ମୁମ୍ବାଇ: କରୋନା ଭାଇରସ୍ ମହାମାରୀରୁ ରକ୍ଷା ପାଇବା ପାଇଁ ଦେଶ-ବିଦେଶରେ ଟିକାକରଣ ଅଭିଯାନ ଜୋରଦାର ଚାଲିଛି । ଏହାରି ଭିତରେ ମହାରାଷ୍ଟ୍ରର ଥାନେରୁ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଥାନେର ଜଣେ ମହିଳା ଦାବି କରିଛନ୍ତି ଯେ ତାଙ୍କୁ ୧୫ ମିନିଟରେ କରୋନା ଭ୍ୟାକସିନର ତିନୋଟି ଡୋଜ୍ ଦିଆଯାଇଛି । ପ୍ରଶାସନ ଏହି ମାମଲାର ତଦନ୍ତ କରିବାକୁ ଆଶ୍ୱାସନା ଦେଇଥିଲେ ହେଁ ମହିଳାଙ୍କୁ ତିନୋଟି ଡୋଜ୍ ଲଗାଯାଇଥିବା ଖରବକୁ ଖଣ୍ଡନ କରିଛି।
ମିଡିଆ ରିପୋର୍ଟ ମୁତାବକ, ଯେଉଁ ମହିଳା ତିନୋଟି ଡୋଜ୍ ନେଇଥିବା ଦାବି କରୁଛନ୍ତି, ତାଙ୍କର ପତି ବିନା ପରିଚୟ ଦେଇ କହିଛନ୍ତି, ‘ମୁଁ ମୋ ପତ୍ନୀଙ୍କୁ ନେଇ ଶୁକ୍ରବାର ଟିକାକରଣ କେନ୍ଦ୍ରକୁ ଯାଇଥିଲି । ଯେତେବେଳେ ତାଙ୍କର ଟିକାକରଣ ପ୍ରକ୍ରିୟା ଶେଷ ହେଲା, ସେ ବାହାରକୁ ଆସି ମୋତେ କହିଲେ ଯେ ତାଙ୍କୁ ତିନୋଟି ଡୋଜ୍ ଦିଆଯାଇଛି ।’ ହେଲେ ପ୍ରଶାସନ ଏହାକୁ ଖାରଜ କରିଦେଇଛି ।
ଏହି ଘଟଣାରେ ଥାନେ ମ୍ୟୁନିସିପାଲ୍ କର୍ପୋରେସନ (ଟିଏମସି)ର ମେଡିକାଲ୍ ସ୍ୱାସ୍ଥ୍ୟ ଡାକ୍ତର ଖୁସବୁ ତାୱରେ କହିଛନ୍ତି, ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଘରକୁ ଆମର ଏକ ଡାକ୍ତରୀ ଟିମ୍ ଯାଇଥିଲା ଏବଂ ସେମାନେ ମହିଳାଙ୍କୁ ସୁସ୍ଥ ଥିବା ଦେଖିବାକୁ ପାଇଲେ। ଆମେ ଏହି ମାମଲାରେ ଏକ କମିଟି ଗଠନ କରି ତଦନ୍ତ କରିବୁ ।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଦେଶରେ ୫୨.୭୬ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ଏପର୍ଯ୍ୟନ୍ତ ସାରା ଦେଶରେ ମୋଟ ୩୨.୯୦ କୋଟି ଲୋକଙ୍କର ଟିକାକରଣ କରାଯାଇଛି। ଦେଶରେ ଏପର୍ଯ୍ୟନ୍ତ ୨୭.୧୧ କୋଟି ଲୋକଙ୍କୁ ଭ୍ୟାକସିନର ପ୍ରଥମ ଡୋଜ୍ ଏବଂ ୫.୭୯ କୋଟି ଲୋକଙ୍କୁ ଉଭୟ ଡୋଜ୍ ଦିଆଯାଇଛି ।
The post ୧୫ ମିନିଟରେ ମହିଳାଙ୍କୁ ଦିଆଗଲା ତିନି ଡୋଜ୍! appeared first on Odisha Reporter.
from Odisha Reporter https://ift.tt/3wa0iHS
No comments:
Post a Comment