ରେସଲର ସୁଶୀଲ କୁମାରଙ୍କୁ ପାଉନି ପୁଲିସ୍‌, ଘୋଷଣା କଲା ଲକ୍ଷେ ଟଙ୍କାର ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 17, 2021

ରେସଲର ସୁଶୀଲ କୁମାରଙ୍କୁ ପାଉନି ପୁଲିସ୍‌, ଘୋଷଣା କଲା ଲକ୍ଷେ ଟଙ୍କାର ପୁରସ୍କାର

ନୂଆଦିଲ୍ଲୀ: ଭାରତ ପାଇଁ ଅଲିମ୍ପିକ୍ସରେ ଦୁଇଥର ପଦ ଜିତିଥିବା ରେସଲର ସୁଶୀଲ କୁମାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ରେସଲର ସାଗର ରାଣାଙ୍କ ହତ୍ୟା ଘଟଣାରେ ଦିଲ୍ଲୀ ପୁଲିସ୍‌ ସୁଶୀଲ କୁମାରଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି। ତେବେ ଏଯାଏ ତାଙ୍କ କୌଣସି ସୂଚନା ମିଳିନାହିଁ।

ଏବେ ପୁଲିସ୍‌ ତାଙ୍କ ବିଷୟରେ ସୂଚନା ଦେଲେ ଲକ୍ଷେ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଛି। ସେହିପରି ସୁଶୀଲଙ୍କ ସହଯୋଗୀ ଅଜୟଙ୍କୁ ଧରାଇ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ମଧ୍ୟ ଦିଆଯିବ ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ହତ୍ୟା ମାମଲାରେ ଫସିଥିବା ସୁଶୀଲ ଦିଲ୍ଲୀ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଏହାର ଶୁଣାଣି ଆଜି ହେବାର ଅଛି।

ଦୁଇ ଦିନ ପୂର୍ବରୁ ଛତ୍ରସାଲ ଷ୍ଟାଡିୟମ ବିବାଦ ମାମଲାରେ ସୁଶୀଲ କୁମାର ଓ ଅନ୍ୟ ୬ ଜଣଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ସେହିପରି କିଛି ଦିନ ପୂର୍ବରୁ ସୁଶୀଲ କୁମାରଙ୍କ ବିରୋଧରେ ପୁଲିସ୍‌ ଲୁକଆଉଟ୍ ନୋଟିସ୍ ଜାରି କରିଥିଲା।

ସୂଚନାଯୋଗ୍ୟ, ମେ’ ୪ ତାରିଖ ରାତି ପ୍ରାୟ ୧୨ଟା ବେଳେ ଛତ୍ରସାଲ୍ ଷ୍ଟାଡିୟମରେ ରେସଲରମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଖବର ପୁଲିସକୁ ମିଳିଥିଲା । ଏହି ଝଗଡ଼ାରେ ଆହତ ହୋଇଥିବା ରେସଲର୍ ସାଗରଙ୍କୁ ବିଜେଆରଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଟ୍ରୋମା ସେଣ୍ଟ୍ରାଲ୍ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଷ୍ଟାଡିୟମର ପାର୍କିଂ ଏରିଆରେ ସୁଶୀଲ କୁମାର, ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ୍ ଓ ଅନ୍ୟମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପୁଲିସ୍ ଜାଣିବାକୁ ପାଇଥିଲା।

The post ରେସଲର ସୁଶୀଲ କୁମାରଙ୍କୁ ପାଉନି ପୁଲିସ୍‌, ଘୋଷଣା କଲା ଲକ୍ଷେ ଟଙ୍କାର ପୁରସ୍କାର appeared first on Odisha Reporter.



from Odisha Reporter https://ift.tt/3w5WxDA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages