ଗଡ଼ିବ ସଂଜୀବନୀ ରଥ, ଦିବ୍ୟାଙ୍ଗ ଓ ଶଯ୍ୟାଶାୟୀଙ୍କୁ ଘରେ ଦିଆଯିବ ଟିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 17, 2021

ଗଡ଼ିବ ସଂଜୀବନୀ ରଥ, ଦିବ୍ୟାଙ୍ଗ ଓ ଶଯ୍ୟାଶାୟୀଙ୍କୁ ଘରେ ଦିଆଯିବ ଟିକା

ରାଉରକେଲା/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  କରୋନାର ଦ୍ୱିତୀୟ ଲହର ଥମିବାର ନାଁ ଧରୁ ନଥିବା ବେଳେ ଏହି ସମୟରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ଟିକାକରଣକୁ ସୁବ୍ୟବସ୍ଥିତ କରିବାକୁ ଓ ତଥା ବିଭିନ୍ନ ବର୍ଗର ଲୋକେ କିପରି ଟିକାରୁ ବଞ୍ଚିତ ନହେବେ ସେଥିପାଇଁ ସରକାର ତଥା ସ୍ଥାନୀୟ ପ୍ରଶାସନ ଗୁଡ଼ିକ ପକ୍ଷରୁ ବ୍ୟବସ୍ଥା କରାଯାଉଛି।

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ଟିକାକରଣ ପାଇଁ ନେବା-ଆଣିବା ବ୍ୟବସ୍ଥା କରାଯାଇଥିବା ବେଳେ କରୋନା ଟେଷ୍ଟିଂ ପାଇଁ ଘରୁ ନମୂନା ସଂଗ୍ରହ ବ୍ୟବସ୍ଥା କରାଯାଇଛି। ସେହିଭଳି ରାଉରକେଲା ମହାନଗର ନିଗମ ପକ୍ଷରୁ ଦିବ୍ୟାଙ୍ଗ ଓ ଶଯ୍ୟାଶାୟୀ ଲୋକଙ୍କ ଟିକାକରଣ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା।

ରାଉରକେଲାରେ ଦିବ୍ୟାଙ୍ଗ ଏବଂ ଶଯ୍ୟାଶାୟୀ ବ୍ୟକ୍ତିଙ୍କୁ ଘରେ ଦିଆଯିବ ଟିକା। ଏଥିଲାଗି ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଗଡ଼ିବ ସଂଜୀବନୀ ରଥ। ଏହି ସଂଜୀବନୀ ରଥ ଘର ଘର ବୁଲି ଟିକାକରଣ କରିବ।

ଦିବ୍ୟାଙ୍ଗ ଏବଂ ଶଯ୍ୟାଶାୟୀ ଲୋକଙ୍କ ଟିକାକରଣ ପାଇଁ ଏକ ସ୍ୱତନ୍ତ୍ର ଫୋନ ନମ୍ବର ଜାରି କରାଯାଇଛି। ଏହି ଫୋନ୍‌ ନମ୍ବରଟି ହେଉଛି ୦୬୬୧-୨୫୧-୦୦୩୬। ସକାଳ ୧୦ଟାରୁ ଅପରାହ୍ନ ୪ଟା ମଧ୍ୟରେ ଏହି ନମ୍ବରକୁ ଫୋନ୍‌ କରି ଏହି ଟିକାକରଣ ବ୍ୟବସ୍ଥାର ସୁବିଧା ଉଠାଇ ପାରିବେ ଦିବ୍ୟାଙ୍ଗ ଓ ଶଯ୍ୟାଶାୟୀ ବ୍ୟକ୍ତି। ଏ ନେଇ ରାଉରକେଲା ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ଅପରପକ୍ଷେ ବରିଷ୍ଠ ନାଗରିକଙ୍କ ଟିକାକରଣ ଏବଂ କରୋନା ଟେଷ୍ଟିଂ ପାଇଁ ଡୋର୍ ଷ୍ଟେପ୍ ବ୍ୟବସ୍ଥା ପରେ ଏବେ ଗର୍ଭବତୀଙ୍କ ଲାଗି ବି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ। ବିଏମ୍‌ସି ଅଞ୍ଚଳରେ ଗର୍ଭବତୀଙ୍କର କୋଭିଡ୍ ଟେଷ୍ଟ ଲାଗି ଘରକୁ ଘର ଯିବ ଟିମ୍ l ଘରକୁ ଯାଇ କୋଭିଡ୍ ଟେଷ୍ଟ ପାଇଁ ନମୂନା ସଂଗ୍ରହ କରାଯିବ। ଏଥିପାଇଁ 1929କୁ ଫୋନ୍ କରିପାରିବେ ଗର୍ଭବତୀ କିମ୍ବା ତାଙ୍କ ସମ୍ପର୍କୀୟ। ଏନେଇ ଟୁଇଟ୍ କରିଛି ବିଏମ୍‌ସି।

ସୂଚନାଯୋଗ୍ୟ, ବିଭିନ୍ନ ଧର୍ମର ସାଧୁ, ସନ୍ଥ, ଯାଯାବର ଜୀବନ ବିତାଉଥିବା ନିରାଶ୍ରୟ, ଭିକାରୀ, ମାନସିକ ଚିକିତ୍ସା ଅନୁଷ୍ଠାନ ଏବଂ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଯେପରି ଟିକା ଦିଆଯାଇପାରିବ ସେ ନେଇ ବ୍ୟବସ୍ଥା କରିବାକୁ କିଛି ଦିନ ତଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ ବିଭାଗ) ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ। ଏହି ବର୍ଗର ଲୋକଙ୍କର କୌଣସି ପ୍ରକାର ପରିଚୟପତ୍ର ନଥିଲେ ବି ସେମାନଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

The post ଗଡ଼ିବ ସଂଜୀବନୀ ରଥ, ଦିବ୍ୟାଙ୍ଗ ଓ ଶଯ୍ୟାଶାୟୀଙ୍କୁ ଘରେ ଦିଆଯିବ ଟିକା appeared first on Odisha Reporter.



from Odisha Reporter https://ift.tt/3hABZiu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages