ମାଧବନଙ୍କ ପୁଅ ଜିତିଲେ ୭ଟି ପଦକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 26, 2021

ମାଧବନଙ୍କ ପୁଅ ଜିତିଲେ ୭ଟି ପଦକ

ମୁମ୍ବାଇ: ବଲିଉଡ୍ ଅଭିନେତା ଆର୍‌ ମାଧବନଙ୍କ ପୁଅ ବେଦାନ୍ତ ୭ଟି ପଦକ ଜିତିଛନ୍ତି। ନିକଟରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଜୁନିଅର ନ୍ୟାଶ୍‌ନାଲ୍ ଆକ୍ୱାଟିକ୍ ଚାମ୍ପିଅନ୍‌ଶିପ୍‌ରେ ସେ ସ୍ୱିମିଂରେ ମହାରାଷ୍ଟ୍ର ତରଫରୁ ଭାଗ ନେଇ ଏହି ସବୁ ପଦକ ଜିତିଛନ୍ତି।

ସ୍ପୋର୍ଟସ୍‌ ୱେବ୍‌ସାଇଟି ଦି ବ୍ରିଜ୍‌ର ରିପୋର୍ଟ ଅନୁଯାୟୀ, ବେଦାନ୍ତ ଜିତିଥିବା ୭ଟି ପଦକ ମଧ୍ୟରୁ ୪ଟି ରୌପ୍ୟ ହୋଇଥିବା ବେଳେ ୩ଟି ବ୍ରୋଞ୍ଜ। ସେ ୮୦୦ ମିଟର ଫ୍ରୀଷ୍ଟାଇଲ୍‌, ୧୫୦୦ ମିଟର ଫ୍ରୀଷ୍ଟାଇଲ୍‌, ୪ ଗୁଣା ୧୦୦ ଫ୍ରୀଷ୍ଟାଇଲ୍‌ ରିଲେ ଓ ୪ ଗୁଣା ୨୦୦ ରିଲେରେ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ୧୦୦ ମିଟର ଫ୍ରୀଷ୍ଟାଇଲ୍, ୨୦୦ ମିଟର ଫ୍ରୀଷ୍ଟାଇଲ ଓ ୪୦୦ ମିଟର ଫ୍ରୀଷ୍ଟାଇଲ୍ ସ୍ୱିମିଂରେ ସେ ବ୍ରୋଞ୍ଜ ପଦକ ଜିତିଛନ୍ତି।

ପୁଅ ବେଦାନ୍ତକୁ ସବୁବେଳେ ଉତ୍ସାହିତ କରି ଆସିଥିବା ମାଧବନ ତାଙ୍କର ଏହି ସଫଳରେ ବହୁତ ଖୁସି ଅଛନ୍ତି। ସେ ଅନେକ ସମୟରେ ପୁଅର ଖେଳରେ ଅଂଶ ଗ୍ରହଣ କରିବା ଫଟୋ ସୋଶାଲ୍ ମିଡିଆରେ ପୋଷ୍ଟ କରନ୍ତି।

The post ମାଧବନଙ୍କ ପୁଅ ଜିତିଲେ ୭ଟି ପଦକ appeared first on Odisha Reporter.



from Odisha Reporter https://ift.tt/3mdnOSk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages