ବ୍ରହ୍ମପୁର/ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ଅଟୋ ଧକ୍କାରେ ଚାଲିଗଲା ବସ୍ ଡ୍ରାଇଭରଙ୍କ ଜୀବନ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ଚୁଡ଼ୁଙ୍ଗପୁରରେ ଘଟିଛି ଏହି ଦୁର୍ଘଟଣା। ମୃତ ଡ୍ରାଇଭରଙ୍କ ନାଁ ସୁଧାରକର ସାହୁ। ତାଙ୍କ ଘର ନୟାଗଡ଼ ଜିଲ୍ଲାରେ। ସେ ମା’ ଲକ୍ଷ୍ମୀ ନାମକ ଏକ ଘରୋଇ ବସ୍ରେ ଡ୍ରାଇଭର ଥିଲେ।
ସେ ଭୁବନେଶ୍ୱରରୁ ବସ୍ ଧରି ଚିକିଟି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସେ ଶୌଚ ଯିବା ପାଇଁ ଚୁଡୁଙ୍ଗପୁରରେ ରାସ୍ତାକଡ଼ରେ ବସ୍ ଅଟକାଇଥିଲା। ସେ ବସ୍ ପଛରେ ଛିଡ଼ା ହୋଇଥିବା ବେଳେ ଗଙ୍ଗାପୁରରୁ ଚିକିଟି ଯାଉଥିବା ଅଟୋ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭରଙ୍କ ସମେତ ସେଥିରେ ବସିଥିବା ଆଉ ୩ ଜଣ ମଧ୍ୟ ଆହତ ହୋଇଛନ୍ତି।
ଅନ୍ୟପକ୍ଷରେ ଜିଲ୍ଲାର ଗାଙ୍ଗପୁର ଥାନା କୁଲାଙ୍ଗି-କାଳିଆଗୁଡ଼ା ରାସ୍ତାରେ ଆଜି ଏକ ବସ୍ ଓଲଟି ପଡ଼ିବାରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ନୀଳକଣ୍ଠ ନାମକ ଏହି ଘରୋଇ ବସ୍ଟି ସୋରଡ଼ାରୁ ଭଞ୍ଜନଗର ଅଭିମୁଖେ ଯାଉଥିଲା ଓ ଏଥିରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ଏକ ଟର୍ଣ୍ଣିଂରେ ଜଣେ ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସ୍ଟି ଓଲଟି ପଡ଼ିଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଛି। ଗାଙ୍ଗପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
The post ଅଟୋ ଧକ୍କାରେ ବସ୍ ଡ୍ରାଇଭର ମୃତ appeared first on Odisha Reporter.
from Odisha Reporter https://ift.tt/2XL4fHu
No comments:
Post a Comment