ଜମ୍ମୁ: ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଥମ ଥର ପାଇଁ ୩ ଦିନିଆ ଗସ୍ତରେ ଯାଇଛନ୍ତି । ଅମିତ ଶାହ କହିଛନ୍ତି ଯେ, ଜାମ୍ମୁ କଶ୍ମୀର ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୃଦୟରେ ଅଛି । ଜମ୍ମୁ ଆଉ ଭେଦଭାବ ଶିକାର ହେବ ନାହିଁ ବୋଲି ସେ କହିଛନ୍ତି। ଭଗବତୀ ନଗର ଅଞ୍ଚଳରେ ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଜମ୍ମୁବାସୀଙ୍କୁ ଅଲଗା କରିବାର ସମୟ ସରିଯାଇଛି। ବର୍ତ୍ତମାନ ଉଭୟ କଶ୍ମୀର ଏବଂ ଜାମ୍ମୁ ଏକାଠି ବିକଶିତ ହେବ।
ଜମ୍ମୁ କଶ୍ମୀରରେ ଆରମ୍ଭ ହୋଇଥିବା ବିକାଶର ଯୁଗକୁ କେହି ଅଟକାଇ ପାରିବେ ନାହିଁ। ଏହା ହେଉଛି ମନ୍ଦିରର ଭୂମି, ମାତା ବୈଷ୍ନୋଦେବୀ ଏବଂ ପ୍ରେମନାଥ ଡୋଗ୍ରାଙ୍କର ଭୂମି । ଏହି ମାଟି ପାଇଁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଅବିସ୍ମରଣୀୟ। ଜମ୍ମୁ କଶ୍ମୀରରେ ଶାନ୍ତି ସଫଳ ହେବ ବୋଲି ସେ କହିଛନ୍ତି। ଜମ୍ମୁ ଲୋକଙ୍କ ପ୍ରତି ଅନ୍ୟାୟର ସମୟ ସମାପ୍ତ ହୋଇଛି। ବର୍ତ୍ତମାନ କେହି ଆପଣଙ୍କ ପ୍ରତି ଅନ୍ୟାୟ କରିପାରିବେ ନାହିଁ। କିଛି ଲୋକ ଏଠିକାର ବିକାଶର ଯୁଗକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ମୁଁ ଆପଣଙ୍କୁ ଆଶ୍ୱସନା ଦେଉଛି ଯେ, ଏଠି କେହି ବିକାଶ ଯୁଗକୁ ଅଟକେଇ ପାରିବେ ନାହିଁ। ପ୍ରଧାନମନ୍ତ୍ରୀ ମୋଦି ଧାରା ୩୭୦ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ବାଲ୍ମିକୀ ସମାଜ ଏବଂ ପଶ୍ଚିମ ପାକିସ୍ଥାନ ଶରଣାର୍ଥୀଙ୍କ ପ୍ରତି ଭେଦଭାବ ସମାପ୍ତ ହୋଇଛି।
ସେ କହିଛନ୍ତି ଯେ ୟୁନିୟନ ଅଞ୍ଚଳରେ ୧୨,୦୦୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ବିନିଯୋଗ ହୋଇସାରିଛି। ୨୦୨୨ ଶେଷ ସୁଦ୍ଧା ସରକାର ମୋଟ ୫୧,୦୦୦ କୋଟି ଟଙ୍କା ଲକ୍ଷ୍ୟ ରଖିଛନ୍ତି।ସେ କହିଛନ୍ତି ପୂର୍ବରୁ କେବଳ ସାତୋଟି ମେଡିକାଲ କଲେଜ ଥିଲା। ଆମ ସରକାରଙ୍କ ସୟମରେ ୭ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି। ଯଦି ଯୁବକମାନେ ଜମ୍ମୁ କାଶ୍ମୀରର ବିକାଶରେ ଯୋଗ ଦିଅନ୍ତି, ତେବେ ଆତଙ୍କବାଦୀମାନେ ସେମାନଙ୍କର ଲକ୍ଷ ବିଫଳ ହେବ ବୋଲି ସେ କହିଛନ୍ତି। ଜମ୍ମୁ କଶ୍ମୀରେ ସାଧାରଣ ଲୋକଙ୍କର ଯେମିତି ମୃତ୍ୟୁ ନଘଟେ ଏବଂ ଆତଙ୍କବାଦର ବିନାଶ ପାଇଁ ସରକାର ଲକ୍ଷ ରଖିଛନ୍ତି ବୋଲି ସେ କହିଛନ୍ତି।
The post ଜମ୍ମୁ କଶ୍ମୀରରେ ବିକାଶର ବିପ୍ଲବକୁ କେହି ଅଟକାଇ ପାରିବେନି: ଅମିତ୍ ଶାହ appeared first on Odisha Reporter.
from Odisha Reporter https://ift.tt/3juNDLU
No comments:
Post a Comment