ମୁମ୍ବାଇ: ବଢ଼ି ଚାଲିଛି ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ଅଡୁଆ। ଦିନକୁ ଦିନ ନୂଆ ଖୁଲାସା ହୋଉଛି। ଏବେ ଏନ୍ସିବି ହେପାଜତ ଭିତରୁ ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ୍ ଖାନ୍ଙ୍କ ସାମ୍ନାକୁ ଆସିଛି ନୂଆ ଭିଡିଓ। ଏହି ଭିଡିଓକୁ ଶିବସେନା ସାଂସଦ ସଞ୍ଜୟ ରାଉତ ନିଜ ଟ୍ୱିଟରରେ ଶେୟାର କରିଛନ୍ତି।
ମୁମ୍ବାଇ କ୍ରୁଜ କେସ୍ରେ ସାକ୍ଷୀ ପ୍ରଭାବକର ସେଲଙ୍କ ବଡ ଖୁଲାସା ଏବଂ ଦାବି ପରେ ଶିବସେନା ଏବଂ ଏନ୍ସିପି ପୁଣିଥରେ ଏନ୍ସିବିର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ଆର୍ଯ୍ୟନ ମାମଲାରେ ସାକ୍ଷୀଙ୍କ ସାଧା କାଗଜରେ ଦସ୍ତଖତ କରାଇବା ଆଶ୍ଚର୍ଯ୍ୟଜନକ।
ସେ ଭିଡିଓକୁ ଟ୍ୱିଟ୍ କରି କହିଛନ୍ତି, ‘ରିପୋର୍ଟରେ କୁହାଯାଇଛି ଯେ, ଲାଞ୍ଚ କାରବାର ହୋଇଛି। ବଡ ଆକାରର ଟଙ୍କା ମଧ୍ୟ ଡିମାଣ୍ଡ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ମହାରାଷ୍ଟ୍ରର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏହି ମାମଲା କରାଯାଇଛି। ବର୍ତ୍ତମାନ ଏହା ସତ୍ୟ ବୋଲି ପ୍ରମାଣିତ ହେଉଛି। କେବଳ ଏତିକି ନୁହେଁ, ଗୃହମନ୍ତ୍ରୀ ଦିଲୀପ ୱାଲସେଙ୍କୁ ଟ୍ୟାଗ୍ କରି ସେ ଲେଖିଛନ୍ତି ଯେ ପୁଲିସ ଏହି ମାମଲାରେ ସ୍ୱତଃ ସଜ୍ଞାନ ନେବା ଉଚିତ୍।’
ସାଂସଦ ସଞ୍ଚୟ ରାଉତ ଯେଉଁ ଭିଡିଓକୁ ଶେୟାର କରିଛନ୍ତି, ସେଥିରେ ଆର୍ଯ୍ୟନ୍ଙ୍କ ପାଖରେ କିରଣ ଗୋସାଭି ବସିଥିବା ଦେଖିବାକୁ ମିଳିଛି। ଏଥିସହ ଆର୍ଯ୍ୟନ୍, କିରଣଙ୍କ ଫୋନ୍ ଜରିଆରେ କିଛି ଭଏସ୍ ମେସେଜ ଦେଉଥିବା ନଜର ଆସିଛନ୍ତି। ଏହି ଭିଡିଓଟି ଏନ୍ସିବି ହେପାଜତ ଭିତରର ବୋଲି କୁହାଯାଉଛି।
ସେପଟେ ଏହି ମାମଲାରେ ଲଗାତର ଏନ୍ସିବିକୁ ଟାର୍ଗେଟ କରୁଥିବା ମହାରାଷ୍ଟ୍ର ସରୀକାରର ମନ୍ତ୍ରୀ ତଥା ଏନ୍ସିପି ନେତା ନୱାବ ମଲିକ ମଧ୍ୟ ଟ୍ୱିଟ୍ କରିଛନ୍ତି। ସାକ୍ଷୀର ଏଭଳି ଖୁଲାସା ପରେ ସେ ‘ସତ୍ୟର ବିଜୟ ହେବ ସତ୍ୟ ହିଁ ଜିତିବ’ ବୋଲି ଟ୍ୱିଟ୍ କରି ଲେଖିଛନ୍ତି।
सत्य ही जीतेगा
सत्यमेव जयते— Nawab Malik نواب ملک नवाब मलिक (@nawabmalikncp) October 24, 2021
ଆର୍ଯ୍ୟନଙ୍କୁ ଗିରଫ କରାଯିବା ଦିନ ତାଙ୍କ ସହ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହୋଇଥିଲା। ଏହି ବ୍ୟକ୍ତିଙ୍କୁ କିରଣ ଗୋସାଭି ବୋଲି ଚିହ୍ନଟ କରାଯାଇଥିଲା ଏବଂ ପରିଚୟ ପରେ ସେ ଫେରାର ହୋଇଯାଇଥିଲେ। ସେହି କିରଣ ଗୋସାଭିଙ୍କ ବଡିଗାର୍ଡ ଏବଂ ଏହି କେସ୍ର ସାକ୍ଷୀ ପ୍ରଭାକର ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି।
ଏହି କେସ୍ ପାଇଁ କେପି. ଗୋସାଭି, ଶ୍ୟାମ ଏବଂ ଏନ୍ସିବି ଜୋନାଲ ନିର୍ଦ୍ଦେଶକଙ୍କ ମଧ୍ୟରେ ୧୮ କୋଟି ଟଙ୍କାର ଡିଲ୍ ହୋଇଥିବା ନେଇ ଦାବି କରିଛନ୍ତି। ଏଥିସହ ଏନ୍ସିବି ସାଧା କାଗଜ ଉପରେ ସାକ୍ଷୀଙ୍କ ସସ୍ତଖତ ନେଇଥିବା ସେ ଅଭିଯୋଗ ଉଠାଇଛନ୍ତି।
Witnes in #AryanKhan case made to sign on blank paper by NCB is shocking. Also thr r reports that thr ws demnd of huge money .CM UddhavThackeray said tht ths cases r made 2 defame Mah'shtra.Ths seems 2b comng tru @Dwalsepatil
Police shd tk suo moto cognizance@CMOMaharashtra pic.twitter.com/zipBcZiRSm— Sanjay Raut (@rautsanjay61) October 24, 2021
The post ସାମ୍ନାକୁ ଆସିଲା ଆର୍ଯ୍ୟନଙ୍କ ନୂଆ ଭିଡିଓ, ପ୍ରଶ୍ନ ଉଠାଇଲା ଶିବେସନା appeared first on Odisha Reporter.
from Odisha Reporter https://ift.tt/3nnWakX
No comments:
Post a Comment