କୋଳ ଖାଲି କଲା କରୋନା: ବିବାହ ବେଦୀ ବଦଳରେ ମଶାଣିକୁ ଗଲା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 17, 2021

କୋଳ ଖାଲି କଲା କରୋନା: ବିବାହ ବେଦୀ ବଦଳରେ ମଶାଣିକୁ ଗଲା ପୁଅ

ଭଦ୍ରକ(ପାର୍ଥ ସାରଥୀ ନାୟକ ): ଜୁନ୍‌ ୧୧ ତାରିଖରେ ହୋଇଥା’ନ୍ତା ପୁଅର ବାହାଘର। ଘରକୁ ଆସିଥା’ନ୍ତା ନୂଆ ବୋହୂ। ପୁଣି ଜୁନ୍ ୧୫ରେ ପଡୁଥିଲା ପୁଅର ଜନ୍ମଦିନ। ସେଥିପାଇଁ ବି ସରିଥିଲା ପ୍ରସ୍ତୁତି। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ହଠାତ୍ ଦେହ ଖରାପ ହେବାରୁ ପୁଅର ବାହାଘର ଜୁନ୍‌ ୧୮ ତାରିଖକୁ ଘୁଞ୍ଚାଇ ଦିଆଗଲା। ଅର୍ଥାତ୍ ଆଜି ହୋଇଥା’ନ୍ତା ବାହାଘର। କିନ୍ତୁ ହୋଇପାରିଲାନି। କାରଣ ତା’ପୂର୍ବରୁ କରୋନା ଖାଲି କରି ଦେଲା ମା’ର କୋଳ। ବର ବେଶରେ ବିବାହ ବେଦୀ ବଦଳରେ ଶବ ହୋଇ ମଶାଣିକୁ ଗଲା ପୁଅ। ଏମିତି ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟି ଯାଇଛି ଭଦ୍ରକ ଜିଲ୍ଲାରେ।

ମୃତ ଯୁବକଙ୍କ ନାଁ ଚନ୍ଦ୍ରମଣି ନାଥ। ତାଙ୍କୁ ମାତ୍ର ୨୮ ବର୍ଷ ହୋଇଥିଲା। ସେ ଅସୁରାଳୀ ଅଞ୍ଚଳର ନାଥ ସାହିର ପ୍ରାଣବନ୍ଧୁ ନାଥଙ୍କ ପୁଅ ଥିଲେ।

ଜୁନ୍ ୧୧ ତାରିଖରେ ଚନ୍ଦ୍ରମଣିଙ୍କ ବିବାହ ପାଇଁ ସବୁ ପ୍ରସ୍ତୁତି ସରିଥିଲା। ତେବେ ତା’ପୂର୍ବରୁ ତାଙ୍କର ଦେହ ଖରାପ ହେଲା। ଜ୍ୱର ହେବାରୁ ତାଙ୍କର କରୋନା ଟେଷ୍ଟ କରାଗଲା। ଆଉ ଟେଷ୍ଟ ରିପୋର୍ଟ ପିଜିଟିଭ୍ ଆସିଲା। ଏହା ପରେ ବାହାଘରକୁ ଜୁନ୍ ୧୮  ତାରିଖ ପର୍ଯ୍ୟନ୍ତ ପରିବାର ଲୋକେ ଘୁଞ୍ଚାଇ ଦେଲେ।

ଘରେ ରହି ଚିକିତ୍ସିତ ହେଉଥିବା ବେଳେ ୧୩ ତାରିଖ ଦିନ ଚନ୍ଦ୍ରମଣି ଗୁରୁତର ହୋଇପଡ଼ିଲେ। ନିଃଶ୍ୱାସପ୍ରଶ୍ୱାସ ନେବାରେ ତାଙ୍କୁ ସମସ୍ୟା ହେଲା। ତାଙ୍କ ଅକ୍ସିଜେନ୍ ସ୍ତର କମିବାକୁ ଲାଗିଲା। ୧୪ ତାରିଖ ଦିନ ତାଙ୍କୁ ପରିବାର ଲୋକେ ଡାକ୍ତରଖାନା ନେଉଥିବା ବେଳେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ଚନ୍ଦ୍ରମଣିଙ୍କ ମୃତ୍ୟୁକୁ ଗ୍ରହଣ କରିବା ପରିବାର ଲୋକଙ୍କ ପାଇଁ କଷ୍ଟକର ଥିବା ବେଳେ ଏପରି ସମୟରେ ମିଳିଲାନି ଗ୍ରାମବାସୀଙ୍କ ସହଯୋଗ। ପୁଅର ଶବ ଦାଣ୍ ଦୁଆରେ ପଡ଼ିଥିବା ବେଳେ ସତ୍କାର ପାଇଁ ସହଯୋଗ କଲେନି ଗାଁ ଲୋକ। ପରେ ସ୍ଥାନୀୟ ସରପଂଚ, ବ୍ଲକ ପ୍ରଶାସନ ଓ ମେଡ଼ିକାଲ କର୍ମଚାରୀଙ୍କ ସହଯୋଗରେ ଚନ୍ଦ୍ରମଣିଙ୍କ ଶବ ସତ୍କାର କରାଗଲା। ଏବେ କିନ୍ତୁ ଏହି ଖବର ପ୍ରଚାର ହେବା ପରେ ସାରା ଅଞ୍ଚଳରେରେ ଶୋକର ଛାୟା ଖେଳିଯାଇଛି।

 

The post କୋଳ ଖାଲି କଲା କରୋନା: ବିବାହ ବେଦୀ ବଦଳରେ ମଶାଣିକୁ ଗଲା ପୁଅ appeared first on Odisha Reporter.



from Odisha Reporter https://ift.tt/3cQ9c6x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages