ଚଣ୍ଡିଗଡ: ଆରମ୍ଭ ହେଲା ଚରଣଜିତ ସିଂହ ଚନ୍ନିଙ୍କ ନୂଆ ଇନିଂସ। ୧୬ତମ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ। ଚଣ୍ଡିଗଡରେ ଏହି ଶପଥ ସମାରୋହ ଆୟୋଜିତ ହୋଇଥିଲା। ତାଙ୍କୁ ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଶପଥ ନେବା ପୂର୍ବରୁ ଚରଣଜିତ ଗୁରୁଦ୍ୱାରା ଯାଇ ପୂଜାର୍ଚ୍ଚନା କରିଥିଲେ।
ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ଭାବେ ସୁଖଜିନ୍ଦର ସିଂହ ରନ୍ଧାୱା ମଧ୍ୟ ଶପଥ ନେଇଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ରେସ୍ରେ ଚରଣଜିତଙ୍କ ସ୍ଥାନରେ ତାଙ୍କ ନାଁ ଥିଲା। ଡେରା ବାବା ନାନକ ବିଧାନସଭା ଆସନରୁ ଜିତିଥିବା ସୁଖଜିନ୍ଦର ପୂର୍ବରୁ ପଞ୍ଜାବ କଂଗ୍ରେସର ଉପ-ସଭାପତି ରହିସାରିଛନ୍ତି।
ସେହିପରି ସୁଖଜିନ୍ଦର ସିଂହ ରନ୍ଧାୱାଙ୍କ ପରେ ଦ୍ୱିତୀୟ ଉପ-ମୁଖ୍ୟମନ୍ତ୍ରୀ ଭାବେ ଓପି ସୋନୀ ଶପଥ ନେଇଛନ୍ତି। ସେ ସିଦ୍ଧୁ ଏବଂ ଅମରିନ୍ଦରଙ୍କ ସହ ସାମଞ୍ଜସ୍ୟ କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିବା କୁହାଯାଉଛି। ଏହି ଶପଥ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ଅନେକ ବଡ ବଡ ନେତା ଉପସ୍ଥିତ ଥିଲେ।
ସୂଚନା ମୁତାବକ, କ୍ୟାପଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ୫୮ ବର୍ଷୀୟ ଚରଣଜିତ ସିଂହ ଚନ୍ନିଙ୍କୁ ପଞ୍ଜାବ କଂଗ୍ରେସର ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି। ସେ ପଞ୍ଜାବର ପ୍ରଥମ ଦଳିତ ଶିଖ ସମ୍ପ୍ରଦାୟର ନେତା ଯିଏକି, ରାଜ୍ୟର ମୁଖ୍ୟମନ୍ତ୍ରୀ ବନିଛନ୍ତି। ସେ ପଞ୍ଜାବରେ ଜଣେ ପ୍ରମୁଖ ଦଳିତ ଶିଖ୍ ନେତା ଭାବେ ବେଶ୍ ପରିଚିତ।
ଚରଣଜିତ୍ ସିଂହ ଚନ୍ନି ପଞ୍ଜାବର ଚମକୌର ସାହିବ ଆସନରୁ କଂଗ୍ରେସ ବିଧାୟକ ଅଛନ୍ତି। ସେ ଅମରିନ୍ଦର ସିଂହଙ୍କ ସରକାରରେ ଶିକ୍ଷା ମନ୍ତ୍ରୀ ଥିଲେ। ଗତ ବିଧାନସଭା ନିର୍ବାଚନରେ ସେ ଆମ୍ ଆଦମୀ ପାର୍ଟି (ଆପ୍)ର ଚରଣଜିତ୍ ସିଂହଙ୍କୁ ୧୨ହଜାରରୁ ଅଧିକ ଭୋଟରେ ହରାଇଥିଲେ। ଏହା ପୂର୍ବରୁ ୨୦୧୨ ନିର୍ବାଚନରେ ସେ ପାଖାପାଖି ୩୬୦୦ ଭୋଟରେ ବିଜୟୀ ହୋଇଥିଲେ। ଚରଣଜିତ୍ ସିଂହ ଚନ୍ନି ଯୁବ କଂଗ୍ରେସ ସହ ମଧ୍ୟ ସାମିଲ୍ ହୋଇଥିଲେ ଏବଂ ଏହାରି ଭିତରେ ସେ ରାହୁଲ୍ ଗାନ୍ଧିଙ୍କ ନିକଟତର ହୋଇଥିଲେ।
Congress MLA Charanjit Singh Channi takes oath as Punjab CM at Raj Bhawan pic.twitter.com/W68LmKIl70
— ANI (@ANI) September 20, 2021
Punjab Governor Banwarilal Purohit administers the oath of office to Congress leader Sukhjinder S Randhawa. He is taking oath as a minister. pic.twitter.com/WLHMMGquKa
— ANI (@ANI) September 20, 2021
Chandigarh | Congress leader OP Soni takes oath as Punjab minister pic.twitter.com/8lS4RgKI7w
— ANI (@ANI) September 20, 2021
The post ପଞ୍ଜାବର ନୂଆ ସରଦାର, ଶପଥ ନେଲେ ଚରଣଜିତ appeared first on Odisha Reporter.
from Odisha Reporter https://ift.tt/3Cyg2rL
No comments:
Post a Comment