ପଞ୍ଜାବ ସରକାର ଅଦଳ ବଦଳ ପଛରେ ପିକେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 20, 2021

ପଞ୍ଜାବ ସରକାର ଅଦଳ ବଦଳ ପଛରେ ପିକେ !

ନୂଆଦିଲ୍ଲୀ: କଂଗ୍ରେସ ଚରଣଜିତ ସିଂ ଚନ୍ନିଙ୍କୁ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି । ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଅମରିନ୍ଦର ସରକାର ପ୍ରତି ଥିବା ଲୋକଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ କଂଗ୍ରେସ ଗୋଟି ଚଳାଇଛି। ହେଲେ ଚନ୍ନି ଅମରିନ୍ଦରଙ୍କ ଭଳି ଜଣେ ଲୋକପ୍ରିୟ ନେତା ନୁହନ୍ତି। ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇ କଂଗ୍ରେସ କେତେ ଲାଭବାନ ହେବ ତାହା ଏବେ ଆଲୋଚନାର ବିଷୟ ପାଲଟିଛି ।

ନିକଟରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋରି ଧରିଥିବା ବେଳେ ସେ ଅମରିନ୍ଦରଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଥିଲେ। ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ସହିତ ପ୍ରଶାନ୍ତ କିଶୋର ପଞ୍ଜାବ କଂଗ୍ରେସ ବାବଦରେ ଆଲୋଚନା କରିଥିବା ସୂଚନା ରହିଛି । ଏହି ସମୟରେ ପିକେ ଅନେକ କଥା କହିଥିବା ମଧ୍ୟ ସୂଚନା ମିଳିଛି। ଏହି ଆଧାରରେ କଂଗ୍ରେସ ହାଇକମାଣ୍ଡ ପଞ୍ଜାବରେ ଅଦଳ ବଦଳ କରିଥିବା ଆକଳନ କରାଯାଉଛି।

ସୂଚନା ଅନୁସାରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେଲେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ପଛରେ କଂଗ୍ରେସ ରହିବ। ଏହି ବାର୍ତ୍ତା ଗାନ୍ଧୀ ପରିବାର ପାଖରେ ପହଞ୍ଚାଇଥିଲେ ପ୍ରଶାନ୍ତ। ରାଜ୍ୟରେ ଅଧିକାଂଶ ବିଧାୟକ ପୁଣିଥରେ ନିର୍ବାଚନରେ ବିଜୟୀ ହେବା ସମ୍ଭାବନା କମ୍। ରାଜ୍ୟରେ କଂଗ୍ରେସ ଦୁର୍ବଳ ହେଉଛି ବୋଲି ରାହୁଲ ଏବଂ ସୋନିଆଙ୍କ ପାଖରେ ପ୍ରଶାନ୍ତ କହିଥିବା ସୂଚନା ରହିଛି ।

ସେହିପରି ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ ଦଳର ଆଭ୍ୟନ୍ତରୀଣ ସର୍ଭେରୁ ଜଣାପଡିଛି ଯେ, ପଞ୍ଜାବରେ କଂଗ୍ରେସ ଦୁର୍ବଳ ହୋଇପଡ଼ିଛି ଏବଂ ଆଗାମୀ ନିର୍ବାଚନରେ ଦଳ ବର୍ତ୍ତମାନର ଆସନଗୁଡିକର ଅର୍ଦ୍ଧେକ ଜିତିବାରେ ସକ୍ଷମ ହେବ ନାହିଁ। ୧୧୭ ସଦସ୍ୟ ବିଶିଷ୍ଟ ପଞ୍ଜାବ ବିଧାନସଭାରେ କଂଗ୍ରେସ ବର୍ତ୍ତମାନ ୮୦ ଟି ଆସନ ପାଇଛି।

ସେହିପରି ନିକଟରେ ରାହୁଲ ଗାନ୍ଧୀ ଜାଲିଆନୱାଲା ବାଗ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ହେଲେ ଏହା ଶହୀଦଙ୍କ ପ୍ରତି ଅପମାନ ବୋଲି କହିଥିଲେ କ୍ୟାପଟେନ ଅମରିନ୍ଦର ସିଂହ। ତେଣୁ ଏହାକୁ ନେଇ ଅମରିନ୍ଦର ଏବଂ ଗାନ୍ଧି ପରିବାର ମଧ୍ୟରେ ଖିଟପିଟ୍ ଆରମ୍ଭ ହୋଇଯାଇଥିଲା ବୋଲି ସୂଚନା ରହିଛି ।

The post ପଞ୍ଜାବ ସରକାର ଅଦଳ ବଦଳ ପଛରେ ପିକେ ! appeared first on Odisha Reporter.



from Odisha Reporter https://ift.tt/3kokumr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages