ଟିକା ନେଇଥିଲେ ବିମାନ ଭଡ଼ାରେ ଡିସକାଉଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 23, 2021

ଟିକା ନେଇଥିଲେ ବିମାନ ଭଡ଼ାରେ ଡିସକାଉଣ୍ଟ

ନୂଆଦିଲ୍ଲୀ: ଜୁନ୍ ୨୧ ପାଖରୁ ସାରା ଦେଶରେ ଟିକାକରଣ କେନ୍ଦ୍ର ହାତରେ ରହିଛି। ଏହି ଚତୁର୍ଥ ପର୍ଯ୍ୟାୟରେ ସମସ୍ତ ପ୍ରାପ୍ତ ବୟସ୍କ ମାଗଣାରେ ଟିକା ନେଉଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ଭରଣ କରୁଛନ୍ତି। ଏହାରି ଭିତରେ ଟିକାକରଣକୁ ଆହୁରି ପ୍ରୋତ୍ସାହନ ଯୋଗାଇବା ପାଇଁ ବିମାନ ଭଡାରେ ଡିସକାଉଣ୍ଟ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଯିଏ ଟିକା ନେଇଥିବେ ସିଏ ଡିସକାଉଣ୍ଟ ପାଇବେ। ଇଣ୍ଡିଗୋ ବିମାନ କମ୍ପାନୀ ଏହି ଅଫର ଦେଇଛି।

ବୁଧବାର ଇଣ୍ଡିଗୋ ବିମାନ କମ୍ପାନୀ ବିବୃତ୍ତି ଜାରି କରି କହିଛି, ଯିଏ ଗୋଟିଏ କି ଦୁଇଟି ଟିକା ନେଇଥିବେ ସିଏ ବିମାନ ଟିକେଟ କାଟିବା ବେଳେ ଡିସକାଉଣ୍ଟ ପାଇବେ। ମୋଟ୍ ଭଡାର ୧୦ ପ୍ରତିଶତ ଭଡା ଅଫର ଭାବରେ ବୁକିଂ ବେଳେ ମିଳିବ। ଇଣ୍ଡିଗୋ ଏଭଳି ଅଫର ଦେବାରେ ଭାରତର ପ୍ରଥମ କମ୍ପାନୀ ହୋଇଛି।

ସୂଚନାଯୋଗ୍ୟ, ସାରା ଦେଶରେ ଟିକାକରଣ ପ୍ରକ୍ରିୟା ଜୋରଦାର ଚାଲିଛି। ବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ଆସନ୍ତା ଦିନରେ ଟିକା ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ। ଜୁଲାଇରେ ପ୍ରାୟ ୨୦-୨୨ କୋଟି ଡୋଜ ଉପଲବ୍ଧ ହେବ ବୋଲି ମଙ୍ଗଳବାର କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।

ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (NTAGI)ର ଅଧ୍ୟକ୍ଷ ଡକ୍ଟର ଏନ.କେ ଆରୋରା କହିଛନ୍ତି, ସରକାରଙ୍କ ଲକ୍ଷ୍ୟ ଅତି କମରେ ଦୈନିକ କୋଟିଏ ଲୋକଙ୍କୁ ଟିକାକରଣ କରିବା। କିନ୍ତୁ ୧.୨୫ କୋଟି ଲୋକଙ୍କୁ ଦୈନିକ ଟିକା ଦେଇପାରିବାର କ୍ଷମତା ରହିଛି ବୋଲି ସେ କହିଛନ୍ତି। ଟିକାକରଣ ଅଭିଯାନ ପାହାଡ଼ିଆ, ଆଦିବାସୀ ଏବଂ ଅଳ୍ପ ଜନବହୁଳ ଅଞ୍ଚଳ ସମେତ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚିବ ବୋଲି ସେ କହିଛନ୍ତି।

The post ଟିକା ନେଇଥିଲେ ବିମାନ ଭଡ଼ାରେ ଡିସକାଉଣ୍ଟ appeared first on Odisha Reporter.



from Odisha Reporter https://ift.tt/3jb390l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages