ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଟଣୀର କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବିଜେଡିରେ ମିଶିବାକୁ ଆସିଥିଲା ଅଫର୍। ତେବେ ଏବେ ନୁହେଁ, ୧୯ ବର୍ଷ ତଳେ। ନିଜେ ସୁର ରାଉତରାୟ ଏହି କଥା କହିଛନ୍ତି। ଆଜି ପ୍ରଦୀପ ମାଝୀ କଂଗ୍ରେସ ଛାଡ଼ିବା ପରେ ସେ ତାଙ୍କ ପ୍ରତିକ୍ରିୟା ରଖିବା ବେଳେ ଏହି କଥା କହିଛନ୍ତି।
ସୁର କହିଛନ୍ତି ଯେ ୧୯ ବର୍ଷ ତଳେ ବିଜେଡିରେ ମିଶିବାକୁ ଘରକୁ ଡାକି ତାଙ୍କୁ ଅଫର ଦେଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଟଣୀ କିମ୍ବା ଭୁବନେଶ୍ୱର, ଯେଉଁଠାରୁ ସେ ଚାହିଁବେ ଲଢ଼ିପାରିବେ ବୋଲି ତାଙ୍କୁ ଅଫର ଦିଆଯାଇଥିଲା। ତେବେ ସେ କହିଥିଲେ ଯେ ସେ ମରିବା ଯାଏଁ କଂଗ୍ରେସରେ ରହିବେ। ଏହା ପରେ ନବୀନ ତାଙ୍କୁ ଥାଙ୍କ୍ ୟୁ କହିଥିଲେ।
ସେହିଭଳି କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝୀଙ୍କ ଉପରେ ବର୍ଷିଛନ୍ତି ସୁର। ସେ କହିଛନ୍ତି, ଯାହାର ପାୱାର ଓ ମନି ଦରକାର, ସେ ଗୋଟିଏ ଦଳରେ ସ୍ଥିର ରହେ ନାହିଁ। ନିଜ ସ୍ୱାର୍ଥ ପାଇଁ ଦଳ ଛାଡ଼ିଛନ୍ତି ପ୍ରଦୀପ। ସେ ଧୋକାବାଜ କାମ କରିଛନ୍ତି। ତାଙ୍କ ଇସ୍ତଫାର ପ୍ରଭାବ ଦଳ ଉପରେ ପଡ଼ିବ ନାହିଁ।
ପ୍ରଦୀପଙ୍କ ଇସ୍ତଫା ପ୍ରସଙ୍ଗରେ ଦଳର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପ୍ରଦୀପଙ୍କ ଇସ୍ତଫା କଂଗ୍ରେସର କିଛି କ୍ଷତି କରିବନି। କିଛି ସଦସ୍ୟଙ୍କୁ ଦଳ ସସ୍ପେଣ୍ଡ କରିବା ପୂର୍ବରୁ ସେମାନେ ଇସ୍ତଫା ଦେଇ ପଳାଉଛନ୍ତି। ଯଦି ପ୍ରଦୀପ ମାଝୀ ଜନସବା କରିଥା’ନ୍ତେ, ତା’ହେଲେ ଦୁଇ ଥର ହାରିଲେ କାହିଁକି।
ସୂଚନାଯୋଗ୍ୟ, ପିସିସି କାର୍ଯ୍ୟକାରୀ ସଭାପତି ଥିବା ପ୍ରଦୀପ ମାଝୀ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। କଂଗ୍ରେସରେ ଜନସେବା କରିବାର ଆଉ ସୁଯୋଗ ନଥିବାରୁ ସେ ଇସ୍ତଫା ଦେଇଥିବା କଥା କହିଛନ୍ତି।
The post ବିଜେଡି ଅଫରକୁ ସୁର ମନା କରି ଦେବା ପରେ କ’ଣ କହିଥିଲେ ନବୀନ? appeared first on Odisha Reporter.
from Odisha Reporter https://ift.tt/2XFzFPO
No comments:
Post a Comment