ଧର୍ମସଭାରେ ରାଜନୀତି: ଆଖଡ଼ା ପରିଷଦ ବିଭାଜିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 22, 2021

ଧର୍ମସଭାରେ ରାଜନୀତି: ଆଖଡ଼ା ପରିଷଦ ବିଭାଜିତ

ପ୍ରୟାଗରାଜ: ଶେଷରେ ଧାର୍ମିକ ଓ ଆଧ୍ୟାତ୍ମିକ ସଂଘରେ ମଧ୍ୟ ରାଜନୀତି ପଶିଛି। ଅଖିଳ ଭାରତୀୟ ଆଖଡ଼ା ପରିଷଦ ଦୁଇ ଭାଗ ହୋଇଯାଇଛି। ମହନ୍ତ ନରେନ୍ଦ୍ର ଗିରିଙ୍କ ରହସ୍ୟଜନକ ମୃତ୍ୟୁ ପରେ ତାଙ୍କର ଉତ୍ତରାଧିକାରୀ ବାଛିବାକୁ ଅଖିଳ ଭାରତୀୟ ଆଖଡ଼ା ପରିଷଦର ବୈଠକ ଅକ୍ଟୋବର ୨୫ ତାରିଖରେ ପ୍ରୟାଗରାଜରେ ବସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବାବେଳେ ଆଜି ହରିଦ୍ୱାରରେ ପରିଷଦର ୭ ସଦସ୍ୟ ସଂଗଠନ ଏକତ୍ର ହୋଇ ନୂଆ ସଭାପତି ଓ ଅନ୍ୟ କାର୍ଯ୍ୟକର୍ତ୍ତା ଚୟନ କରିଛନ୍ତି। ଏହାକୁ ଅସାମ୍ବିଧାନିକ ବୋଲି କହିଛନ୍ତି ବାଦ ପଡ଼ିଥିବା ଆଖଡ଼ା।

ସମୁଦାୟ ୧୩ଟି ଆଖଡ଼ାକୁ ନେଇ ଅଖିଳ ଭାରତୀୟ ଆଖଡ଼ା ପରିଷଦ ଗଠିତ। ଏହି ଆଖଡ଼ାଗୁଡ଼ିକ ହେଲେ ନିର୍ମୋହୀ, ନିର୍ବାଣୀ, ଦିଗମ୍ବର, ମହାନିର୍ବାଣୀ, ଅଟଳ, ବଡ଼ ଉଦାସୀନ, ନିର୍ମଳ, ନିରଞ୍ଜନୀ, ଜୁନା, ଆବାହନ, ଆନନ୍ଦ, ଅଗ୍ନି ଓ ନୟା ଉଦାସୀନ। ଏଥିମଧ୍ୟରୁ ପ୍ରଥମ ସାତଟି ଆଖଡ଼ା ଅର୍ଥାତ ନିର୍ମୋହୀ, ନିର୍ବାଣୀ, ଦିଗମ୍ବର, ମହାନିର୍ବାଣୀ, ଅଟଳ, ବଡ଼ ଉଦାସୀନ ଓ ନିର୍ମଳର ମହନ୍ତମାନେ ହରିଦ୍ୱାରରେ ଏକାଠି ହୋଇ ନୂଆ ସଭାପତି ଚୟନ କରିଛନ୍ତି। ଏବେ ଅଖିଳ ଭାରତୀୟ ଆଖଡ଼ା ପରିଷଦର ଉପସଭାପତି ଥିବା ନିର୍ମଳ ଆଖଡ଼ାର ମହନ୍ତ ଦେବେନ୍ଦ୍ର ସିଂହ ଶାସ୍ତ୍ରୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ବିଚାର ବିମର୍ଶ ପରେ ସେ କରିଥିବା ଘୋଷଣା ଅନୁଯାୟୀ ମହାନିର୍ବାଣୀ ଆଖଡ଼ାର ମହନ୍ତ ରବୀନ୍ଦ୍ର ପୁରୀ ଓ ନିର୍ମୋହୀ ଆଖଡ଼ାର ମହନ୍ତ ରାଜେନ୍ଦ୍ର ଦାସ ଯଥାକ୍ରମେ ଅଖିଳ ଭାରତୀୟ ଆଖଡ଼ା ପରିଷଦର ନୂଆ ସଭାପତି ଓ ସାଧାରଣ ସଂପାଦକ ନିର୍ବାଚିତ ହୋଇଛନ୍ତି।

ଏହି ଘଟଣା ପରେ ୧୩ ସଦସ୍ୟ ବିଶିଷ୍ଟ ଅଖିଳ ଭାରତୀୟ ଆଖଡ଼ା ପରିଷଦ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଏହି ଗୋଷ୍ଠୀରେ ୭ ଆଖଡ଼ା ନୂଆ ନିଷ୍ପତ୍ତି ନେଇଥିବାବେଳେ ଏହି ନିଷ୍ପତ୍ତି ପ୍ରକ୍ରିୟାରୁ ବାଦ ପଡ଼ିଛନ୍ତି ଅନ୍ୟ ୬ ଆଖଡ଼ା। ସେମାନେ ହେଲେ ନିରଞ୍ଜନୀ, ଜୁନା, ଆବାହନ, ଆନନ୍ଦ, ଅଗ୍ନି ଓ ନୟା ଉଦାସୀନ।

ଆଖଡ଼ା ପରିଷଦର ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ ନେଇ ଦିଗମ୍ବର ଆନି ଆଖଡ଼ାର ମହନ୍ତ ବାବା ହଟଯୋଗୀ କହିଛନ୍ତି ଯେ ଅଖିଳ ଭାରତୀୟ ଆଖଡ଼ା ପରିଷଦ ନିର୍ବାଚନରେ ସେମାନଙ୍କୁ ସବୁବେଳେ ଅଣଦେଖା କରାଯାଉଥିଲା। ତେଣୁ ସେମାନେ ନୂଆ କାର୍ଯ୍ୟକର୍ତ୍ତା ଚୟନ କରିଛନ୍ତି। ତା’ଛଡ଼ା ଅକ୍ଟୋବର ୨୫ ତାରିଖରେ ହେବାକୁ ଥିବା ପ୍ରୟାଗରାଜ ବୈଠକରେ ନିରଞ୍ଜନ ଆଖଡ଼ାର ମହନ୍ତଙ୍କୁ ଅଖିଳ ଭାରତୀୟ ଆଖଡ଼ା ପରିଷଦର ନୂତନ ସଭାପତି କରିଯିବ ବୋଲି ସେମାନେ ଏକରକମର ସ୍ଥିର କରିସାରିଥିବାରୁ ଏହି ସାତ ଆଖଡ଼ା ଅଲଗା ଭାବେ ନୂଆ ସଭାପତି ଓ ସାଧାରଣ ସଂପାଦକ ନିର୍ବାଚିତ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଅଖିଳ ଭାରତୀୟ ଆଖଡ଼ା ପରିଷଦର ପରମ୍ପରା ଅନୁଯାୟୀ ସଭାପତିଙ୍କ ମୃତ୍ୟୁ ପରେ ତାଙ୍କରି ଆଖଡ଼ାର କାର୍ଯ୍ୟକର୍ତ୍ତା ସଭାପତି ଆସନ ଅଳଂକୃତ କରିବା କଥା। ମାତ୍ର, ହରିଦ୍ୱାର ବୈଠକରେ ଏହି ପରମ୍ପରାର ଉଲ୍ଲଙ୍ଘନ କରାଯାଇ ମହାନିର୍ବାଣୀ ଆଖଡ଼ାର ମହନ୍ତଙ୍କୁ ଆଖଡ଼ା ପରିଷଦର ନୂଆ ସଭାପତି ଭାବେ ଘୋଷଣା କରାଯାଇଛି। ଅଖିଳ ଭାରତୀୟ ଆଖଡ଼ା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କର ରହସ୍ୟଜନକ ମୃତ୍ୟୁ ପରେ ଆଖଡ଼ା ପରିଷଦର ସଭାପତି ପଦ ଖାଲି ପଡ଼ିଥିଲା। ନରେନ୍ଦ୍ର ଗିରି ନିରଞ୍ଜନ ଆଖଡ଼ାର ମହନ୍ତ ଥିଲେ। ତେଣୁ ପରମ୍ପରା ଏହି ଆଖଡ଼ାର ନୂଆ ମହନ୍ତ ଆଖଡ଼ା ପରିଷଦର ସଭାପତି ହେବା କଥା।

ଆଖଡ଼ା ପରିଷଦରେ କିଛି ମାସ ଧରି ବିବାଦ ଲାଗି ରହିଛି। ଅହଙ୍କାର ଓ ଗୁରୁତ୍ୱକୁ କେନ୍ଦ୍ର କରି କିଛି ମାସ ପୂର୍ବରୁ ହରିଦ୍ୱାର ମହାକୁମ୍ଭରେ ତିନିଟି ଆଖଡ଼ା ଅଖିଳ ଭାରତୀୟ ଆଖଡ଼ା ପରିଷଦରୁ ଅଲଗା ହୋଇଗଲେ ବୋଲି ଘୋଷଣା କରିଥିଲେ। ସେହି ତିନି ଆଖଡ଼ା ହେଲେ ନିର୍ମୋହୀ, ନିର୍ବାଣୀ ଓ ଦିଗମ୍ବର। ଏ ତିନିଟି ଆଖଡ଼ା ବୈରାଗୀ ବୈଷ୍ଣବ ସଂପ୍ରଦାୟର। ଆଖଡ଼ା ପରିଷଦର ସଦସ୍ୟ ଥିବା ଜୁନା ଆଖଡ଼ା ହେଉଛି ଶୈବ ସଂପ୍ରଦାୟର। ସେହିପରି ପରିଷଦର ଅନ୍ୟ ଆଖଡ଼ାଗୁଡ଼ିକ ମଧ୍ୟ ଭିନ୍ନ ଭିନ୍ନ ଦେବତାଙ୍କୁ ଈଶ୍ୱର ଜ୍ଞାନ କରନ୍ତି।

The post ଧର୍ମସଭାରେ ରାଜନୀତି: ଆଖଡ଼ା ପରିଷଦ ବିଭାଜିତ appeared first on Odisha Reporter.



from Odisha Reporter https://ift.tt/3vwPQeI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages