ଭଦ୍ରକ (ପାର୍ଥ ସାରଥୀ ନାୟକ): ଭୁଶୁଡ଼ି ଗଲା କଂକ୍ରିଟ୍ ରାସ୍ତା। ଓଲଟି ପଡ଼ିଲା ଇଟା ବୋଝେଇ ଟ୍ରକ୍। ତେବେ ଅଳ୍ପକେ ବର୍ତ୍ତିଗଲେ ଟ୍ରକ୍ ଡ୍ରାଇଭର ଓ ହେଲ୍ପର। ଘଟଣାଟି ଘଟିଛି ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ୧୭ ନମ୍ବର ୱାର୍ଡର ଶେଖସାହିରେ।
ଏହି ରାସ୍ତାଟି ଆଦୌ ଦୀର୍ଘ ବର୍ଷର ନୁହେଁ। ମାତ୍ର ଦେଢ଼ ବର୍ଷ ତଳେ ରାସ୍ତାଟି ହୋଇଥିଲା। ନିର୍ମାଣ ବେଳେ ରାସ୍ତାଟି ନିମ୍ନମାନର ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ। ତେଣୁ ସେତେବେଳେ ବିବାଦ ଦେଖାଯାଇଥିଲା। ଆଉ ଗୁରୁବାର ଘଟିଛି ଏଭଳି ଏକ ଘଟଣା।
ଗତକାଲି ସନ୍ଧ୍ୟାରେ ଇଟା ବୋଝେଇ ଟ୍ରକ୍ଟିଏ ଯାଉଥିବା ବେଳେ ରାସ୍ତାଟି ମଝିରୁ ଭୁଶୁଡ଼ି ପଡ଼ିଥିଲା। ଆଉ ଟ୍ରକ୍ଟି ପୂରା ଓଲଟି ପଡ଼ିଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ରାସ୍ତାଟି ନିମ୍ନମାନର ହୋଇଥିବା ଲୋକେ ପୁଣି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପୌରପାଳିକା କର୍ତ୍ତୃପକ୍ଷ କହିଛନ୍ତି ଘଟଣାର ତଦନ୍ତ କରାଯିବ।
The post ଭୁଶୁଡ଼ି ଗଲା ଦେଢ଼ ବର୍ଷର କଂକ୍ରିଟ୍ ରାସ୍ତା, ଓଲଟି ପଡ଼ିଲା ଟ୍ରକ୍ appeared first on Odisha Reporter.
from Odisha Reporter https://ift.tt/31CykaI
No comments:
Post a Comment