ଝୁଲନ୍ତା ଅବସ୍ଥାରେ ମିଳିଲା ଟ୍ରାନ୍ସଜେଣ୍ଡର ବିଧାନସଭା ପ୍ରାର୍ଥୀଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 21, 2021

ଝୁଲନ୍ତା ଅବସ୍ଥାରେ ମିଳିଲା ଟ୍ରାନ୍ସଜେଣ୍ଡର ବିଧାନସଭା ପ୍ରାର୍ଥୀଙ୍କ ମୃତଦେହ

ଥିରୁୱନନ୍ତପୁରମ୍‌: ଆଉ ନାହାନ୍ତି କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ଆର୍‌ଜେ ତଥା ରେଡିଓ ଜକି । କେରଳ ବିଧାନସଭା ନିର୍ବାଚନରେ ପ୍ରଥମ ଟ୍ରାନ୍ସଜେଣ୍ଡର ଆଶାୟୀ ପ୍ରାର୍ଥୀ ରହିଥିବା ଅନନ୍ୟା କୁମାରୀ ଆଲେକ୍ସଙ୍କ ମୃତ୍ୟୁ ହୋଇଛନ୍ତି । ନିଜ ଘରେ ହିଁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଅନନ୍ୟା ୨୦୨୦ରେ କୋଚିର ଏକ ଘରୋଇ ଡାକ୍ତରଖାନାରେ ଭେଜିନୋପ୍ଲାଷ୍ଟି ଅସ୍ତ୍ରୋପଚାର କରିଥିଲେ। ସେ କହିଥିଲେ ଯେ ଅସ୍ତ୍ରୋପଚାରର ଗୋଟିଏ ବର୍ଷ ପରେ ମଧ୍ୟ ସେ ବହୁତ ସମସ୍ୟାର ସମ୍ମୁଖିନ ହୋଇଥିଲେ ଏବଂ ଅଧିକ ସମୟ ଠିଆ ହୋଇପାରୁନଥିଲେ। ଶାରୀରିକ ସମସ୍ୟା ହେତୁ ସେ କାମ କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ ବୋଲି ଅନନ୍ୟା କହିଥିଲେ। ଅସ୍ତ୍ରୋପଚାର ସମୟରେ ହୋଇଥିବା ଭୁଲ ହେତୁ ସେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଅନନ୍ୟା କହିଥିଲେ।

ଅସ୍ତ୍ରୋପଚାରର ଖୁଲାସା କରିବା ପରେ ଏବେ ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି । ପୁଲିସ ଅନନ୍ୟାଙ୍କ ମୃତଦେହ ଜବତ କରି ଏର୍ନାକୁଲମର ଜେନେରାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । କୁହାଯାଉଛି ଯେ ଅନନ୍ୟା ଶାରୀରିକ ଯନ୍ତ୍ରଣା ହେତୁ ଆତ୍ମହତ୍ୟା କରିଛନ୍ତି। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ଅନନ୍ୟା କୁମାରୀ ଆଲେକ୍ସ କୋଲାମ ପେରୁମାନର ବାସିନ୍ଦା। ସେ ହେଉଛନ୍ତି ପ୍ରଥମ ଟ୍ରାନ୍ସଜେଣ୍ଡର ଯିଏକି କେରଳର ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ଏପ୍ରିଲ୍ ୨୦୨୧ ରେ ଅନୁଷ୍ଠିତ କେରଳ ବିଧାନସଭା ନିର୍ବାଚନରେ ମାଲାପୁରମ୍ ଜିଲ୍ଲାର ଭେଙ୍ଗାରା ନିର୍ବାଚନମଣ୍ଡଳୀରେ ଡେମୋକ୍ରାଟିକ୍ ସୋସିଆଲ୍ ଜଷ୍ଟିସ୍ ପାର୍ଟି ପ୍ରାର୍ଥୀ ଭାବରେ ପ୍ରଚାର ଆରମ୍ଭ କରିଥିଲେ। ପରେ ତାଙ୍କ ଦଳର ନେତାଙ୍କ ଧମକ ଓ ନିର‌୍ୟ୍ୟାତନା ମଧ୍ୟରେ ସେ ନିର୍ବାଚନରୁ ଓହରି ଯାଇଥିଲେ।

The post ଝୁଲନ୍ତା ଅବସ୍ଥାରେ ମିଳିଲା ଟ୍ରାନ୍ସଜେଣ୍ଡର ବିଧାନସଭା ପ୍ରାର୍ଥୀଙ୍କ ମୃତଦେହ appeared first on Odisha Reporter.



from Odisha Reporter https://ift.tt/3kEJ4Qx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages