ଆଜି ମହାଳୟା; ବାଇଶିପାହାଚ ଓ ବିନ୍ଦୁସାଗରରେ ଶ୍ରାଦ୍ଧ ପକାଇବା ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 5, 2021

ଆଜି ମହାଳୟା; ବାଇଶିପାହାଚ ଓ ବିନ୍ଦୁସାଗରରେ ଶ୍ରାଦ୍ଧ ପକାଇବା ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ମହାଳୟା ଅମାବାସ୍ୟା। ପିତୃପକ୍ଷର ଶେଷ ଦିନ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ପିତୃପକ୍ଷ ହୋଇଥାଏ । ଏହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି। ହେଲେ ଯେଉଁ ଗୃହସ୍ଥ ଏହି ପନ୍ଦର  ଦିନ ମଧ୍ୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନ ଥାନ୍ତି, ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ  କରି ଶ୍ରାଦ୍ଧ ଅର୍ପଣ କରିଥାନ୍ତି । ତେବେ କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିର ବାଇଶିପାହାଚ ଓ ରାଜଧାନୀର ବିନ୍ଦୁସାଗରରେ ମହାଳୟା ଅମାବାସ୍ୟା ପାଳନ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି।

କୋଭିଡ୍ କଟକଣା ଯୋଗୁଁ ଶ୍ରୀମନ୍ଦିର ବାଇଶିପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ବନ୍ଦ ରହିଥିବା ବେଳେ  ଉତ୍ତରଦ୍ୱାର ସମ୍ମୁଖରେ ଶ୍ରାଦ୍ଧ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୂରଦୂରାନ୍ତ ଆସୁଥିବା ଭକ୍ତ ଏଠାରେ  ଶ୍ରାଦ୍ଧ ଦେଉଛନ୍ତି ।

ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ମଧ୍ୟ ତର୍ପଣ ଓ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି ଶ୍ରଦ୍ଧାଳୁ  । ପିତୃପକ୍ଷରେ ବିଶେଷକରି ପିତା, ପିତାମହ, ପ୍ରପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି  ରହିଛି । ସେପଟେ ଏସ୍ଓପି ଆଧାରରେ ଶ୍ରୀମନ୍ଦିରକୁ କୌଣସି ଭକ୍ତଙ୍କ ପ୍ରବେଶ  କରିପାରିବେ ନାହିଁ,  କିନ୍ତୁ ଉତ୍ତର ଦ୍ୱାର ବାହାରେ ମହାପ୍ରସାଦ ପାଇପାରିବେ ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମହାଳୟା ପାଇଁ  କଟକଣା ଲାଗୁ କରିଛି ବିଏମ୍‌ସି।  ବିନ୍ଦୁସାଗରରେ ମହାଳୟା ପାଳନକୁ ସଂପୂର୍ଣ୍ଣ ବାରଣ  କରାଯାଇଛି । ଏଥିସହ ସେଠାରେ ବ୍ରାହ୍ମଣ ଭୋଜନ ସହ ମହାଳୟା ସଂପର୍କିତ ନୀତିକାନ୍ତି ପାଳନ କରିବା ଉପରେ ମଧ୍ୟ କଟକଣା ଲାଗୁ କରିଦେଇଛି। କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଭୁବନେଶ୍ୱର ମହାନଗର ନିଗମ ଏଭଳି ନିଷ୍ପତ୍ତି  ନେଇଛି  ।

ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଆଜି ଧବଳମୁଖୀ ବେଶ । ତେବେ ଏଥର କରୋନା କଟକଣା ମଧ୍ୟରେ ମା’ଙ୍କର ଏହି  ଦୁର୍ଲଭ ବେଶର ଦର୍ଶନ କରିବେ ଶ୍ରଦ୍ଧାଳୁ ।  ଆଜି ମଧ୍ୟାହ୍ନ ୧୨ଟା ଯାଏଁ ଏବଂ ପରେ  ସାଢେ ୧୨ଟାରୁ ସନ୍ଧ୍ୟା ସାଢେ ୭ଟା ଯାଏଁ ସର୍ବସାଧାରଣ ଦର୍ଶନ କରିପାରିବେ ।

The post ଆଜି ମହାଳୟା; ବାଇଶିପାହାଚ ଓ ବିନ୍ଦୁସାଗରରେ ଶ୍ରାଦ୍ଧ ପକାଇବା ମନା appeared first on Odisha Reporter.



from Odisha Reporter https://ift.tt/3lfwhUC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages