ମନାଇଲେ ରାହୁଲ, କିନ୍ତୁ ମାନିଲେନି ଅମ୍ବିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 19, 2021

ମନାଇଲେ ରାହୁଲ, କିନ୍ତୁ ମାନିଲେନି ଅମ୍ବିକା

ନୂଆଦିଲ୍ଲୀ: ଜୋର ଧରିଛି ପଞ୍ଜାବ ପଲିଟିକ୍ସ। ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ୍‌ ଅମରିନ୍ଦର ସିଂହ ଇସ୍ତଫା ଦେଇଛନ୍ତି। ଏହାପରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରେସ୍‌ରେ ଅନେକ ବଡ଼ ବଡ଼ କଂଗ୍ରେସ ନେତାଙ୍କ ନାଁ ରହିଛି। ସେହି ଭିତରୁ ଗୋଟିଏ ନାଁ ଥିଲା କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅମ୍ବିକା ସୋନିଙ୍କର। କିନ୍ତୁ ସେ ଏବେ ମୁଖ୍ୟମନ୍ତ୍ରୀ ହେବା ରେସ୍‌ରୁ ଓହରି ଯାଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି।

ଗତ ବିଳମ୍ବିତ ରାତିରେ ଅମ୍ବିକାଙ୍କୁ ଭେଟିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ତାଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ମନାଇଥିଲେ। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିଲା। କିନ୍ତୁ ମାନିନଥିଲେ ବରିଷ୍ଠ କଂଗ୍ରେସ ନେତ୍ରୀ ଅମ୍ବିକା। ସେ ମୁଖ୍ୟମନ୍ତ୍ରୀ ପଦ ନେବାକୁ ମନା କରିଦେଇଥିଲେ। ସମ୍ବବତଃ ତାଙ୍କ ନାଁ ମୁଖ୍ୟମନ୍ତ୍ରୀ ଦାବିଦାର ତାଲିକାର ଶୀର୍ଷରେ ରହିଥିଲା।

ସୂତ୍ରରୁ ପ୍ରକାଶ ଯେ ଅମ୍ବିକା ସୋନି ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଏହି ଗୁରୁତ୍ୱପୂର୍ଣ୍ଣ ପଦ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ତେବେ ଏହି ପଦବୀରେ କେବଳ ଜଣେ ଶିଖଙ୍କୁ ପୋଷ୍ଟ କରାଯିବା ଉଚିତ ବୋଲି ସେ ଦଳର ନେତୃତ୍ୱଙ୍କୁ କହିଛନ୍ତି। ସୂତ୍ରରୁ ପ୍ରକାଶ ଯେ କଂଗ୍ରେସର ବହୁ ବରିଷ୍ଠ ନେତା ମଧ୍ୟ ସୋନିଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେ ମାନି ନାହାନ୍ତି।

ସୋନିଙ୍କ ମନା କରିବା ପରେ ଅପରାହ୍ନରେ ବସିବାକୁ ଥିବା କଂଗ୍ରେସ ବିଧାୟକ ଦଳ ବୈଠକ ମଧ୍ୟ ବାତିଲ ହୋଇଛି। ଏହି ବୈଠକରେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଥାନ୍ତା। ସେପଟେ ଏକ ହୋଟେଲରେ ଏକାଠି ହୋଇଛନ୍ତି ହରିଶ ରାୱତ, ଅଜୟ ମାକେନ୍ ଏବଂ ନବଜୋତ ସିଂ ସିଦ୍ଧୁ। କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ସେମାନେ ଚର୍ଚ୍ଚା ଚଳାଇଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଦୌଡରେ ଚାରି ଜଣଙ୍କ ନାଁ ରହିଛି। ପୂର୍ବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଏବଂ ଅମରିନ୍ଦର ସିଂଙ୍କ ଅତି ନିକଟତର ସୁନୀଲ ଜାଖଡଙ୍କ ନାଁ ଏହି ରେସ୍‌ର ସବୁଠୁ ଆଗରେ ରହିଛି। ଏହା ବ୍ୟତୀତ ନବଜୋତ ସିଂ ସିଦ୍ଧୁ, ପ୍ରତାପ ବାଜୱା ଏବଂ ସୁଖଜିନ୍ଦର ସିଂ ରନ୍ଧାବାଙ୍କ ନାଁ ମଧ୍ୟ ସାମିଲ ଅଛି।

The post ମନାଇଲେ ରାହୁଲ, କିନ୍ତୁ ମାନିଲେନି ଅମ୍ବିକା appeared first on Odisha Reporter.



from Odisha Reporter https://ift.tt/39fIDW6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages