ହାଇଦ୍ରାବାଦ: ରାସ୍ତା ମଝିରେ ହଠାତ୍ ଚଳନ୍ତା କାର୍ରେ ଲାଗିଲା ନିଆଁ। ଦେଖୁ ଦେଖୁ ଜୀବନ୍ତ ଜଳିଗଲେ ଜଣେ ଡାକ୍ତର। ଏଭଳି ଏକ ଭୟାନକ ସଡକ ଦୁର୍ଘଟଣା ଘଟିଛି ହାଇଦ୍ରାବାଦରେ।
ପୁଲିସ ସୂଚନା ମୁତାବକ, ସକାଳୁ ୩୯ ବର୍ଷୀୟ ଡାକ୍ତର ତା’ଙ୍କ କାର୍ରେ ବସି କେଉଁଆଡେ ଯିବା ପାଇଁ ବାହାରିଥିଲେ। ଏହି ସମୟରେ ସମ୍ସାବାଦ ନିକଟରେ ରାସ୍ତା ମଝିରେ ହିଁ ତାଙ୍କ କାର୍ରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗି ଡାକ୍ତର ଜଣକ ଜୀବନ୍ତ ଜଳି ଯାଇଥିଲ।
କୁହାଯାଉଛି ଯେ, ନିଆଁ ଲାଗିବା ପରେ ଡାକ୍ତର ଜଣକ ଆଉ ବାହରକୁ ବାହାରିପାରିନଥିଲେ। ସେ କାର୍ ଭିତରେ ହିଁ ଫଶି ଯାଇଥିଲେ। ଖବର ପାଇ ପୁଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଡାକ୍ତରଙ୍କ ଜୀବନ ବଞ୍ଚାଇ ପାରିନଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ମୃତେଦହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ମୃତକ ଜଣକ ହେଲେ ୩୯ ବର୍ଷୀୟ ଡାକ୍ତର ନୀଳପତି ସୁଧିର। ସେ ହାଇଦ୍ରାବାଦର ମଲକେପଟ ଯଶୋଧା ହସ୍ପିଟାଲରେ ଅର୍ଥୋପେଡିକ ଡାକ୍ତର ଥିଲେ। ସେ ଆନ୍ଧ୍ରପ୍ରଦେଶ ଅଙ୍ଗୋଳାରେ ବାସିନ୍ଦା। କିନ୍ତୁ ବର୍ତ୍ତମାନ ସେ ହାଇଦ୍ରାବାଦର କେପିଏଚ୍ବି କଲୋନୀରେ ରହୁଥିଲା। ଘଟଣା ପରେ ପୁଲିସ ତଦନ୍ତ ଜାରି ରଖିଛି। କେଉଁ କାରଣ ଯୋଗୁଁ କାର୍ରେ ନିଆଁ ଲାଗିଥିଲା ତା’ର ତଦନ୍ତ କରୁଛି ପୁଲିସ।
The post ଚଳନ୍ତା କାର୍ରେ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ଡାକ୍ତର appeared first on Odisha Reporter.
from Odisha Reporter https://ift.tt/2XEXJC7
No comments:
Post a Comment