ମୁମ୍ବାଇ: ଉତ୍ତରାଖଣ୍ଡର ମୁକ୍ତେଶ୍ୱର ସ୍ଥିତ ନିଜ ଘରେ ପ୍ରାୟ ଦୁଇ ମାସ ରହିବା ପରେ ମୁମ୍ବାଇ ଫେରି ଆସିଛନ୍ତି ଅଭିନେତ୍ରୀ ନୀନା ଗୁପ୍ତା। ଏହା ସହିତ ସେ ତାଙ୍କ ଆଗାମୀ ଫିଲ୍ମ ‘ଗୁଡ୍ବାଏ’ ପାଇଁ ଶୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି।
କରୋନ ଯୋଗୁ ଏହି ଫିଲ୍ମର ଶୁଟିଂ ବନ୍ଦ ରହିଥିବା ବେଳେ ଏବେ ପୁଣି ଆରମ୍ଭ ହୋଇଛି। ତେବେ ଏହି ଫିଲ୍ମଟି ନୀନାଙ୍କ ପାଇଁ ବହୁତ୍ ଖାସ୍। କାରଣ ଆସନ୍ତା ବର୍ଷ ସେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୪୦ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଏହି ଫିଲ୍ମ ମାଧ୍ୟମରେ ସେ ପ୍ରଥମ ଥର ପାଇଁ ଅମିତାଭ ବଚ୍ଚନଙ୍କ ସହିତ ଅଭିନୟ କରୁଛନ୍ତି। ସେ ଏଥିରେ ବିଗ୍ ବି’ଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି।
ନୀନା କହିଛନ୍ତି, ଅମିତାଭ ବଚ୍ଚନଙ୍କ ସହିତ ଏହା ମୋର ପ୍ରଥମ ଫିଲ୍ମ ବୋଲି ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କିନ୍ତୁ ଏହା ସତ। ଯାହା ହେଉ, ଶେଷରେ ମୁଁ ତାଙ୍କ ସହିତ କାମ କରିବାର ସୁଯୋଗ ପାଇଲି। ଏହା ପୂର୍ବରୁ ଆଉ ଏକ ପ୍ରୋଜେକ୍ଟରେ ତାଙ୍କ ସହିତ କାମ କରିବାର ସୁଯୋଗ ଥିଲା। ଏଥିପାଇଁ କଥାବାର୍ତ୍ତା ଆରମ୍ଭ ହୋଇଥିଲା। କିନ୍ତୁ ତାହା ହୋଇପାରି ନଥିଲା।
ସେ ଆହୁରି କହିଛନ୍ତି, ମୁଁ ଅମିତାଭ ବଚ୍ଚନଙ୍କ ସହିତ କେବେ କାମ କରି ନଥିଲେ ବି ତାଙ୍କ ପରିବାର ସହିତ ମୋର ବହୁତ ଭଲ ସଂପର୍କ ରହି ଆସିଛି। ଜୟା ବଚ୍ଚନ ପ୍ରତି ବର୍ଷ ଦୀପାବଳିରେ ମୋତେ ତାଙ୍କ ଘରକୁ ନିମନ୍ତ୍ରଣ କରନ୍ତି।
ନୀନା ଇଣ୍ଡଷ୍ଟ୍ରୀରେ ଏତେ ବର୍ଷ ବିତାଇ ସାରିଥିଲେ ବି ‘ଗୁଡ୍ବାଏ’ ଫିଲ୍ମ ଶୁଟିଂ ସେଟ୍ରେ ଅମିତାଭଙ୍କୁ ଦେଖି ନର୍ଭସ ହୋଇଯାଇଥିଲେ। ଅବଶ୍ୟ ପରେ ସବୁ ଠିକ୍ ହୋଇଯାଇଥିଲା।
ସୂଚନାଯୋଗ୍ୟ, ୨୦୧୮ରେ ନୀନାଙ୍କ ଫିଲ୍ମ ‘ବଧାଇ ହୋ’ ରିଲିଜ୍ ହୋଇଥିଲା। ଏହି ଫିଲ୍ମ ପାଇଁ ଅମିତାଭ ତାଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ଅମିତାଭ ଏକ ପୁଷ୍ପଗୁଚ୍ଛ ସହିତ ଏକ ହାତ ଲେଖା ଶୁଭେଚ୍ଛା ପତ୍ର ନୀନାଙ୍କ ପାଖକୁ ପଠାଇଥିଲେ। ଅମିତାଭଙ୍କ ଠାରୁ ଏ ପ୍ରକାର ପ୍ରଶଂସା ପାଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
The post ପ୍ରଥମ ଥର ପାଇଁ ଅମିତାଭଙ୍କ ସହିତ ସ୍କ୍ରିନ୍ ଶେଆର କରିବେ ନୀନା appeared first on Odisha Reporter.
from Odisha Reporter https://ift.tt/3dkQYtV
No comments:
Post a Comment