ଲକ୍ଷ୍ନୌ: ଆସନ୍ତାବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ବହୁଜନ ସମାଜବାଦୀ ପାର୍ଟି (ବିଏସ୍ପି) ଅସାଦୁଦ୍ଦିନ ଓୱେସିଙ୍କ ନେତୃତ୍ୱାଧୀନ ଏଆଇଏମ୍ଆଇଏମ୍ ସହିତ ମେଣ୍ଟ କରିବ ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି ବିଏସ୍ପି ମୁଖ୍ୟ ମାୟାବତୀ।
ରବିବାର ସକାଳେ ଟ୍ୱିଟ୍ କରି ମାୟାବତୀ ଲେଖିଛନ୍ତି, ଗତକାଲି ଠାରୁ ଏକ ନ୍ୟୁଜ୍ ଚ୍ୟାନେଲ୍ ଏହି ଖବର ପ୍ରସାରଣ କରୁଛି। ଆମେ ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏଆଇଏମ୍ଆଇଏମ୍ ସହିତ ମେଣ୍ଟ କରିବୁ ବୋଲି କହୁଛନ୍ତି। ଏହି ଖବର ସଂପୂର୍ଣ୍ଣ ଭାବେ ମିଛ। ଏହା ଭିତ୍ତିହୀନ। ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଏଭଳି ଖବର ପ୍ରସାରଣ କରାଯାଉଛି। ବିଏସ୍ପି ଏହାକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରୁଛି।
ସେ ଲେଖିଛନ୍ତି, ଆସନ୍ତା ବର୍ଷ ପ୍ରାରମ୍ଭରେ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଏସ୍ପି ଏହି ଦୁଇ ରାଜ୍ୟରେ ଏକା ଲଢ଼ିବ। ତେବେ ଏହି ସମୟରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ଆମେ ଶିରୋମଣି ଅକାଳି ଦଳ ସହିତ ମେଣ୍ଟ କରିବୁ। ଏଥିପାଇଁ ବୁଝାମଣା ସରିଯାଇଛି। ୧୧୭ଟି ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ଆସନରେ ଶିରୋମଣି ଅକାଳି ଦଳ ୯୭ଟି ଏବଂ ବିଏସ୍ପି ୨୦ଟି ଆସନରେ ଲଢ଼ିବ।
The post ବିଏସ୍ପି ଏକା ଲଢ଼ିବ ନା ମେଣ୍ଟ କରିବ? ସ୍ପଷ୍ଟ କଲେ ମାୟାବତୀ appeared first on Odisha Reporter.
from Odisha Reporter https://ift.tt/3A4OOsg
No comments:
Post a Comment