କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିବା ପରେ ପୁଣି ହମଲାର ଧମକ ଦେଲେ ଆତଙ୍କୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 6, 2021

କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିବା ପରେ ପୁଣି ହମଲାର ଧମକ ଦେଲେ ଆତଙ୍କୀ

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କୁ ଜମ୍ମୁ-କଶ୍ମୀରରେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଆତଙ୍କବାଦୀ। ମଙ୍ଗଳବାର ମାତ୍ର ଗୋଟିଏ ଘଣ୍ଟା ଭିତରେ କଶ୍ମୀରର ୩ଟି ସ୍ଥାନରେ ହମଲା କରି ୩ ଜଣଙ୍କୁ ହତ୍ୟା କରିଥିବା ଆତଙ୍କୀମାନେ ଆଗକୁ ଏପରି ଆକ୍ରମଣ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।

ମଙ୍ଗଳବାର ଆତଙ୍କୀ ହମଲାରେ ପ୍ରସିଦ୍ଧ ଔଷଧ ବ୍ୟବସାୟୀ ମଖନ ଲାଲ ବିନ୍ଦ୍ରୋ ପ୍ରାଣ ହରାଇଥିଲେ। ସେ ଜଣେ କଶ୍ମୀର ପଣ୍ଡିତ। ଏହି ହମଲା ପାଇଁ ଆତଙ୍କୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ) ନିଜକୁ ଦାୟୀ କରିଛି। ଏଥିସହ କଶ୍ମୀର ବିରୋଧୀ ଆଭିମୁଖ୍ୟ ରଖୁଥିବା ଲୋକଙ୍କ ବିରୋଧରେ ଆଗକୁ ଏପରି ଆକ୍ରମଣ କରାଯିବ ବୋଲି ସଂଗଠନ ଧମକ ଦେଇଛି।

ଟିଆରଏଫ ଗୋଟିଏ ବିବୃତି ଜାରି କରି ହମଲା ପାଇଁ ନିଜକୁ ଦାୟୀ କରିଛି। ଏଥିରେ ସଂଗଠନ କହିଛି ଯେ ନିହତ ମଖନ ଲାଲ ବିନ୍ଦ୍ରୋ ଆରଏସଏସ୍‌ର କଥାରେ ପରିଚାଳିତ ହେଉଥିଲେ। ସେ ଆରଏସ୍‌ଏସ୍‌ର ହାତ ବାରିସି ସାଜିଥିଲେ। ତେଣୁ ତାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଲା।

କଶ୍ମୀରବାସୀ ତାଙ୍କ ମୃତ୍ୟୁରେ କୌଣସି ପ୍ରକାରର ଶୋକ ପ୍ରକାଶ କରନ୍ତୁ ନାହିଁ। ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବାହାନାରେ ବିନ୍ଦ୍ରୋ କଶ୍ମୀରବାସୀ ଓ ଯୁବକମାନଙ୍କୁ ନେଇ ଗୁପ୍ତ ସେମିନାର ଏବଂ ବୈଠକ କରୁଥିଲେ। ଏଥିରେ କଶ୍ମୀର ବିରୋଧୀ ଚିନ୍ତାଧାରାକୁ ସେମାନଙ୍କ ମୁଣ୍ଡରେ ଭର୍ତ୍ତି କରାଯାଉଥିଲା ବୋଲି ସଂଗଠନ ଅଭିଯୋଗ କରିଛି।

କେବଳ ସେତିକି ନୁହେଁ, ଟିଆରଏଫ ବିନ୍ଦ୍ରୋଙ୍କ ଝିଅ ଶ୍ରଦ୍ଧାଙ୍କୁ ମଧ୍ୟ ଟାର୍ଗେଟ କରିଛି। ଶ୍ରଦ୍ଧା ବୁଧବାର ତାଙ୍କ ବାପାଙ୍କୁ ହତ୍ୟା କରିଥିବା ଆତଙ୍କୀମାନଙ୍କୁ ବିତର୍କରେ ତାଙ୍କର ସାମ୍ନା କରିବାକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ଟିଆରଏଫ କହିଛି, ଯେଉଁଭଳି ବିନ୍ଦ୍ରୋଙ୍କ ଝିଅ କଶ୍ମିରୀଙ୍କ ଉପରେ ଚିତ୍କାର କରିଛନ୍ତ, ତା’କୁ ଦେଖି କଶ୍ମୀର ଲୋକମାନଙ୍କ ଆଖି ଖୋଲିବା ଦରକାର। ଏପରି ଘୃଣ୍ୟ ଓ ଅଲଗା ଚିନ୍ତାଧାରା ରଖିଥିବା ଲୋକମାନଙ୍କ ଠାରୁ କଶ୍ମୀରବାସୀ ଦୂରେଇ ରୁହନ୍ତୁ।

ଆମେ କେବେ ହେଲେ ନିରୀହ ଲୋକଙ୍କୁ ଟାର୍ଗେଟ କରି ନଥାଉ। କିନ୍ତୁ ନିଜକୁ ନିରୀହ ବୋଲି ଦେଖାଇ ହୋଇ ଅନ୍ୟର ହାତ ବାରିସି ସାଜିଥିବା ବିନ୍ଦ୍ରୋଙ୍କ ଭଳି ବ୍ୟକ୍ତିବିଶେଷମାନଙ୍କ ଠାରୁ ସାଧାରଣ ଲୋକ ମଧ୍ୟ ଦୂରେଇ ରହିବା ଦରକାର। ଏପରି କପଟତା କେବେ ହେଲେ ସହଜରେ ଯିବନି। ଆମେ ସେପରି ଲୋକମାନଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖିଛୁ ବୋଲି ଟିଆରଏଫ କହିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଶ୍ରୀନଗରର ଇକବାଲ ପାର୍କ ନିକଟରେ ଥିବା ଔଷଧ ଦୋକାନର ମାଲିକ ମଖନ ଲାଲ ବିନ୍ଦ୍ରୋଙ୍କୁ ଆତଙ୍କବାଦୀମାନେ ହଠାତ୍‌ ଗୁଳି କରିଥିଲେ। ଗୁଳିମାଡ଼ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଠାରୁ ଆରମ୍ଭ କରି ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ଯାଏ ଦୁଃଖ ପ୍ରକାଶ କରିଛନ୍ତି। ଘଟଣାକୁ ନିନ୍ଦା କରି ସେମାନେ ଦୋଷୀଙ୍କୁ ତୁରନ୍ତ ଧରିବାକୁ ଦାବି କରିଛନ୍ତି।

The post କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିବା ପରେ ପୁଣି ହମଲାର ଧମକ ଦେଲେ ଆତଙ୍କୀ appeared first on Odisha Reporter.



from Odisha Reporter https://ift.tt/2YnqSBW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages