ବିଜେଡିରେ ମିଶିବେ ପ୍ରଦୀପ, ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 24, 2021

ବିଜେଡିରେ ମିଶିବେ ପ୍ରଦୀପ, ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା। ବିଜେଡିରେ ମିଶିବେ କଂଗ୍ରେସ ଛାଡ଼ିଥିବା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଆଜି ନବରଙ୍ଗପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହିତ ବିଜେଡିରେ ଯୋଗ ଦେବେ।

ପ୍ରଦୀପ କେବେ ବିଜେଡିରେ ମିଶିବେ, ସେ ନେଇ ସ୍ପଷ୍ଟ ହୋଇନାହିଁ। ତେବେ ୨୮ରୁ ୩୦ ତାରିଖ ଭିତରେ ସେ ବିଜେଡିରେ ଯୋଗ ଦେବେ। ଯଦି ୨୮ ବା ୨୯ରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ପାଇଁ ନବରଙ୍ଗପୁର ଆସିବେ, ତା’ହେଲେ ସେହି କାର୍ଯ୍ୟକ୍ରମରେ ପ୍ରଦୀପ ବିଜେଡିରେ ମିଶିବେ। ନହେଲେ ସେ ସମର୍ଥକଙ୍କ ସହିତ ଭୁବନେଶ୍ୱର ଯାଇ ବିଜେଡିରେ ମିଶିବେ।

ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବିଜେଡି ରାଜ୍ୟରେ ସ୍ଥିର ସରକାର ଦେବାରେ ସଫଳ ହୋଇଛି। ପ୍ରତି ନିର୍ବାଚନରେ ସଂଖ୍ୟା ବୃଦ୍ଧି କରି ଦେଶରେ ଇତିହାସ ରଚିଛି। ନବରଙ୍ଗପୁର ସମେତ ଅବିଭକ୍ତ କୋରାପୁଟର ବିକାଶ ପାଇଁ ସେମାନେ ବିଜେଡିରେ ମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବେ ବୋଲି ପ୍ରଦୀପ କହିଛନ୍ତି।

ସେ କହିଛନ୍ତି, ଏହି ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତିବଦ୍ଧ। ତେଣୁ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ସେହି ସ୍ରୋତରେ ସାମିଲ ହୁଅନ୍ତୁ।

ପ୍ରଦୀପ କହିଛନ୍ତି, ବର୍ତ୍ତମାନ କଂଗ୍ରେସ ସହ ପାଦ ମିଶାଇ ଚାଲିବା ଅସମ୍ଭବ। କଂଗ୍ରେସରେ ରହି ଅବିଭକ୍ତ କୋରାପୁଟର ବିକାଶ କରି ହେବ ନାହିଁ। ଆଗାମୀ ଦିନରେ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିପାରିବ କି ନାହିଁ, ସେ ନେଇ ମଧ୍ୟ ସନ୍ଦେହ ରହିଛି ବୋଲି ସେ କହିଛନ୍ତି।

ଦୁଇ ଦିନ ତଳେ ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫା ପତ୍ର ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଥିଲେ। ସାଂଗଠନିକ ସ୍ତରରେ କଂଗ୍ରେସ ଦୁର୍ବଳ ହୋଇଯାଇଥିବା ସେ ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଥିଲେ। କଂଗ୍ରେସରେ ରହି ଆଉ ଲୋକଙ୍କ ସେବା କରିବା ସମ୍ଭବ ନୁହେଁ ବୋଲି ସେ ଉଲ୍ଲେଖ କରିବା ସହିତ ଅତ୍ୟନ୍ତ ଦୁଃଖ ଓ କଷ୍ଟର ସହିତ ଦଳ ଛାଡ଼ୁଥିବା ଲେଖିଥିଲେ।

ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେବା ବେଳେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଥିଲେ। ସେ ୨୦୦୯ରେ କଂଗ୍ରେସ ଟିକେଟ୍‌ରେ ନବରଙ୍ଗପୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତା’ସହିତ ଦଳର ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଥିଲେ।

The post ବିଜେଡିରେ ମିଶିବେ ପ୍ରଦୀପ, ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା appeared first on Odisha Reporter.



from Odisha Reporter https://ift.tt/3b4iWse

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages