ମେଡିକାଲ ଓ ନର୍ସିଂ କଲେଜ ଖୋଲିବାକୁ ସରକାର ଦେଲେ ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 28, 2021

ମେଡିକାଲ ଓ ନର୍ସିଂ କଲେଜ ଖୋଲିବାକୁ ସରକାର ଦେଲେ ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ ରହିଥିବା ସମସ୍ତ ମେଡିକାଲ କଲେଜ, ନର୍ସିଂ, ଫାର୍ମାସୀ ଓ ପାରାମେଡିକାଲ ଅନୁଷ୍ଠାନଗୁଡ଼ିକୁ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଡିଏମଇଟି ନିର୍ଦ୍ଦେଶକଙ୍କୁ ଚିଠି ଲେଖି କୋଭିଡ୍ -୧୯ ଗାଇଡଲାଇନ୍ ମଧ୍ୟରେ ଏସବୁ ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲିବାକୁ ପରାମର୍ଶ ଦେଇଛନ୍ତି। ଯେଉଁ ଛାତ୍ରଛାତ୍ରୀମାନେ ଟିକା ନେଇନଥିବେ ସେମାନଙ୍କୁ ହଷ୍ଟେଲର ସ୍ୱତନ୍ତ୍ର ବ୍ଲକରେ ରଖିବାକୁ କୁହାଯାଇଛି। ସେମାନଙ୍କ ପାଇଁ କଲେଜର ଲାଇବ୍ରେରୀ ଉପଯୋଗ କରିବାକୁ ସୁବିଧା ମିଳିବ ନାହିଁ ଓ ଡାଇନିଂ ମଧ୍ୟ ଅଲଗା ରହିବ। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କର ନିୟମିତ କୋଭିଡ୍ ଟେଷ୍ଟ କରିବା ପାଇଁ କଲେଜ କର୍ତ୍ତୃପକ୍ଷମାନଙ୍କୁ ପରାମର୍ଶ ଦିଆଯାଇଛି।
କଲେଜ କ୍ୟାମ୍ପସରେ କୌଣସି ସାମାଜିକ, ଧାର୍ମିକ, କ୍ରୀଡ଼ା ଓ ପାଠପଢ଼ା ସଂକ୍ରାନ୍ତ ଗତିବିଧି ପାଇଁ ଛାତ୍ରଛାତ୍ରୀମାନେ କ୍ୟାମ୍ପସ ଭିତରେ ଗୋଟିଏ ସ୍ଥାନରେ ଏକଜୁଟ ହୋଇପାରିବେ ନାହିଁ। ପ୍ରଶାସନିକ କାର୍ଯ୍ୟାଳୟ ସବୁ କାର୍ଯ୍ୟ ଦିବସରେ ଖୋଲା ରହିବ।  ସ୍ଥାନୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷମାନଙ୍କ ସହ ବିଚାରବିମର୍ଶ କରି ଉଭୟ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନଙ୍କର ଟିକାକରଣ କାର୍ଯ୍ୟ ଆରମ୍ଭ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।
ଛୋଟଛୋଟ ଗ୍ରୁପ୍ ଜରିଆରେ ଛାତ୍ରଛାତ୍ରୀମାନଙ୍କ ପ୍ରାକ୍ଟିକାଲ କ୍ଲାସ ଓ ପରୀକ୍ଷା ଅନୁଷ୍ଠିତ ହେବ। ଥିଓରି କ୍ଲାସ ପୂର୍ବଭଳି ଅନଲାଇନରେ ଜାରି ରହିବ। ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଲିଖିତ ଅନୁମତି ଦେବାପରେ ସେମାନଙ୍କୁ ହଷ୍ଟେଲରେ ରହିବାର ଅନୁମତି ମିଳିବ। ତେବେ ଯେଉଁ ଛାତ୍ରଛାତ୍ରୀମାନେ କୋଭିଡ୍ ସଂକ୍ରମିତ ହୋଇଥିବେ ସେମାନଙ୍କୁ ପରୀକ୍ଷାରେ ବସିବା ପାଇଁ ଅନୁମତି ମିଳିବ ନାହିଁ। ଅବଶ୍ୟ ସେମାନେ ପରବର୍ତ୍ତୀ ସମୟରେ ବାର୍ଷିକ ଓ ସପ୍ଲିମେଣ୍ଟାରୀ ପରୀକ୍ଷାରେ ବସିପାରିବେ। ମାତ୍ର ଏହି ପରୀକ୍ଷା ଡ୍ରପଆଉଟ୍ ସେମାନଙ୍କର ସାଟିଫିକେଟରେ ଉଲ୍ଲେଖ ରହିବ ନାହିଁ ବୋଲି କୁହାଯାଇଛି ।

The post ମେଡିକାଲ ଓ ନର୍ସିଂ କଲେଜ ଖୋଲିବାକୁ ସରକାର ଦେଲେ ଅନୁମତି appeared first on Odisha Reporter.



from Odisha Reporter https://ift.tt/2VijFRY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages