ସୁଶାନ୍ତଙ୍କ ଶ୍ରାଦ୍ଧ ବାର୍ଷିକୀର ୮ ଦିନ ପରେ ଏମିତି କହିଲେ ରିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 22, 2021

ସୁଶାନ୍ତଙ୍କ ଶ୍ରାଦ୍ଧ ବାର୍ଷିକୀର ୮ ଦିନ ପରେ ଏମିତି କହିଲେ ରିଆ

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ। ନିକଟରେ ତାଙ୍କ ଶ୍ରାଦ୍ଧ ବାର୍ଷିକୀ ସରିଛି। ତେବେ ତାଙ୍କ ଶ୍ରାଦ୍ଧ ବାର୍ଷିକୀର ୮ ଦିନ ପରେ ତାଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସହ ଏକ ନୋଟ୍ ମଧ୍ୟ ପୋଷ୍ଟ କରିଛନ୍ତି।

ରିଆ ଚକ୍ରବର୍ତ୍ତୀଙ୍କ ପାଇଁ ବର୍ଷ ୨୦୨୦ ବେଶ ଖରାପ ଥିଲା। ନିଜ ପ୍ରେମିକ ସୁଶାନ୍ତ ସିଂ ରାଜପୁତଙ୍କୁ ସେ ହରାଇଥିଲେ। ଏଥିସହ ସୁଶାନ୍ତଙ୍କ ମୃତ୍ୟୁ ପଛରେ ତାଙ୍କ ହାତ ଥିବା ଅଭିଯୋଗ ଉଠିଥିଲା। ଏହି ମାମଲାରେ ତାଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡିଥିଲା। ତେବେ ଜେଲ୍‌ରୁ ବାହାରୁ ଆସିବା ପରେ ରିଆ ଲାଇମ୍ ଲାଇଟ୍ ଠାରୁ ଦୂରେଇ ରହିଛନ୍ତି। କେବଳ ସେତିକି ନୁହେଁ ସୋଶାଲ ମିଡିଆରେ ମଧ୍ୟ ଏତେଟା ଆକ୍ଟିଭ ନାହାନ୍ତି। ତେବେ ସୁଶାନ୍ତଙ୍କ ଶ୍ରାଦ୍ଧ ବାର୍ଷିକୀ ପରେ ସୋଶାଲ ମିଡିଆରେ ଦୁଇଟି ଫଟୋ ପୋଷ୍ଟ କରିବା ସହ ଏକ ସୁନ୍ଦର ନୋଟ ମଧ୍ୟ ଲେଖିଛନ୍ତି।

ରିଆ ନିଜ ଇନ୍‌ଷ୍ଟାଗ୍ରାମରେ ନିଜ ପିଲା ଦିନର ଫଟୋ ପୋଷ୍ଟ କରିଛନ୍ତି।

ରିଆ ନିଜ ଇନ୍‌ଷ୍ଟାଗ୍ରାମରେ ନିଜ ପିଲା ଦିନର ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋକୁ ପୋଷ୍ଟ କରି ସେ ଲେଖିଛନ୍ତି, ‘ଏମିତି ହିଁ ଦିନେ ମୁଁ ଝଡ ତୋଫାନରୁ ଉଡିବା ଶିଖିଗଲି, କାରଣ ମୁଁ ଜାଣିଛି ସାକଳ ହେବା ପୂର୍ବରୁ ଅନ୍ଧାର ହୁଏ।’ ଅନ୍ୟ ଏକ ପୋଷ୍ଟରେ ରିଆ ଲେଖିଛନ୍ତି, ‘ମୋତେ ଲାଗୁଥିଲା ମୋ ମା’ ମୋତେ ଚାଲିବା ଶିଖାଉଛନ୍ତି, କିନ୍ତୁ କାହାକୁ ଜଣାଥିଲା ଯେ, ମୁଁ ଦିନେ ଉଡିବା ଶିଖିଯିବି।’

ସୂଚନା ମୁତାବକ ୨୦୨୦ ଜୁନ୍ ୧୪ରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇ ବାନ୍ଦ୍ରା ସ୍ଥିତ ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏହାପରେ ସୁଶାନ୍ତଙ୍କ ବାପା ଅଭିନେତ୍ରୀ ରିଆଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ କରିଥିଲେ। ଏଥିସହ ରିଆଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ମାଲରେ ଜଡିତ ଡ୍ରଗ୍ସ କେସ୍‌ରେ ଏନ୍‌ସିବି ଗିରଫ କରିଥିଲା। ଜେଲ୍‌ରେ ମାସେ ରହିବା ପରେ ସେ ଜାମିନରେ ମୁକୁଳିଥିଲେ।

The post ସୁଶାନ୍ତଙ୍କ ଶ୍ରାଦ୍ଧ ବାର୍ଷିକୀର ୮ ଦିନ ପରେ ଏମିତି କହିଲେ ରିଆ appeared first on Odisha Reporter.



from Odisha Reporter https://ift.tt/3wS0zQC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages