କେନ୍ଦୁଝର(ପ୍ରଣୟ ପାଣି): ଫୋନ୍ରେ କଥା ହେଉଥିଲା ସାବତ ଝିଅ। ଏହାଦେଖି ଆକଟ କରିବାକୁ ଯାଇଥିବା ସାବତ ବାପାର ମାଡ଼ରେ ଆଖି ବୁଜିଲା ୧୫ ବର୍ଷୀୟା ନାବାଳିକା ଝିଅ। ଏହାଦେଖି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛି ସାବତ ବାପା କୈଳାସ । ଏପରି ଅଭାବନୀୟ ଘଟଣା କେନ୍ଦୁଝର ଚମ୍ପୁଆ ଥାନା ରଘୁଆଳସାହିରେ ଘଟିଛି।
ଗତକାଲି ରାତିରେ ନାବାଳିକାଜଣକ ଫୋନ୍ରେ କାହା ସହ କଥା ହେଉଥିଲା। ଏହା ଦେଖି ସାବତ ବାପା କୈଳାସ ତାକୁ ଆକଟ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ କୈଳାସ ନାବାଳିକାକୁ ବାଡ଼ିରେ ବାଡ଼େଇବାରୁ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଥିଲା।
ଏହାଦେଖି ଛାନିଆ ହୋଇଯାଇଥିବା କୈଳାସ ଶେଷରେ ନିଜ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ଘଟଣାସ୍ଥଳରେ ତାଙ୍କ ସ୍ତ୍ରୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଚମ୍ପୁଆ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
The post ସାବତ ବାପା ମାଡ଼ରେ ଆଖି ବୁଜିଲା ନାବାଳିକା ଝିଅ appeared first on Odisha Reporter.
from Odisha Reporter https://ift.tt/3iuzM6Z
No comments:
Post a Comment