ନୂଆଦିଲ୍ଲୀ: ହୁହୁ ହୋଇ ବଢ଼ୁଥିବା କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗିବା ଆରମ୍ଭ ହୋଇଛି। ଏବେ ଦେଶର ଦୈନିକ ମୃତ୍ୟୁ ସଂଖ୍ୟା ୨ ହଜାର ତଳକୁ ଖସିଥିବା ବେଳେ ୭୩ ଦିନ ପରେ ଆକ୍ଟିଭ କେସ୍ ସଂଖ୍ୟା ୮ ଲକ୍ଷ ତଳକୁ ଖସିଛି। ସେହିପରି ଗତକାଲି ଅପେକ୍ଷା ଆଜି ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୫ ହଜାର ହ୍ରାସ ପାଇଛି। କରୋନାର ସଂକ୍ରମଣ ଠାରୁ ଆରମ୍ଭ କରି ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବାରୁ ସମସ୍ତେ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଗୋଟିଏ ଦିନରେ ଆଉ ୬୨, ୪୮୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ଏହା ୬୭,୨୦୮ ରହିଥିଲା। ଗୋଟିଏ ଦିନ ପୂର୍ବରୁ ଏହି ସଂଖ୍ୟା ୬୨, ୨୨୪ ଓ ଏହାର ପୂର୍ବଦିନ ୬୦,୪୭୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାର ଅର୍ଥ ଗତକାଲି ଅପେକ୍ଷା ଦୈନିକ ସଂକ୍ରମଣ ହ୍ରାସ ପାଇଛି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୭,୬୨,୭୯୩କୁ ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ୧୯, ୨୯,୪୭୬ଟି ନମୁନା ପରୀକ୍ଷା କରାଯାଇଛି।
ସେହିପରି ମହାମାରୀ କରୋନା ଜିନିତ ମୃତ୍ୟୁସଂଖ୍ୟା ଦୀର୍ଘ ଦିନ ପରେ ୨ ହଜାର ତଳକୁ ଖସିଛି। ଏକଦା ଦୈନିକ ମୃତ୍ୟୁସଂଖ୍ୟା ୪ ହଜାର ଉପରେ ରହୁଥିବା ବେଳେ ଜୁନ୍ ମାସରୁ ଏହା ୩ ହଜାର ତଳକୁ ଖସିଥିଲା। ହେଲେ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ହ୍ରାସ ପାଇଛି।
ଗୋଟିଏ ଦିନରେ କରୋନା ଆଉ ୧୫୮୭ ଜଣଙ୍କ ମୁଣ୍ଡ ନେଇଛି। ଗତକାଲି ଏହା ୨୩୩୦ ଜଣଙ୍କ ଜୀବନ ନେଇଥିଲା। ଏହାର ପୂର୍ବଦିନ ୨୫୪୨ ଓ ଏହାର ଗୋଟିଏ ଦିନ ପୂର୍ବରୁ କିଲର କରୋନାରେ ଆକ୍ରାନ୍ତ ହୋଇ ୨୭୨୬ ଜଣ ପ୍ରାଣ ହରାଇଥିଲେ। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୮୩,୪୯୦ରେ ପହଞ୍ଚି ଯାଇଛି।
ଦିନକରେ ୮୮,୯୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଦେଶରେ ଏଯାଏ ମୋଟ ୨,୮୫,୮୦,୬୪୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ଆକ୍ଟିଭ କେସ୍ ସଂଖ୍ୟା ୭,୯୮,୬୫୬ ରହିଛି। ଦୀର୍ଘ ୭୩ ଦିନ ପରେ ଆକ୍ଟିଭ କେସ୍ ସଂଖ୍ୟା ୮ ଲକ୍ଷ ତଳକୁ ଖସିଛି।
ସେହିପରି ଗତକାଲି ତୁଳନାରେ ଆକ୍ଟିଭ କେସ୍ ସଂଖ୍ୟା ଆଜି ୨୮,୦୮୪ ହ୍ରାସ ପାଇଛି। ଦେଶରେ ଆରୋଗ୍ୟ ହାର ୯୬.୦୩% ଥିବା ବେଳେ ମୃତ୍ୟୁହାର ୧.୨୯% ଓ ପଜିଟିଭିଟି ରେଟ୍ ୨.୭୮% ରହିଛି।
India reports 62,480 new #COVID19 cases, 88,977 discharges & 1,587 deaths in last 24 hrs, as per Health Ministry
Total cases: 2,97,62,793
Total discharges: 2,85,80,647
Death toll: 3,83,490
Active cases: 7,98,656 (below 8 lakh after 73 days)Vaccination: 26,89,60,399 pic.twitter.com/hhd9c2krzs
— ANI (@ANI) June 18, 2021
ଅନ୍ୟପକ୍ଷରେ ଏଯାଏ ଦେଶରେ ୨୬,୮୯,୬୦,୩୯୯ ଡୋଜ୍ର ଟିକାକରଣ ହୋଇଛି। କେବଳ ୨୪ ଘଣ୍ଟାରେ ଲୋକଙ୍କୁ ୩୨,୫୯,୦୦୩ ଡୋଜ୍ ଟିକା ଦିଆଯାଇଛି।
ଗୋଟିଏ ଦିନରେ କେରଳରେ ସର୍ବାଧିକ ୧୨,୪୬୯, ମହାରାଷ୍ଟ୍ରରେ ୯୮୩୦, ତାମିଲନାଡୁରେ ୯୧୧୮, ଆନ୍ଧ୍ରରେ ୬୧୫୧ ଓ କର୍ଣ୍ଣାଟକାରେ ୬୯୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
The post ଦେଶରେ ସବୁ କମିଲା: କରୋନା ସଂକ୍ରମଣ, ମୃତ୍ୟୁସଂଖ୍ୟା ଓ ଆକ୍ଟିଭ କେସ୍ appeared first on Odisha Reporter.
from Odisha Reporter https://ift.tt/3xwpEAw
No comments:
Post a Comment