ବେକାବୁ ହେଲାଣି କରୋନା, ଦିନକରେ ୮୧ ହଜାରୁ ଅଧିକ ସଂକ୍ରମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 1, 2021

ବେକାବୁ ହେଲାଣି କରୋନା, ଦିନକରେ ୮୧ ହଜାରୁ ଅଧିକ ସଂକ୍ରମତି

ନୂଆଦିଲ୍ଲୀ: ବେକାବୁ ହେଲା କରୋନା। ଦିନକରେ ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ ସଂକ୍ରମିତ। ଗତ ୨୪ ଘଣ୍ଟାରେ ଦେଶରେ ୮୧ ହଜାର ୪୬୬ଟି ନୂଆ ମାମଲା ସାମ୍ନାକୁ ଆସିଛି। ଯାହା ଚଳିତ ବର୍ଷର ସବୁଠାରୁ ଅଧିକ ବୋଲି ରେକର୍ଡ ହୋଇଛି। ସେହିପରି ପୂର୍ବଦିନ ତୁଳନାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି। ଦିନକରେ ୪୬୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୦୩ ହଜାର ୧୩୧ରେ ପହଞ୍ଚିଛି। ସେହିପରି ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୧୫ ଲକ୍ଷ ୨୫ ହଜାର ୦୩୯କୁ ବୃଦ୍ଧି ପାଇଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୬ ଲକ୍ଷ ୧୪ହଜାର ୬୯୬ । ସେହିପରି କରୋନାକୁ ମାତ୍‌ ଦେବା ପାଇଁ ଦେଶରେ ଟିକାକରଣ ଜାରି ରହିଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୬୮୭୮୯୧୩୮ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।

ହୋଲି ପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଦୈନିକ ସଂକ୍ରମଣ ସୀମା ଟପିଛି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଠି ଦିନକରେ ୪୩ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଥିବା ରେକର୍ଡ ହୋଇଛି। ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଏଠି ଦୈନିକ ସଂକ୍ରମାଣ ୨ ହଜାର ଟପିଛି।

The post ବେକାବୁ ହେଲାଣି କରୋନା, ଦିନକରେ ୮୧ ହଜାରୁ ଅଧିକ ସଂକ୍ରମତି appeared first on Odisha Reporter.



from Odisha Reporter https://ift.tt/2QP9sdB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages