ଆଉ ବନ୍ଦ ହେବନି ସ୍ପା ରୁମ୍‌ କବାଟ, ଲାଗିବ ସିସିଟିଭି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 22, 2021

ଆଉ ବନ୍ଦ ହେବନି ସ୍ପା ରୁମ୍‌ କବାଟ, ଲାଗିବ ସିସିଟିଭି

ନୂଆଦିଲ୍ଲୀ: ସ୍ପା ଆଳରେ ବିଭିନ୍ନ ସ୍ଥାନରେ ଚାଲୁଛି ଖୁଲମଖୁଲା ଦେହ ବେପାର।  ଦୋକାନ ଆଗରେ ସ୍ପା ହୋଡିଂ, ପୋଷ୍ଟର ମରା ଯାଉଥିବା ବେଳେ ଭିତରେ ଜମୁଛି ରଙ୍ଗିନ ଆସର। ହେଲେ ଏହାକୁ ଆଉ ବରଦାସ୍ତ କରାଯିବନି। ଏଣିକି ଆଉ ସ୍ପା ହେଉଥିବା ରୁମ୍‌ ବନ୍ଦ ହେବନି କି ଲାଗିବନି କୁଣ୍ଡି । ଏପରି ନିୟମ ଆଣି ସ୍ପା ଖୋଲିବାକୁ ଅନୁମତି ଦେଇଛନ୍ତି ପୂର୍ବ ଦିଲ୍ଲୀ ନଗର ନିଗମ କର୍ତ୍ତୃପକ୍ଷ ।

ନୂଆ ନିୟମ ଅନୁଯାୟୀ, ସ୍ପାରେ ମାଲିସ୍‌ କରୁଥିବା ବ୍ୟକ୍ତି ଡିଗ୍ରୀଧାରୀ ହୋଇଥିବା ଜରୁରୀ। ସେମାନଙ୍କ ନିକଟରେ ଫିଜିଓଥେରାପି, ଏକ୍ୟୁପ୍ରେସର କିମ୍ବା ଚିକିତ୍ସା ସମ୍ବନ୍ଧୀୟ ଡିଗ୍ରୀ ରହିବା ଜରୁରୀ। ଏହାବାଦ ସ୍ପାରେ କ୍ରଶ୍‌-ଜେଣ୍ଡର ମାଲିସ୍‌କୁ ଅନୁମତି ମିଳିବ ନାହିଁ କିମ୍ବା ବନ୍ଦ କୋଠରୀରେ ବି ହୋଇପାରିବନି ସ୍ପା। ସ୍ପା ସେଣ୍ଟରର ଭିତରେ ଥିବା କୁଣ୍ଡି ଓ ବୋଲ୍ଟକୁ ବାହାର କଲେ ହିଁ ମିଳିବ ସ୍ପା ଖୋଲିବାକୁ ଅନୁମତି ।

ନୂଆ ନିୟମ ଅନୁଯାୟୀ, ଗ୍ରାହକଙ୍କୁ ସ୍ପାରେ ପ୍ରବେଶ କରିବାକୁ ନିଜ ପରିଚୟପତ୍ର ଦେଖାଇବାକୁ ପଡ଼ିବ । କେବଳ ସେତିକି ନୁହେଁ, ଫୋନ୍‌ ନମ୍ବର, ଆଇଡି ପ୍ରୁଫ୍‌ ବି ଦେଖାଇବାକୁ ପଡ଼ିବ ।

ପୂର୍ବ ଦିଲ୍ଲୀରେ ସ୍ପା ଖୋଲିବା ସମୟ ଦିନ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ସ୍ପା ସେଣ୍ଟରକୁ ଭିତରୁ ବନ୍ଦ କରାଯିବାକୁ ବାରଣ କରାଯିବା ସହ  ଆପେ ଆପେ ବନ୍ଦ ହେଉଥିବା କବାଟ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁକି ଠେଲି ଦେଲେ ତାହା ଖୋଲି ଯାଉଥିବା । ଫଳରେ ଚଢାଉ ସମୟରେ ଭିତରେ କ’ଣ ଚାଲିଛି ତାହା ଅଧିକାରୀମାନେ ଖୁବ୍‌ ଶୀଘ୍ର ଜାଣିପାରିବେ।  ଏହାବାଦ ସ୍ପା ସେଣ୍ଟରରେ ପୁରୁଷ, ମହିଳାଙ୍କ ପାଇଁ ଅଲଗା ଅଲଗା ଚେଜିଂ ରୁମ୍‌ ରହିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଏହି ନୂଆ ନିୟମ ପୂର୍ବ ଦିଲ୍ଲୀ ନିଗମ ଅଞ୍ଚଳରେ ଥିବା ସବୁ ସ୍ପା ସେଣ୍ଟର ପାଇଁ ଲାଗୁ ହେବ।  ସ୍ପା ସେଣ୍ଟରରେ ସିସିଟିଭି ଲଗାଯିବା ସହ ଅତି କମ୍‌ରେ ୩ ମାସର ରେକଡିଂ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ଏତେ ସବୁ କଟକଣା ସତ୍ତ୍ୱେ କୌଣସି ସ୍ପା ସେଣ୍ଟରରେ ବେଶ୍ୟାବୃତ୍ତି ଚାଲିଥିବା ମାମଲା ସାମନାକୁ ଆସିଲେ ଅନୈତିକ ବ୍ୟାପାର ଅଧିନିୟମ ଲଗାଇ ତାହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି କର୍ତ୍ତୃପକ୍ଷ।

The post ଆଉ ବନ୍ଦ ହେବନି ସ୍ପା ରୁମ୍‌ କବାଟ, ଲାଗିବ ସିସିଟିଭି appeared first on Odisha Reporter.



from Odisha Reporter https://ift.tt/3u8eoKb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages