କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ, ୨୦ରୁ ଆରମ୍ଭ ହେବ ଇ-ଟେଣ୍ଡର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 14, 2021

କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ, ୨୦ରୁ ଆରମ୍ଭ ହେବ ଇ-ଟେଣ୍ଡର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଟିକା ଚାହିଦା ପୂରଣ ପାଇଁ ଅନଲାଇନ୍ ଗ୍ଲୋବାଲ ଟେଣ୍ଡର ଡାକିଲା ରାଜ୍ୟ ଔଷଧ ନିଗମ । ରାଜ୍ୟ ଔଷଧ ନିଗମର ୱେବସାଇଟ୍‌ରେ ଗ୍ଲୋବାଲ ଟେଣ୍ଡର୍‌ ସଂପର୍କିତ ସମସ୍ତ ସର୍ତ୍ତାବଳୀ ଉଲ୍ଲେଖ କରାଯାଇଛି ।

ଆସନ୍ତା ୧୯ ତାରିଖରେ ଏନେଇ ଅନଲାଇନ୍‌ ବୈଠକ ବସିବ । ବୈଠକରେ ଅନଲାଇନ୍ ଲିଙ୍କ୍ ଘୋଷଣା କରାଯିବ । କୋଭିଡ୍ ଟିକା ପାଇଁ ଇ-ଟେଣ୍ଡର ମେ ୨୦ ତାରିଖ ଅପରାହ୍ଣ ୩ଟାରୁ ଆରମ୍ଭ ହେବ । ଏଥିପାଇଁ https://tendersodisha.gov.in ରେ ଇଚ୍ଛୁକ ସଂସ୍ଥା ଆବେଦନ କରିବେ । ଅନଲାଇନ୍ ବିଡ୍ ପାଇଁ ଶେଷ ତାରିଖ ହେଉଛି ମେ ୨୮ ଦିନ ୧୦ଟା ।

୨୮ ତାରିଖ ଦିନ ୧୧ଟା ୩୦ରେ ଅନଲାଇନ୍ ବିଡ୍ ଖୋଲାଯିବ । ସେହିଦିନ ଅପରାହ୍ଣ ୫ଟାରେ ପ୍ରାଇସ୍ ବିଡ୍ ଖୋଲିବ । ବିଡ୍ ନେଇ ଆବଶ୍ୟକ କାଗଜପତ୍ର ଓଡ଼ିଶା ରାଜ୍ୟ ଔଷଧ ନିଗମ ୱେବସାଇଟରେ ଉପଲବ୍ଧ ରହିଛି । ବିଡର ଇମେଲ୍ ଆଇଡି ଦେଇ ବିଡ୍ ପାଇଁ ପୋର୍ଟାଲ୍ ରେଜିଷ୍ଟ୍ରେସନ୍ କରିହେବ ।

କମ୍ପାନୀ ଟିକା ପ୍ରସ୍ତୁତକାରୀ ଓ DCGI ଅନୁମୋଦିତ କଂପାନୀ ଆବେଦନ କରିପାରିବେ। ଓଡ଼ିଶା ୩ କୋଟି ୮୦ ଲକ୍ଷ ଡୋଜ୍ ଟିକା ମଗାଇବାକୁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଛି।   ଟିକା ଯୋଗାଣକାରୀ କମ୍ପାନି ୩୦ ଦିନ ଭିତରେ ୭୫ଲକ୍ଷ ଡୋଜ୍ ଯୋଗାଇବେ । ୬୦ ଦିନ ଭିତରେ ୨କୋଟି ୨୫ଲକ୍ଷ, ୯୦ଦିନରେ ୩କୋଟି ୭୫ଲକ୍ଷ ଓ ୧୨୦ଦିନ ଭିତରେ ୩କୋଟି ୮୦ ଲକ୍ଷ ଟିକା ଯୋଗାଇବାର ସର୍ତ୍ତାବଳୀ ରଖାଯାଇଛି । ଧାର୍ଯ୍ୟ ଡୋଜ୍‌ର ୩୦ ପ୍ରତିଶତ ଟଙ୍କା ଆଗୁଆ ରାଜ୍ୟ ଔଷଧ ନିଗମ ପ୍ରଦାନ କରିବ ।

ସେହିପରି ଟିକା ପାଇବାର ୨ଦିନ ଭିତରେ ଶତ ପ୍ରତିଶତ ଟଙ୍କା କମ୍ପାନିକୁ ପ୍ରଦାନ କରାଯିବ । ତେବେ ଟେଣ୍ଡର୍‌ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ଟିକା କମ୍ପାନି ଡ୍ରଗ୍ କଣ୍ଟ୍ରୋଲର୍‌ ଅଫ୍‌ ଇଣ୍ଡିଆଙ୍କ ଦ୍ବାରା ସ୍ୱିକୃତିପ୍ରାପ୍ତ ହୋଇଥିବା ଆବଶ୍ୟକ।

ଔଷଧ ନିଗମ ପକ୍ଷରୁ ହୋଇଥିବା ଏହି ଗ୍ଲୋବାଲ ଟେଣ୍ଡରର ଅବଧି ୬ମାସ ରଖାଯାଇଛି । ଏହି ସମୟ ଭିତରେ ଆବେଦନ କରିଥିବା ସଂସ୍ଥା ନିଜର ଆବେଦନ ପ୍ରକ୍ରିୟାକୁ ଫେରାଇ ନେଇପାରିବେ ନାହିଁ । ଆବେଦନକାରୀ ସଂସ୍ଥା ଯଦି ପୂର୍ବ ନିର୍ଧାରିତ କୌଣସି ସର୍ତରେ ଖିଲାପ କରନ୍ତି, ତା’ହେଲେ ତାଙ୍କର ଆବେଦନକୁ ଖାରଜ କରିଦିଆଯିବ । ସେହିପରି ଟେଣ୍ଡର ସମୟରେ ଟିକା ଯୋଗାଣକାରୀ ସଂସ୍ଥା ପକ୍ଷରୁ ଧାର୍ଯ୍ୟ ଦରରେ ପରବର୍ତୀ ସମୟରେ କୌଣସି ପ୍ରକାର ପରିବର୍ତନ କରାଯାଇ ପାରିବନାହିଁ ।

ଔଷଧ ନିଗମ ପକ୍ଷରୁ ଯେତିକି ସଂଖ୍ୟକ ଟିକା ପାଇଁ ଟେଣ୍ଡର କରାଯିବ, ତାହାର ୫୦ ପ୍ରତିଶତ ଏଲ-୧ ପାଇଁ ସଂରକ୍ଷିତ ରହିବ । ବଳକା ୫୦ ପ୍ରତିଶତକୁ ନିଗମ ଅନ୍ୟ ଏକାଧିକ ଯୋଗ୍ୟ ବିବେଚିତ ସଂସ୍ଥାକୁ ଦେଇପାରିବ । ଚୁକ୍ତି ସ୍ୱାକ୍ଷର ହେବାର ୧୨ମାସ ଭିତ‌ରେ ପୁନଃ ଅର୍ଡର କରିବାର କ୍ଷମତା ଔଷଧ ନିଗମ ନିକଟରେ ରହିବ ବୋଲି ସୂଚନା ଦିଆଯାଇଛି ।

The post କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ, ୨୦ରୁ ଆରମ୍ଭ ହେବ ଇ-ଟେଣ୍ଡର appeared first on Odisha Reporter.



from Odisha Reporter https://ift.tt/3hsXrpM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages