ଭାରତକୁ ଟାର୍ଗେଟ କଲା ହକ୍କାନୀ ନେଟୱର୍କ, ସୋମନାଥ ମନ୍ଦିର ଭଙ୍ଗାଯିବା କଥା କହିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 5, 2021

ଭାରତକୁ ଟାର୍ଗେଟ କଲା ହକ୍କାନୀ ନେଟୱର୍କ, ସୋମନାଥ ମନ୍ଦିର ଭଙ୍ଗାଯିବା କଥା କହିଲା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିବା ତାଲିବାନ ତା’ର ଅସଲ ରଙ୍ଗ ଦେଖାଇବା ଆରମ୍ଭ କରିଛି। ତାଲିବାନର ତଥାକଥିତ ସରକାରରେ ସାମିଲ ଥିବା ହକ୍କାନୀ ନେଟୱାର୍କର ମୁଖ୍ୟ ଅନାସ ହକ୍କାନୀ ଭାରତ ବିରୋଧରେ ବିଷ ଓକାଳିବା ଆରମ୍ଭ କରିଛି।

ଭାରତ ଉପରେ ୧୭ ଥର ଆକ୍ରମଣ କରିଥିବା ମହମୁଦ ଗଜନବୀର କବରରେ ପହଞ୍ଚି ହକ୍କାନୀ ସୋମନାଥ ମନ୍ଦିରରେ ଥିବା ପ୍ରତିମୂର୍ତ୍ତି ଭଙ୍ଗା ଯିବା ବେଳର କଥା ଉଠାଇଛି। କବରସ୍ଥାନରୁ ଫେରିବା ପରେ ଅନାସ ହକ୍କାନୀ ଟ୍ୱିଟ କରିଛି। ଏଥିରେ ସେ କହିଛି “ଆଜି ଆମେ ଦଶମ ଶତାବ୍ଦୀର ଜଣେ ପ୍ରସିଦ୍ଧ ମୁସଲମାନ ଯୋଦ୍ଧା ତଥା ମୁଜାହିଦ୍ ସୁଲତାନ ମହମୁଦ ଗଜନବୀଙ୍କ ଦରଗାକୁ ଯାଇଥିଲୁ। ଗଜନବୀ ଗୋଟିଏ ଶକ୍ତିଶାଳୀ ମୁସଲିମ ଶାସନ ପ୍ରତିଷ୍ଠା କରିବାକୁ ସକ୍ଷମ ହୋଇଥିଲେ। ଏଥିସହ ସେ ସୋମନାଥ ମନ୍ଦିରର ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଥିଲେ।”

୧୧ତମ ଶତାବ୍ବୀରେ ଗଜନୀର ଶାସକ ମହମୁଦ ଗୁଜରାଟ ଉପରେ ହମଲା କରିଥିଲେ। ଏହି ସମୟରେ ସେ ଏଠାରେ ଥିବା ସୋମନାଥ ମନ୍ଦିରକୁ ଭାଙ୍ଗି ଦେଇଥିଲେ। ଏବେ ଅନାସ ହକ୍କାନୀ ସେହି କଥାକୁ ଉଠାଇଛି।

ଏହାପୂର୍ବରୁ ଗୋଟିଏ ଗଣମାଧ୍ୟମକୁ ସାକ୍ଷାକାର ଦେଇ ହକ୍କାନୀ ଭାରତକୁ ଟାର୍ଗେଟ କରିଥିଲା। ସେ କହିଥିଲା, ଆଫଗାନିସ୍ତାନ ଭାରତର ପ୍ରକୃତ ବନ୍ଧୁ ନୁହେଁ। ସେ ଭାରତ ସରକାରଙ୍କ ସହ ଭାରତୀୟ ଗଣମାଧ୍ୟମକୁ ମଧ୍ୟ ତୀବ୍ର ସମାଲୋଚନା କରିଥିଲା। ହକ୍କାନୀ କହିଥିଲା ଯେ ଆଫଗାନିସ୍ତାନ ପ୍ରତି ଭାରତ ନିଜର ନୀତି ବଦଳାଇବା ଆବଶ୍ୟକ। ଏଥିସହ ତାଲିବାନର ଶୀର୍ଷ ନେତାଙ୍କ ସହ ହକ୍କାନୀ ନେଟୱର୍କର କୌଣସି ବିବାଦ ନଥିବା ମଧ୍ୟ  କହିଛି।


ଭାରତ ସହ ସମ୍ପର୍କ ଉପରେ ଅନାସ ହକ୍କାନୀ କହିଛି ଯେ ଦୁର୍ଭାଗ୍ୟବଶତଃ ଭାରତର ଆଭିମୁଖ୍ୟ ପକ୍ଷପାତିତା କରିବା ଭଳି ରହିଛି। ଗତ ୨୦ ବର୍ଷ ଧରି ଆଫଗାନରେ ଚାଲିଥିବା ଯୁଦ୍ଧରେ ଭାରତ କେବଳ ଘିଅ ଢାଳିବା କାମ କରିଛି। ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଏଯାଏ କିଛି କରିନି। ଭାରତୀୟ ଗଣମାଧ୍ୟମ ତାଲିବାନକୁ ନେଇ ବିଶ୍ୱକୁ ଖରାପ ବାର୍ତ୍ତା ଦେବାରେ ଲାଗିଛି। ତେଣୁ ଭାରତ ସରକାର ଓ ଭାରତୀୟ ଗଣମାଧ୍ୟମ ସେମାନଙ୍କ ନୀତିରେ ପରିବର୍ତ୍ତନ କରନ୍ତୁ ବୋଲି ସେ ଚେତାବନୀ ଦେଇଛି।

The post ଭାରତକୁ ଟାର୍ଗେଟ କଲା ହକ୍କାନୀ ନେଟୱର୍କ, ସୋମନାଥ ମନ୍ଦିର ଭଙ୍ଗାଯିବା କଥା କହିଲା appeared first on Odisha Reporter.



from Odisha Reporter https://ift.tt/3mn3Vam

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages