ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ସମୟରେ କେନ୍ଦ୍ରକୁ ଦାୟୀ କରୁଛନ୍ତି। ଏହାରି ଭିତରେ ଶାସକ ଦଳର ବିଧାୟକ ନିଜ ଦଳର ସରକାରକୁ ସମାଲୋଚନା କରିଛନ୍ତି। ଆଉ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି।
ଆପ୍ ବିଧାୟକ ଶାଏବ ଇକବାଲ କହିଛନ୍ତି, ଦିଲ୍ଲୀରେ କରୋନା ସାଂଘାତିକ ରୂପ ନେଉଛି। ହେଲେ ଦିଲ୍ଲୀରେ କିଛି ଏ ବାବଦରେ ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ଦିଲ୍ଲୀରେ ବେଡ୍, ଅକ୍ସିଜେନ ଏବଂ ଔଷଧ ନାହିଁ। ଏଭଳି ସ୍ଥିତିରେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର।
ଟାଇମ୍ସ ନାଓକୁ ପ୍ରତିକ୍ରିୟା ଦେବାହେଳେ ଇକବାଲ ଏହା କହିଛନ୍ତି। ଦିଲ୍ଲୀରେ ସରକାର କେବଳ କାଗଜ କଲମରେ ଚାଲିଛି। ସେ ଛଅ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ଆଉ ସବୁଠାରୁ ବରିଷ୍ଠ ବିଧାୟକ ହୋଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନାହାନ୍ତି। ତେଣୁ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର ବୋଲି ସେ କହିଛନ୍ତି।
दिल्ली में अरविन्द सरकार के द्वारा वैश्विक आपदा के समय में अपने संवैधानिक कर्तव्यों के निर्वहन में
पूर्णतया विफल होने पर महामहिम देश के राष्ट्रपति जी को पत्र लिख कर दिल्ली में राष्ट्रपति शासन लगाने की मांग की । pic.twitter.com/csCQn5S7lF— Anil Chaudhary (@Ch_AnilKumarINC) April 28, 2021
ଏହାପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ସରକାରକୁ ଦାୟୀ କରି କଂଗ୍ରେସ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଥିଲା। ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଦିଲ୍ଲୀ କଂଗ୍ରେସ ସଭାପତି ଅନିଲ କୁମାର ଅଭିଯୋଗ କରିଛନ୍ତି ଯେ କୋଭିଡ୍ ସଙ୍କଟ ବେଳେ ଗତ କିଛି ଦିନ ହେବ ଡାକ୍ତରଖାନାରେ ଅକ୍ସିଜେନ ସିଲିଣ୍ଡର ଏବଂ ଅନ୍ୟାନ୍ୟ ସୁବିଧା ଅଭାବରୁ ଲୋକମାନେ ମୃତ୍ୟୁବରଣ କରୁଛନ୍ତି। ରାଜ୍ୟ ସରକାର ଚିକିତ୍ସା ଯୋଗାଇବାରେ ବିଫଳ ହୋଇଛନ୍ତି। ତେଣୁ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର।
ସୂଚନାଯୋଗ୍ୟ, ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଗୁରୁବାର ରାଜଧାନୀରେ ୨୪,୨୩୫ ଜଣ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ୩୯୫ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ପରେ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୨୨ ହଜାର ୨୮୬ କୁ ବୃଦ୍ଧି ପାଇଛି। ଆଉ ଏପର୍ଯ୍ୟନ୍ତ ଏହି ମହାମାରୀ ଯୋଗୁଁ ୧୫ ହଜାର ୭୭୨ ଲୋକ ପ୍ରାଣ ହରାଇଛନ୍ତି। ଏପର୍ଯ୍ୟନ୍ତ ଦିଲ୍ଲୀରେ କୋଭିଡରେ ୧୦ ଲକ୍ଷ ୮ ହଜାର ୫୩୭ ଲୋକ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୯୭୯୭୭ ଲୋକ ଚିକିତ୍ସିତ ହେଉଛନ୍ତି।
The post ଦିଲ୍ଲୀରେ ସରକାର କାଗଜ କଲମରେ ଚାଲିଛି, ରାଷ୍ଟ୍ରପତି ଶାସନ ଲାଗୁ ହେଉ: ଆପ୍ ବିଧାୟକ appeared first on Odisha Reporter.
from Odisha Reporter https://ift.tt/3aQM1Yq
No comments:
Post a Comment