରଠାରୁ ଦୂରେଇ ରହୁଛନ୍ତି। ଗୋଟିଏ ଘରେ ରହୁଥିଲେ ବି ଲୋକେ ପରସ୍ପରର ପାଖ ମାଡୁ ନାହାନ୍ତି। ଏବେ ତ ଘରେ ରହିଲେ ବି ମାସ୍କ ବ୍ୟବହାର କରିବାକୁ ବି କୁହାଗଲାଣି। ଏହି ସ୍ଥିତି କେବଳ ସାଧାରଣ ଲୋକଙ୍କ ଘରେ ଦେଖିବାକୁ ମିଳୁ ନାହିଁ, ସେଲେବ୍ରିଟିମାନଙ୍କ କ୍ଷେତ୍ରରେ ବି ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଶୁଟିଂ ଆଦି ପାଇଁ ବାହାରକୁ ଯାଉଥିବାରୁ ଅନେକ ଅଭିନେତା ଓ ଅଭିନେତ୍ରୀ ନିଜକୁ ପରିବାର ଲୋକଙ୍କଠାରୁ ଯଥାସମ୍ଭବ ଦୂରେଇ ରହୁଛନ୍ତି।

କରୋନା ଯୋଗୁ ବଲିଉଡ‌୍‍‌୍‍ର ଅନ୍ୟତମ ଭେଟେରାନ‌୍‍ ଷ୍ଟାର ଧର୍ମେନ୍ଦ୍ର ପରିବାର ଠାରୁ ନିଜକୁ ଦୂରେଇ ରଖିଛନ୍ତି। ଏମିତିକି ବର୍ଷେ ହେଲା ପତ୍ନୀ ହେମାମାଳିନୀଙ୍କ ସହିତ ତାଙ୍କର ଦେଖାସାକ୍ଷାତ ହୋଇନାହିଁ। ଦୈନିକ ଜାଗଣର ୱେବସାଇଟରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି।

ଏହି ରିପୋର୍ଟ ଅନୁଯାୟୀ, ଧର୍ମେନ୍ଦ୍ର ମୁମ୍ୱାଇରୁ ଦୂରରେ ଥିବା ନିଜ ଫାର୍ମ ହାଉସରେ ବର୍ଷେ ହେଲା ରହୁଛନ୍ତି। ସେ ସେଠାରେ କାହାକୁ ସାକ୍ଷାତ କରୁ ନାହାନ୍ତି। ସ୍ପଟବୟକୁୂ ଦେଇଥିବା ଏକ ସାକ୍ଷାତକାରରେ ହେମା ମାଳିନୀ କହିଛନ୍ତି ଯେ ତାଙ୍କର (ଧର୍ମେନ୍ଦ୍ରଙ୍କ) ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା କରାଯାଇଛି। ଆମେ ତାଙ୍କ ସହିତ ସମୟ ଅତିବାହିତ କରିବା ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଉଛୁ। ଏବେ ଆମେ ସମସ୍ତେ ଏକ ଖରାପ ସମୟ ଦେଇ ଗତି କରୁଛନ୍ତି। କିନ୍ତୁ ଏଭଳି ସ୍ଥିତିରେ ଆମକୁ ଆହୁରି ଦୃଢ଼ ହେବାକୁ ପଡ଼ିବ।

ସୂଚନାଯୋଗ, ଅନେକ ବଲିଉଡ କଳାକାର କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇସାରିଲେଣି।

The post ବର୍ଷେ ହେଲା ହେମାଙ୍କୁ ଦେଖି ନାହାନ୍ତି ଧର୍ମେନ୍ଦ୍ର! appeared first on Odisha Reporter.



from Odisha Reporter https://ift.tt/3e9ICGB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages