ନୂଆଦିଲ୍ଲୀ: ଏଣିକି ରାଜଧାନୀରେ କାଲିଠାରୁ ଖୋଲିବ ଜିମ୍। କେବଳ ଜିମ୍ ନୁହେଁ ଫିଟ୍ନେସ୍ ସେଣ୍ଟର ଓ ଯୋଗ କେନ୍ଦ୍ର ମଧ୍ୟ ଖୋଲିବ। ଏଥିସହ ବାର୍ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି।
ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ରାଜଧାନୀ ଦିଲ୍ଲୀରେ କିନ୍ତୁ କମିବାରେ ଲାଗିଛି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଲକଡାଉନ୍ କୋହଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ତେଣୁ ଆସନ୍ତାକାଲି ଠାରୁ ରାଜଧାନୀ ଦିଲ୍ଲୀରେ ଜିମ୍, ଫିଟ୍ନେସ୍ ସେଣ୍ଟର, ଯୋଗ କେନ୍ଦ୍ର ଓ ବାର୍ ଆଦି ଖୋଲିବ। ଏହି ସମସ୍ତ କେନ୍ଦ୍ର ସୋମବାର ଠାରୁ ଅଧା କ୍ଷମତାରେ ଚାଲିବ। ଏଥିସହ ବିବାହ ହଲ୍, ମଣ୍ଡପ ଓ ହୋଟେଲ ଆଦିରେ ବିବାହ କରିବାକୁ ଅନୁମତି ମଧ୍ୟ ଦିଆଯିବ।
ଅନ୍ଲକ୍-୫ ସମ୍ବନ୍ଧରେ ଡିଏମ୍ଏ ଦେଇଥିବା ନିର୍ଦ୍ଦେଶ ଅନୁସାରେ, ବିବାହ ଉତ୍ସବରେ ୫୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି। ବିବାହ ପାଇଁ ଭୋଜି ହଲ୍ ଓ ହୋଟେଲରେ ୫୦ ଜଣଙ୍କ ଉପସ୍ଥିତିରେ ଆୟୋଜନ କରିବାକୁ କୁହାଯାଇଛି। ତେବେ ଏହି ଅସମୟରେ କୋଭିଡ ଗାଇଡଲାଇନ୍ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅନ୍ତ୍ୟେଷ୍ଟିରେ ୨୦ ଜଣରୁ ଅଧିକ ଲୋକ ଯୋଗ ଦେଇପାରିବେ।
ଯଦି କୋଭିଡ ନିୟମ ଯେକୌଣସି ସ୍ଥାନରେ ଉଲ୍ଲଂଘନ ହେବ, ତେବେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଏବଂ ଆଇପିସିର ଉପଯୁକ୍ତ ବିଭାଗ ଅଧୀନରେ ଏବଂ ଆଇପିସିର ଉପଯୁକ୍ତ ଧାରା ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଆଦେଶ ସୋମବାର ସକାଳ ୫ ରୁ ଜୁଲାଇ ୫ ପର୍ଯ୍ୟନ୍ତ ବଳବତ୍ତର ରହିବ।
The post ରାଜଧାନୀରେ ଖୋଲିବ ଜିମ୍ ଓ ଫିଟ୍ନେସ୍ ସେଣ୍ଟର appeared first on Odisha Reporter.
from Odisha Reporter https://ift.tt/35U65q3
No comments:
Post a Comment