ବର୍ଷା ଯୋଗୁ ଭୁଶୁଡ଼ିଲା ଘର, ଗୋଟିଏ ପରିବାରର ୭ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 6, 2021

ବର୍ଷା ଯୋଗୁ ଭୁଶୁଡ଼ିଲା ଘର, ଗୋଟିଏ ପରିବାରର ୭ ମୃତ

ବେଙ୍ଗାଲୁରୁ: ପ୍ରବଳ ବର୍ଷା ଯୋଗୁ କର୍ଣ୍ଣାଟକାର ବେଲାଗାଭିରେ ବଡ଼ଧରଣର ଅଘଟଣ ଘଟିଛି। ବର୍ଷା ଯୋଗୁ ଏଠାରେ ଗୋଟିଏ ଘର ବୁଧବାର ରାତିରେ ଭୁଶୁଡ଼ି ପଡ଼ିଛି। ଏଥିଯୋଗୁ ଗୋଟିଏ ପରିବାରର ୭ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଛୋଟ ପିଲା ମଧ୍ୟ ରହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ହେଲାଣି କର୍ଣ୍ଣାଟକାର ବିଭିନ୍ନ ପ୍ରାନ୍ତରେ ଲଗାଣ ବର୍ଷା ଜାରି ରହିଛି। ତେବେ ବୁଧବାର ରାତି ପ୍ରାୟ ୯ଟା ସମୟରେ ପ୍ରବଳ ବର୍ଷା ଯୋଗୁ ବେଲେଗାଭିର ବଦାଲା ଅଙ୍କଲାଗି ଗାଁରେ ଥିବା ଗୋଟିଏ ଘର ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଭୁଶୁଡ଼ିବା ବେଳେ ପରିବାରର ୭ ଜଣ ସଦସ୍ୟ ଘର ମଧ୍ୟରେ ରହିଥିଲେ। ଫଳରେ ସେମାନେ ଧ୍ୱଂସାବଶେଷ ତଳେ ଚାପି ହୋଇଯାଇଥିଲେ।

ପୁଲିସ୍‌ କହିଛି ଯେ ବର୍ଷା ଯୋଗୁ ପ୍ରଥମେ ଘରର ଗୋଟିଏ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏହାପରେ ପୂରା ଘର ମାଟିରେ ମିଶି ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛନ୍ତି। ସେହିପରି ଜଣେ ୮ ବର୍ଷୀୟ ଝିଅ ମଧ୍ୟ ପ୍ରାଣ ହରାଇଛି। ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବ। ଘର ଭୁଶୁଡ଼ିବା ଯୋଗୁ ଘଟଣା ସ୍ଥଳରେ ୫ ଜଣଙ୍କ ଜୀବନ ଯାଇଥିଲା। ଆହତଙ୍କୁ ହସ୍ପିଟାଲ ନିଆ ଯାଇଥିବା ବେଳେ ସେଠାରେ ୨ ଜଣଙ୍କ ଜୀବନ ଯାଇଛି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିସହ ଜିଲ୍ଲା ମନ୍ତ୍ରୀ ଗୋବିନ୍ଦ କାରଜୋଲଙ୍କୁ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଡେପୁଟି କମିଶନରଙ୍କୁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

The post ବର୍ଷା ଯୋଗୁ ଭୁଶୁଡ଼ିଲା ଘର, ଗୋଟିଏ ପରିବାରର ୭ ମୃତ appeared first on Odisha Reporter.



from Odisha Reporter https://ift.tt/3abBJlc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages