ରେଡ୍‌ ବେଳେ ସମୀରଙ୍କ ସହ ଆକ୍ଟିଭ ଥିଲେ ଗୋସାଭି, ସାମ୍ନାକୁ ଆସିଲା ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 26, 2021

ରେଡ୍‌ ବେଳେ ସମୀରଙ୍କ ସହ ଆକ୍ଟିଭ ଥିଲେ ଗୋସାଭି, ସାମ୍ନାକୁ ଆସିଲା ଫଟୋ

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆଉ ଏକ ନୂଆ ଖୁଲାସା ହୋଇଛି। ୧୮ କୋଟି ଟଙ୍କାର ଲାଞ୍ଚ କାରବାର ମାମଲା ସାମ୍ନାକୁ ଆସିବା ପରେ ଏବେ ଆସିଛି ଚକିତ କଲା ଭଳି ଆଉ କିଛି ଫଟୋ। ଏହି ମାମଲାର କୌଣସି ହାତ ନଥିବା କହୁଥିବା ଏନ୍‌ସିବିର ସାକ୍ଷୀ କିରଣ ଗୋସାଭି ଏବଂ ସୀମର ୱାଙ୍ଖଡେଙ୍କ କିଛି ଫଟୋ ସାମ୍ନାକୁ ଆସିଛି। କ୍ରୁଜ ଉପରେ ଚଢ଼ାଉ ବେଳେ ଗୋସାଭି ସମୀରଙ୍କ ସହ ଆକ୍ଟିଭ ଥିବା ଏଥିରୁ ସ୍ପଷ୍ଟ ଜଣାପଡିଛି।

ଏନ୍‌ଡି ଟିଭି ରିପୋର୍ଟ ମୁତାବକ, ଫେରାର ସାକ୍ଷୀ କିରଣ ଗୋସାଭି ଏନ୍‌ସିବି ଜୋନାଲ ହେଡ୍‌ ସମୀରଙ୍କ ସହ ସବୁ ଫଟୋରେ ନଜର ଆସିଛନ୍ତି। କ୍ରୁଜ ଭିତରେ ସମୀର ଏକ ଚେଆର ଉପରେ ବସିଥିବା ବେଳେ ତାଙ୍କୁ କିଛି ଲୋକ ଘେରି ଠିଆ ହୋଇଛନ୍ତି। ଏଥିରେ ମନୀଷ ଏବଂ ଗୋସାଭି ନଜର ଆସିଛନ୍ତି। ଏହି ଫଟୋ କ୍ରୁଜ ପାର୍ଟି ରେଡ୍‌ ବେଳର ବୋଲି କୁହାଯାଉଛି।

ଏହି ଫଟୋ କ୍ରୁଜ ପାର୍ଟି ରେଡ୍‌ ବେଳର ବୋଲି କୁହାଯାଉଛି

ଅର୍ଥାତ କିରଣ ଏବଂ ମନୀଷ କ୍ରୁଜ ଡ୍ରଗ୍ସ ପାର୍ଟି ରେଡ୍‌ ବେଳେ ସମ୍ପୂର୍ଣ୍ଣ ଭାବେ ଉପସ୍ଥିତ ଥିଲେ। ଅନ୍ୟପଟେ କିରଣ ଗୋସାଭି ଏବଂ ପ୍ରଭାକର ସେଲଙ୍କ ହ୍ୱାଟସପ୍‌ ଚାଟିଂର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଉଭୟଙ୍କ ମଧ୍ୟରେ ଏହି ଚାଟିଂ ଅକ୍ଟୋବର ୩ରେ ହୋଇଥିଲା। ଏଥିରେ ଗୋସାଭି କେଉଁଠିକୁ ଯିବ, କ’ଣ କରିବ ସେନେଇ ପ୍ରଭାକରଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। କେବଳ ସେତିକି ନୁହେଁ କବାଟ ତାଲା ପକାଇବା ସହ ଚାବି ବାହାରକୁ ଫିଙ୍ଗି ଦେବାପାଇଁ ପ୍ରଭାକରଙ୍କୁ ଗୋସାଭି କହିଥିବା ଚାଟିଂରୁ ଜଣାପଡିଛି।

ଆର୍ଯ୍ୟନ୍‌ ଖାନ ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା ତଦନ୍ତ ଅଧିକାରୀ ସମୀର ୱାଙ୍ଖଡେଙ୍କ ନାଁରେ ଲାଞ୍ଚ କାରବାର ଭଳି ଗୁରୁତର ଅଭିଯୋଗ ଆସିଛି। ଏହି ମାମଲାରେ ସାକ୍ଷୀ ବୟାନ ବଦଳାଇବା ପରେ ସମୀର ଏବେ ପ୍ରଶ୍ନର ଘରକୁ ଆସିଛନ୍ତି। ଏହି ମାମଲାରେ କୋଟି କୋଟି ଟଙ୍କାର କାରବାର ସମ୍ପର୍କରେ ସାକ୍ଷୀ ଅଭିଯୋଗ କରିଛନ୍ତି। ଏହି ଡିଲର ଏକ ଅଂଶ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ନେଇଥା’ନ୍ତେ ବୋଲି ମଧ୍ୟ ସେ ଦାବି କରିଛନ୍ତି।

ସେପଟେ ପୂର୍ବରୁ ଏହି ରେଡ୍‌ରେ ତାଙ୍କର କୌଣସି ହାତ ନଥିବା କି ସମୀରଙ୍କୁ ଜାଣି ନଥିବା କହିଥିଲେ କିରଣ। କିରଣ ପରିଚୟ ସାମ୍ନାକୁ ଆସିବା ପରେ ସେ ଫେରାର ଅଛନ୍ତି। ଏନସିବିର ଫେରାର ସାକ୍ଷୀ କିରଣ ଗୋସାଭି ଆଜି କହିଛନ୍ତି ଯେ ମୁମ୍ବାଇରେ ଭୟ ଲାଗୁଛି। ତେଣୁ ମୁଁ ଉତ୍ତରପ୍ରଦେଶରେ ଆତ୍ମସମର୍ପଣ କରିବେ। ସେ ମହାରାଷ୍ଟ୍ର ସୀମାରେ ପ୍ରବେଶ କରିଥିବା ସୂତ୍ରରୁ ଜଣାପଡିଛି। ମାଣ୍ଡିୟାଂବ ପୁଲିସ ଷ୍ଟେସନରେ ବ୍ୟାପକ ପୁଲିସ ଫୋର୍ସ ଉପସ୍ଥିତ ଅଛନ୍ତି, କିନ୍ତୁ ଗୋସାଭି ଏପର୍ଯ୍ୟନ୍ତ ଆତ୍ମସମର୍ପଣ କରିନାହାଁନ୍ତି।

ସୂଚନା ମୁତାବକ, ଆର୍ଯ୍ୟନଙ୍କ ସହ ସେଲ୍ଫି ନେଇଥିବା ବ୍ୟକ୍ତିଙ୍କ ଯେଉଁ ଫଟୋ ଭାଇରାଲ ହୋଇଥିଲା ସେହି ବ୍ୟକ୍ତି ହିଁ ହେଉଛନ୍ତି କିରଣ ଗୋସାଭି।

The post ରେଡ୍‌ ବେଳେ ସମୀରଙ୍କ ସହ ଆକ୍ଟିଭ ଥିଲେ ଗୋସାଭି, ସାମ୍ନାକୁ ଆସିଲା ଫଟୋ appeared first on Odisha Reporter.



from Odisha Reporter https://ift.tt/3GleKD5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages