ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲା: ୧୮ କୋଟି ଟଙ୍କାରେ ହୋଇଥିଲା ଡିଲ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 24, 2021

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲା: ୧୮ କୋଟି ଟଙ୍କାରେ ହୋଇଥିଲା ଡିଲ୍‌!

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଏକ ବଡ ଖୁଲାସା ହୋଇଛି। ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ବିରୋଧରେ ତିଆରି ହୋଇଥିବା କେସ୍‌ର ସାକ୍ଷୀ ପାଲଟିଥିବା ପ୍ରଭାକର ସେଲ୍‌ ଏକ ଚକିତ କଲା ଭଲି ଖୁଲାସା କରିଛନ୍ତି।

ପଞ୍ଚ ପ୍ରଭାକର ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେ ଏବଂ ଅନ୍ୟ ସାକ୍ଷୀ କେ.ପି ଗୋସାୱିଙ୍କ ବିରୋଧରେ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ଆଣିଛନ୍ତି। କେପି ଗୋସାୱି, ସାମୀର ଓ ଶ୍ୟାମ୍‌ଙ୍କ ମଧ୍ୟରେ ପ୍ରାୟ ୨୫ କୋଟି ଟଙ୍କାର କଥାବର୍ତ୍ତା ହୋଇଥିଲା। ହେଲେ ପରେ ୧୮ କୋଟି ଟଙ୍କାରେ ଏହି ଡିଲ୍‌ ଫାଇନାଲ ହୋଇଥିବା କଥା ପ୍ରଭାକର ଶୁଣିଥିବା କହିଛନ୍ତି।  ଗୋସାୱି ଏବଂ ଶ୍ୟାମ୍‌ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ୧୮ କୋଟିରୁ ୮ କୋଟି ଟଙ୍କା ଦେବାକୁ କହିଥିଲେ ବୋଲି ପ୍ରଭାକର ଦାବି କରିଛନ୍ତି।

କ୍ରୁଜ ଉପରେ ରେଡ୍‌  ପରେ ଶାହାରୁଖ ଖାନ୍‌ଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କ ସହ ଗୋସାୱି ଏବଂ ଶ୍ୟାମ ନୀଳ ରଙ୍ଗର ମର୍ସିଡିଜ କାର୍‌ରେ ଏକାଠି ପ୍ରାୟ ୧୫ ମିନିଟ୍‌ ଯାଏଁ କଥାବାର୍ତ୍ତା ହୋଇଥିଲେ। ଏହାପରେ ଗୋସାୱି ଏନ୍‌ସିବିକୁ ଫୋନ୍‌ କରି ଏହି ମାମଲାର ସାକ୍ଷୀ ହେବେ ବୋଲି କହିଥିଲେ। ଏନ୍‌ସିବି ୧୦ଟି ସାଧା କାଗଜରେ ତାଙ୍କ ଠାରୁ ଦସ୍ତକ୍ଷତ ନେଇଥିବା ପ୍ରଭାକର କହିଛନ୍ତି।

ସଗୋସାୱିଙ୍କୁ ଦୁଇଟି ବ୍ୟାଗରେ ୫୦ ଲକ୍ଷ ଟଙ୍କା ଦିଆଯାଇଛି। ଅକ୍ଟୋବର ୧ ତାରିଖ ରାତି ୯ଟା୪୫ରେ ଗୋସାୱି ଏନ୍‌ସିବିକୁ ଡାକି ତାଙ୍କୁ ଅକ୍ଟୋବର ୨ରେ ସକାଳ ୭ଟା୩୦ ସୁଦ୍ଧା ପ୍ରସ୍ତୁତ ହୋଇ ଏକ ସ୍ଥାନକୁ ଆସିବାକୁ କହିଥିଲେ। ଗୋସାୱି ତାଙ୍କୁ କିଛି ଫଟୋଗ୍ରାଫ୍ ଦେଇଛନ୍ତି ଏବଂ ତାଙ୍କୁ ଗ୍ରୀନ୍ ଗେଟ୍‌ରେ ଥିବା ଫଟୋଗ୍ରାଫରେ ଥିବା ଲୋକଙ୍କୁ ଚିହ୍ନଟ କରିବାକୁ କହିଥିଲେ ବୋଲି ପ୍ରଭାକର ଦାବି କରିଛନ୍ତି।

ସେପଟେ ଏସବୁ ଅଭିଯୋଗକୁ ନାର୍କୋଟିକ୍ସ କଣ୍ଟ୍ରୋଲ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଖଣ୍ଡନ କରିଛନ୍ତି। ମାମଲାରେ କୌଣସି ବି ହେରଫେର ହୋଇନଥିବା ସେ କହିଛନ୍ତି। ସମୟ ଆସିଲେ ସେ ଏହାର ଉପଯୁକ୍ତ ଉତ୍ତର ଦେବେ ବୋଲି କହିଛନ୍ତି ସମୀର। ଏହି ଦାବିକୁ ଭିତ୍ତିହୀନ ବୋଲି ଏଜେନ୍ସି କହିଛି। ଏନ୍‌ସିବିର ଛବି ଖରାପ କରିବାକୁ ଏଭଳି ମିଥ୍ୟା ଦାବି କରାଯାଉଛି। ଅକ୍ଟୋବର ୨ ତାରିଖ ପୂର୍ବରୁ ପ୍ରଭାକର ସେଲ୍‌କୁ ଚିହ୍ନ ନଥିବା ମଧ୍ୟ କହିଛି ଏନ୍‌ସିବି।

ଅଭିଯୋଗ ଆଣିଥିବା ପ୍ରଭାକର ନିଜକୁ କେପି ଗୋସାୱିଙ୍କ ଅଙ୍ଗରକ୍ଷୀ ବୋଲି କହିଛନ୍ତି। କେପି ଗୋସାୱି ହେଉଛନ୍ତି ସେହି ବ୍ୟକ୍ତି, ଯାହାର ଫଟୋ ଆର୍ଯ୍ୟନ୍ ଖାନଙ୍କ ସହ ଭାଇରାଲ୍ ହୋଇଥିଲା। ସେ ଜଣେ ବ୍ୟକ୍ତିଗତ ଡିଟେକ୍ଟର।

The post ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲା: ୧୮ କୋଟି ଟଙ୍କାରେ ହୋଇଥିଲା ଡିଲ୍‌! appeared first on Odisha Reporter.



from Odisha Reporter https://ift.tt/2XEAQPk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages