ନୂଆଦିଲ୍ଲୀ: କରୋନା ଭାଇରସରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଭାରତରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଥିବା କୁହାଯାଇଛି। ହେଲେ ଅନେକ ରାଜ୍ୟରେ ଟିକା ଅଭାବର ଖବର ସାମ୍ନାକୁ ଆସିବାରେ ଲାଗିଛି। ସେପଟେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଯାଦବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ବୟାନ ଦେଇଛନ୍ତି।
ସେ କହିଛନ୍ତି, ଟିକାର ଷ୍ଟକ୍ ବିଷୟରେ କେନ୍ଦ୍ର ସରକାର ଭଲ ଭାବେ ଜାଣିଥିଲେ। ଟିକାର ଷ୍ଟକ କମ ଥିବା ଜାଣି ମଧ୍ୟ କେନ୍ଦ୍ର ସରକାର ଅନେକ ବର୍ଗର ଲୋକଙ୍କ ଟିକାକରଣ ଆରମ୍ଭ କରିବାକୁ କହିଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ’) ନିର୍ଦ୍ଦେଶାବଳୀକୁ ବିଚାର ନକରି କେନ୍ଦ୍ର ସରକାର ବିଭିନ୍ନ ବୟସର ଲୋକଙ୍କ ଟିକାକରଣକୁ ଅନୁମତି ଦେଇଥିବା ସେ କହିଛନ୍ତି।
ଗୋଟିଏ ଇ-ଶିଖର ସମ୍ମିଳନୀରେ ଯୋଗ ଦେଇ ସୁରେଶ ଯାଦବ କହିଛନ୍ତି ଯେ ସବୁ ଦେଶକୁ ହୁ’ର ନିର୍ଦ୍ଦେଶାବଳୀକୁ ଅନୁସରଣ କରିବା ଉଚିତ ଓ ତଦ୍ନୁଯାୟୀ ଟିକାକରଣ କରିଯିବା କଥା। ପ୍ରଥମେ ଭାରତ ସରକାର ୩୦ କୋଟି ଲୋକଙ୍କୁ ଟିକାକରଣ କରାଯିବ ବୋଲି କହିଥିଲେ। ଏଥିପାଇଁ ୬୦ କୋଟି ଡୋଜ୍ ଆବଶ୍ୟକ ଥିଲା।
କିନ୍ତୁ ଏହି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ସରକାର ୪୫ ବର୍ଷ ଓ ପରେ ୧୮ ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ ପାଇଁ ଅନୁମତି ଦେଇଥିଲେ। ଏତେ ସଂଖ୍ୟକ ଲୋକଙ୍କ ଟିକାକରଣ ପାଇଁ ଟିକାର ଅଭାବ ରହିଥିବା ସରକାର ଜାଣି ମଧ୍ୟ ସମସ୍ତଙ୍କର ଟିକାକରଣ କରିବାକୁ ଅନୁମୋଦନ କରିଛନ୍ତି।
ଆମେ ଉତ୍ପାଦର ଉପଲବ୍ଧତାକୁ ମନେ ରଖିବା ଉଚିତ ଓ ତା’ପରେ ଏହାକୁ ନ୍ୟାୟପୂର୍ଣ୍ଣ ଭାବରେ ବ୍ୟବହାର କରିବା ହିଁ ଶ୍ରେୟସ୍କର। ଟିକାକରଣ ଜରୁରୀ। କିନ୍ତୁ ଟିକାକରଣ ପରେ ମଧ୍ୟ ଲୋକମାନେ ସଂକ୍ରମଣର ଶିକାର ହୁଅନ୍ତି। ତେଣୁ ଲୋକମାନେ ସାବଧାନ ରହିବା ଉଚିତ। କରୋନାକୁ ରୋକିବା ପାଇଁ ଜାରି ନିୟମ ସମସ୍ତେ ମାନିବାକୁ ବାଧ୍ୟ। ଡବଲ୍ ମ୍ୟୁଟାଣ୍ଟକୁ ଟିକା ମାତ ଦେବାରେ ସକ୍ଷମ ହେଉଛି। କିନ୍ତୁ କରୋନର ବିଭିନ୍ନ ରୂପ ଟିକାକରଣରେ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।
The post ହୁ’ର ଗାଇଡଲାଇନ ବିଚାର ନ କରି ଟିକାକରଣ ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର: ସେରମ appeared first on Odisha Reporter.
from Odisha Reporter https://ift.tt/3fbvMI0
No comments:
Post a Comment