ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୨୬ ଜଣଙ୍କ ଜୀବନ ଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି।
ମୋଟ ୧୪ଟି ଜିଲ୍ଲାରୁ ଏହି ମୃତ୍ୟୁ ସୂଚନା ଆସିଥିବା ବେଳେ ସେମାନଙ୍କ ମଧ୍ୟରେ କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ନୂଆପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ଜୀବନ ହରାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, ନବରଙ୍ଗପୁର, ପୁରୀ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୪୨୪ ଓ ୩୨କୁ ବୃଦ୍ଧି ପାଇଛି। ନୂଆପଡ଼ା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି ପାଇଥିବା ବେଳେ ରାୟଗଡ଼ାରେ ୯୫, ସୁନ୍ଦରଗଡ଼ରେ ୨୩୬ ଓ କଳାହାଣ୍ଡିରେ ୭୮ରେ ପହଞ୍ଚିଛି। ସେହିପରି ନୂଆ ମାମଲା ସହିତ ବରଗଡ଼ ଜିଲ୍ଲାରେ କରୋନାରେ ଏଯାବତ୍ ୪୮ ଜଣଙ୍କ ଜୀବନ ଯାଇଥିବା ବେଳେ ବଲାଙ୍ଗିରରେ ୫୯, ବୌଦ୍ଧରେ ୨୯, ଗଜପତିରେ ୪୫, ଝାରସୁଗୁଡ଼ାରେ ୩୨, ନବରଙ୍ଗପୁରରେ ୧୭, ପୁରୀରେ ୧୪୬ ଓ ସୁବର୍ଣ୍ଣପୁରରେ ୨୪କୁ ବୃଦ୍ଧି ପାଇଛି।
The post କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍, ଖୋର୍ଦ୍ଧା ଜିଲ୍ଲାରୁ ଗଲା ୬ ଜୀବନ appeared first on Odisha Reporter.
from Odisha Reporter https://ift.tt/3oEXnV9
No comments:
Post a Comment