ଦେଶଦ୍ରୋହ ମାମଲାରେ ସାଂସଦ ଗିରଫ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଉଠାଇଥିଲେ ସ୍ୱର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 14, 2021

ଦେଶଦ୍ରୋହ ମାମଲାରେ ସାଂସଦ ଗିରଫ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଉଠାଇଥିଲେ ସ୍ୱର

ହାଇଦ୍ରାବାଦ: ଦେଶଦ୍ରୋହ ମାମଲାରେ ନର୍ସାପୁରମ ସାଂସଦ କନୁମୁରୀ ରଘୁରାମ କ୍ରିଷ୍ଣମ ରାଜୁଙ୍କୁ ଆନ୍ଧ୍ର ପ୍ରଦେଶ ସିଆଇଡି ଗିରଫ କରିଛି। ସେ ଗତ ସପ୍ତାହରେ ୱାଇଏସ୍‌ଆର କଂଗ୍ରେସର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଜାମିନ ଖାରଜ କରିବା ପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କୁ ଅନୁରୋଧ କରିଥିଲେ।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଜଗନ ମୋହନ ଫସିଛନ୍ତି। ସିବିଆଇ ତାଙ୍କ ବିରୋଧରେ ମାମଲା କରିଥିବା ବେଳେ ସେ ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ। କୋର୍ଟ ଏହାକୁ ମଞ୍ଜୁରୀ ମଧ୍ୟ ଦେଇଛନ୍ତି। ଏହାକୁ ଖୋଦ୍‌ ତାଙ୍କ ଦଳର ସାଂସଦ ରାଜୁ ବିରୋଧ କରିଥିଲେ। ତେଣୁ ଏହି ଗିରଫଦାରୀ ପଛରେ ପୂର୍ବାଗ୍ରହ ଥିବା ଚର୍ଚ୍ଚା ହେଉଛି।

ସାଂସଦ ରାଜୁ ରାଜ୍ୟ ସରକାରଙ୍କ ପ୍ରତିଷ୍ଠାକୁ ଜାଣିଶୁଣି ମଳିନ କରିବାକୁ ଚେଷ୍ଟା କରୁଥିବା କୁହାଯାଇଛି। ଏହି କାରଣରୁ ୫୯ ବର୍ଷୀୟ ସାଂସଦ ରାଜୁଙ୍କୁ ସିଆଇଡି ତାଙ୍କର ହାଇଦ୍ରାବାଦ ସ୍ଥିତ ବାସଭବନରୁ ଶୁକ୍ରବାର ରାତିରେ ଗିରଫ କରିଛି। ତାଙ୍କ ନାଁରେ ଧାରା ୧୨୪ଏ(ଦେଶଦ୍ରୋହ), ୧୫୩ଏ(ଦୁଇ ସଂପ୍ରଦାୟ ମଧ୍ୟରେ ବିଭେଦତା) ଓ ୫୦୫ ଦଫାରେ ମାମଲା ହୋଇଛି।

ଗିରଫଦାରୀ ପରେ ପୁଲିସ୍‌ ଗୋଟିଏ ବିବୃତିରେ କହିଛି, ସାଂସଦ ରାଜୁ ଦୁଇ ସଂପ୍ରଦାୟ ମଧ୍ୟରେ ବିଭେଦତା ସୃଷ୍ଟି କରିବା ପାଇଁ ଘୃଣ୍ୟ ମନ୍ତବ୍ୟ ଦେଇଥିବା ସୂଚନା ମିଳିଛି। ସେହିପରି ସେ ଏପରି ମନ୍ତବ୍ୟ ଦେଇ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିବାକୁ ଚେଷ୍ଟା କରିଛନ୍ତି।

ସେ ନିୟମିତ ଭାବେ ଏପରି ବୟାନ ଦେଇ ରାଜ୍ୟରେ ଉତ୍ତେଜନା ସୃଷ୍ଟି କରିବାକୁ ଚାହୁଁଥିଲେ। ସେ ସରକାରୀ ପଦପଦବୀରେ ଥିବା ଲୋକମାନଙ୍କୁ ଏମିତି ଟାର୍ଗେଟ କରୁଥିଲେ ଯେ, ଯାହା ସରକାରଙ୍କ ଉପରେ ଲୋକଙ୍କ ଆସ୍ଥା ହରାଇବା ଭଳି ସ୍ଥିତି ସୃଷ୍ଟି କରିଥିଲା। ଲୋକମାନେ ଯେଉଁମାନଙ୍କୁ ନିର୍ବାଚିତ କରିଛନ୍ତି, ସେଭଳି ସରକାରଙ୍କ ବିରୋଧରେ ଜାଣିଶୁଣି ମିଥ୍ୟା ଓ ଭ୍ରମିତ ମନ୍ତବ୍ୟ ଦେଇ ଉସକାଉଥିବାରୁ ଶ୍ରୀ ରାଜୁଙ୍କୁ ଗିରଫ କରାଯାଇଥିବା ପୁଲିସ୍‌ କହିଛି।

ଏପ୍ରିଲ ୨୭ରେ ରାଜୁ ୨୦୧୨ ମସିହା ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କୁ ମିଳିଥିବା ଜାମିନ ଖାରଜ କରିବାକୁ ସିବିଆଇ କୋର୍ଟଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଜାମିନ ପ୍ରୋଭିଜନକୁ ଉଲ୍ଲଙ୍ଘନ କରିଥିବା ମଧ୍ୟ ସେ ଦାବି କରିଥିଲେ।

ସୂଚନାଯୋଗ୍ୟ, ସାଂସଦ ରାଜୁ ବହୁ ପୂର୍ବରୁ ୱାଇଏସ୍‌ଆର କଂଗ୍ରେସ ଛାଡ଼ିଥିଲେ। ତେବେ ସେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ଦଳକୁ ଫେରିଥିଲେ। ଦଳକୁ ଫେରିବା ପୂର୍ବରୁ ସେ ବିଜେପି ଓ ଟିଡିପିରେ ମଧ୍ୟ ମିଶି କିଛି ଦିନ କାର୍ଯ୍ୟ କରିଥିଲେ।

The post ଦେଶଦ୍ରୋହ ମାମଲାରେ ସାଂସଦ ଗିରଫ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଉଠାଇଥିଲେ ସ୍ୱର appeared first on Odisha Reporter.



from Odisha Reporter https://ift.tt/3eLLSIb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages