ଜମ୍ମୁ ବିମାନବନ୍ଦରରେ ବିସ୍ଫୋରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 26, 2021

ଜମ୍ମୁ ବିମାନବନ୍ଦରରେ ବିସ୍ଫୋରଣ

ଶ୍ରୀନଗର: ଜମ୍ମୁ ବିମାନବନ୍ଦରରେ ଘଟିଛି ବିସ୍ଫୋରଣ। ଭାରତୀୟ ବାୟୁ ସେନା ଦ୍ୱାରା ପରିଚାଳିତ ସତଓ୍ୱାରି ବିମାନବନ୍ଦରର ଟେକ୍ନିକାଲ ଏରିଆରେ ଗତକାଲି ବିଳମ୍ବିତ ରାତିରେ ଦୁଇଟି ବିସ୍ଫୋରଣ ହୋଇଛି। ପ୍ରଥମ ବିସ୍ଫୋରଣଟି ରାତି ପ୍ରାୟ ୧ଟା ୪୫ ମିନିଟ୍‌ରେ ହୋଇଥିବା ବେଳେ ଦ୍ୱିତୀୟ ବିସ୍ଫୋରଣ ଏହାର ପ୍ରାୟ ୫ ମିନିଟ୍ ପରେ ହୋଇଥିଲା।

ପ୍ରଥମ ବିସ୍ଫୋରଣଟି ଗୋଟିଏ ଘର ଭିତରେ ହୋଇଥିବାବେଳେ ଏଥିରେ କୋଠାର ଛାତ ଉଡ଼ି ଯାଇଛି। ସେହିପରି ଦ୍ୱିତୀୟ ବିସ୍ଫୋରଣଟି ବାହାରେ ହୋଇଥିଲା। ଏହି ଘଟଣା ପରେ ବିମାନବନ୍ଦର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି। ତା’ ସହିତ ବିସ୍ଫୋରଣ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି।

ବୋମା ନିଷ୍କ୍ରିୟକାରୀ ଦଳ ଓ ଫୋରେନସିକ୍ ଟିମ୍ ବିମାନବନ୍ଦରରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ତା’ସହିତ ବିସ୍ଫୋରଣ ନେଇ ଥାନାରେ ଏତଲା ଦିଆଯାଇଛି।

ଏହି ବିସ୍ଫୋରଣରେ କୌଣସି ପ୍ରାଣହାନି ହୋଇ ନଥିବା ବେଳେ ଘଟଣାର ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ଏହି ବିମାନବନ୍ଦରଟି ଉଭୟ ବାୟୁସେନା ଓ ବେସାମରିକ ବିମାନ ଚଳାଚଳ ପାଇଁ ବ୍ୟବହାର ହୋଇଥାଏ।

ଅନ୍ୟପକ୍ଷରେ କଶ୍ମୀରର ନରଓ୍ୱାଲ ସେକ୍ଟରରୁ ଜଣେ ଆତଙ୍କବାଦୀକୁ ପୁଲିସ ଗିରଫ କରିଛି। ତା’ ପାଖରୁ ୫ କିଲୋଗ୍ରାମ ଓଜନର ଆଇଇଡି ଜବତ କରାଯାଇଛି। ଏହା ସହିତ ଘଟଣାର ତଦନ୍ତ ଜାରି ରହିଛି।

The post ଜମ୍ମୁ ବିମାନବନ୍ଦରରେ ବିସ୍ଫୋରଣ appeared first on Odisha Reporter.



from Odisha Reporter https://ift.tt/3A1hdzi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages