୧୦୨ ଦିନ ପରେ ୪୦ହଜାରରୁ କମ୍ କରୋନା ମାମଲା ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 28, 2021

୧୦୨ ଦିନ ପରେ ୪୦ହଜାରରୁ କମ୍ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର କ୍ରମାଗତ ଦୁର୍ବଳ ହେବାରେ ଲାଗିଥିବା ବେଳେ କରୋନାରୁ ସୁସ୍ଥ ସଂଖ୍ୟା ମଧ୍ୟ ଲଗାତର ବଢ଼ୁଛି । ଦୀର୍ଘ ତିନି ମାସ ପରେ ଅର୍ଥାତ୍ ୧୦୨ ଦିନରେ ଦେଶରେ କରୋନା ମାମଲା ୪୦ହଜାର ତଳକୁ ଖସିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୩୭,୫୬୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛନ୍ତି। ଶେଷଥର ଲାଗି ମାର୍ଚ୍ଚ ୧୯ ତାରିଖରେ ୩୯,୭୨୯ ମାମଲା ସାମ୍ନାକୁ ଆସିଥିଲା। ଗତ ୨୪ ଘଣ୍ଟାରେ ଦେଶରେ ୧୭.୬୮ ଲକ୍ଷରୁ ଅଧିକ କରୋନା ଟେଷ୍ଟ କରାଯାଇଥିଲା । ଗତ ୨୪ ଘଣ୍ଟାରେ ମଧ୍ୟ ଦେଶରେ କରୋନା ଭାଇରସ୍ ସଂକ୍ରମଣ ହାର ମାତ୍ର ୨.୧୨ ପ୍ରତିଶତ ରେକର୍ଡ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟାରେ ଦେଶରେ ୫୬୯୯୪ ଜଣ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଆକ୍ଟିଭ୍ ମାମଲାରେ ୨୦,୩୩୫ ହ୍ରାସ ପାଇଛି । ଦେଶରେ ଏବେ ଆଉ ୫.୫୨ ଲକ୍ଷ କରୋନା ଭାଇରସ ଆକ୍ଟିଭ୍ ମାମଲା ରହିଛି । ଦେଶରେ ଏଯାଏ ୩.୦୩ କୋଟି କରୋନା ମାମଲା ସାମ୍ନାକୁ ଆସିଛି, କିନ୍ତୁ ସେଥି ମଧ୍ୟରୁ ୨.୯୩ କୋଟିରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ଏହାସହ କରୋନାରୁ ରିକଭରୀ ହାର ୯୬.୮୬ ପ୍ରତିଶତରେ ପହଞ୍ଚି ଯାଇଛି ।

ଏବେବି କରୋନା କାରଣରୁ ହେଉଥିବା ମୃତ୍ୟୁ ଚିନ୍ତାର ବିଷୟ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନା କାରଣରୁ ୯୦୭ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ୩.୯୭ ଲକ୍ଷରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇ ସାରିଛନ୍ତି। ଦେଶରେ କରୋନା ଜନିତ ମୃତ୍ୟୁ ହାର ୧.୩୧ ପ୍ରତିଶତକୁ ବୃଦ୍ଧି ପାଇଛି ।

କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଏବେ ଟିକାକରଣ ଅଭିଯାନକୁ ଆହୁରି ଜୋରଦାର କରାଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୫୨.୭୬ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ଏପର୍ଯ୍ୟନ୍ତ ସାରା ଦେଶରେ ମୋଟ ୩୨.୯୦ କୋଟି ଲୋକଙ୍କର ଟିକାକରଣ କରାଯାଇଛି। ଦେଶରେ ଏପର୍ଯ୍ୟନ୍ତ ୨୭.୧୧ କୋଟି ଲୋକଙ୍କୁ ଭ୍ୟାକସିନର ପ୍ରଥମ ଡୋଜ୍ ଏବଂ ୫.୭୯ କୋଟି ଲୋକଙ୍କୁ ଉଭୟ ଡୋଜ୍ ଦିଆଯାଇଛି ।

The post ୧୦୨ ଦିନ ପରେ ୪୦ହଜାରରୁ କମ୍ କରୋନା ମାମଲା ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/35WLDVN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages