ଆସୁଛି ଗୁଣ୍ଡା ଆଇନ୍‌; ପ୍ରମାଦ ଗଣିବେ ଦୁର୍ଦ୍ଦାନ୍ତ ଅପରାଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 6, 2021

ଆସୁଛି ଗୁଣ୍ଡା ଆଇନ୍‌; ପ୍ରମାଦ ଗଣିବେ ଦୁର୍ଦ୍ଦାନ୍ତ ଅପରାଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ସାବାଡ ହେବେ ଦୁର୍ଦ୍ଦାନ୍ତ ଅପରାଧୀ।  ଛୋଟମୋଟ ଅପରାଧ ଘଟାଇଲେ ବି ମିଳିବ କଡ଼ା ଶାସ୍ତି।  ଛୋଟମୋଟ ଦଫା ଆଳରେ ସ୍ୱଳ୍ପ ସଜା କାଟି ପୁଣି ଥରେ ଆତଙ୍କ ଖେଳାଇ ପାରିବେନି ଅପରାଧୀ । ସୁପାରୀ ହତ୍ୟା, ଗୋଷ୍ଠୀ ସଂଘର୍ଷ, ଯୁବତୀ କି ନାବାଳକ ଚାଲାଣ ଆଉ କଳା ଟଙ୍କା ଠୁଳରେ ବି ଅଭିଯୁକ୍ତଙ୍କୁ ମିଳିବ କଡ଼ା ଦଣ୍ଡ । ଏମାନଙ୍କୁ ସାବାଡ଼ କରିବାକୁ ରାଜ୍ୟ ସରକାର ଆଣୁଛନ୍ତି ‘ଗୁଣ୍ଡା ଆଇନ୍‌’ । ଏହି ଆଇନ୍‌ ବଳରେ ଅପରାଧୀଙ୍କୁ ଅତି କମ୍‌ରେ ୭ ବର୍ଷ ନ ହେଲେ ସର୍ବାଧିକ ୧୦ ବର୍ଷ ଜେଲ୍‌ ସଜା କାଟିବାକୁ ପଡ଼ିବ । ଖାଲି ଅପରାଧୀ ନୁହେଁ, ସେମାନଙ୍କୁ ସହାୟତା କରୁଥିବା ସରକାରୀ ବେତନଭୋଗୀଙ୍କ ସମ୍ପତ୍ତି ମଧ୍ୟ ବ୍ୟାଜାପ୍ତ ହେବ ।

ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସାବାଡ଼ କରିବାକୁ ଗୁଜରାଟ, ମହାରାଷ୍ଟ ଓ ଉତ୍ତର ପ୍ରଦେଶ ସରକାରଙ୍କ ପରି ଓଡ଼ିଶା ସରକାର ବି ଖୁବ୍‌ ଶୀଘ୍ର  ଆଣୁଛନ୍ତି ଗୁଣ୍ଡା ନିରୋଧୀ ଆଇନ୍‌। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଚିଠା ଆଇନ୍‌ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି। ଏହି ଆଇନ୍‌ କାର୍ଯ୍ୟକାରୀ ହେବା ଆରମ୍ଭ କଲେ ପ୍ରମାଦ ଗଣିବେ ଦୁର୍ଦ୍ଦାନ୍ତ ଅପରାଧୀ।

ପ୍ରସ୍ତାବିତ ଗୁଣ୍ଡା ଆଇନ୍‌ ଏବେ ଡ୍ରାଫ୍ଟ ଭାବେ ଅଛି। ଆଇନ୍‌ ବିଭାଗ ଏହି ପ୍ରସ୍ତାବିତ ବିଲ୍‌ ଉପରେ ତର୍ଜମା ଚଳାଇଛି। ପ୍ରସ୍ତାବିତ ବିଲ୍‌ର ନାଁ ରହିଛି ‘ଓଡ଼ିଶା ଗୁଣ୍ଡା ଆଣ୍ଡ ଆଣ୍ଟି ସୋଶାଲ ଆକ୍ଟିଭିଟିଜ୍‌ ବିଲ୍‌’ । ଆଇନ୍‌ ବିଭାଗର ଅନୁମୋଦନ ପରେ ଏହା କ୍ୟାବିନେଟ ମଞ୍ଜୁରୀ ପାଇଁ ଯିବ । ଏହାପରେ ବିଧାନସଭାରେ ଆଗତ ହେବ । ଏହି ବିଲ୍‌ ପାସ୍‌ ହେଲେ ସରକାର ଜଣେ ବ୍ୟକ୍ତିଙ୍କୁ ଗୁଣ୍ଡା ଘୋଷଣା କରିପାରିବେ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଏକ ଚିଠା ପ୍ରସ୍ତାବ ଆଇନ୍‌ ବିଭାଗକୁ ପଠାଯାଇଛି। ତର୍ଜମା ପରେ ଆଗାମୀ କ୍ୟାବିନେଟ ବୈଠକରେ ଏହା ଅନୁମୋଦିତ ହେବ। ପ୍ରସ୍ତାବ ମୁତାବକ ଆଇନ୍‌ର ନାଁ ରହିଛି ‘ଓଡ଼ିଶା ଗୁଣ୍ଡା ଓ ଅସାମାଜିକ କାର୍ଯ୍ୟକଳାପ ନିବାରଣ ବିଲ୍‌’ ।

ସ୍ୱତନ୍ତ୍ର ଆଇନ୍‌ ଲଂଘିବା ବ୍ୟକ୍ତିଙ୍କୁ ଅତି କମ୍‌ରେ ୭ ବର୍ଷ ଜେଲ୍‌ ଦଣ୍ଡର ବ୍ୟବସ୍ଥା ରହିଛି। ଦରକାର ପଡ଼ିଲେ, ଅପରାଧୀଙ୍କ ସମ୍ପତ୍ତି ବ୍ୟାଜାପ୍ତି କରିବାକୁ ଜିଲ୍ଲାପାଳଙ୍କୁ କ୍ଷମତା ମିଳିବ। ଯଦି ବେଆଇନ୍‌ ଉପାୟରେ କିମ୍ବା କୌଣସି ଅପରାଧିକ ଷଡଯନ୍ତ୍ରରୁ ଟଙ୍କା ଓ ସମ୍ପତ୍ତି ସଞ୍ଚୟ କରିଥିବେ, କୋର୍ଟରେ ଚାର୍ଜସିଟ ଦାଖଲ ପୂର୍ବରୁ ତାହାକୁ ବ୍ୟାଜାପ୍ତି କରାଯାଇ ପାରିବ ।

କୌଣସି ସରକାରୀ ବେତନଭୋଗୀ ପରୋକ୍ଷରେ କିମ୍ବା ପ୍ରତ୍ୟକ୍ଷରେ ଅପରାଧୀଙ୍କୁ ସହଯୋଗ କଲେ, ଜାଣିଶୁଣି କୋର୍ଟ କିମ୍ବା ଉପରିସ୍ଥ ଅପରାଧୀଙ୍କ ନିର୍ଦ୍ଦେଶକୁ ନ ମାନିଲେ  ଅତି କମ୍‌ରେ ୩ ବର୍ଷ ଓ ସର୍ବାଧିକ ୧୦ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିପାରେ । ସେହିପରି ସରକାରୀ ବେତନଭୋଗୀ ଅପରାଧୀଙ୍କଠାରୁ ବେଆଇନ୍‌ ଉପାୟରେ ସମ୍ପତ୍ତି ଠୁଳ କଲେ, ୩ ବର୍ଷ ଜେଲ୍‌ଦଣ୍ଡର ବ୍ୟବସ୍ଥା ରହିଛି। ଏପରିକି ତାଙ୍କ ସମ୍ପତ୍ତିକୁ ବ୍ୟାଜାପ୍ତି ମଧ୍ୟ କରାଯିବ ।

ଘରୋଇ ସଂସ୍ଥାରେ କର୍ମଚାରୀଙ୍କୁ ଅସଦାଚରଣ, ଋଣ ଆଦାୟ ବେଳେ ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି, ବେଆଇନ୍‌ ଅସ୍ତ୍ରଶସ୍ତ୍ର ବ୍ୟବହାର, ସାଇବର ଅପରାଧ, ଏସିଡ ଆକ୍ରମଣ, ଚାଇଲ୍ଡ ପନୋଗ୍ରାଫି ପାଇଁ ଅପରାଧ ପାଇଁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶର ବ୍ୟବସ୍ଥା ରହିଛି।

ସ୍ୱତନ୍ତ୍ର ଅଦାଲତରେ ଅଭିଯୁକ୍ତଙ୍କ ଶୁଣାଣି ହେବ । ଶୁଣାଣି ପ୍ରକ୍ରିୟାର ସମସ୍ତ ଦୃଶ୍ୟ କ୍ୟାମେରାରେ କଏଦ ରହିବ । ସାକ୍ଷୀମାନଙ୍କ ଠିକଣା ଓ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ ।   ଏପରିକି ମାମଲାର କେସ୍‌ ରେକର୍ଡ କିମ୍ବା ଅଦାଲତଙ୍କ ରାୟରେ ମଧ୍ୟ ସାକ୍ଷୀଙ୍କ ନାଁ ଉଲ୍ଲେଖ ରହିବନି ବୋଲି ସ୍ୱତନ୍ତ୍ର ପ୍ରସ୍ତାବରେ ଦର୍ଶାଯାଇଛି।

ଏହି ମାମଲାରେ ବେଲ୍‌ ମିଳିବା କଷ୍ଟକର ହୋଇପଡ଼ିବ। ଅଭିଯୁକ୍ତ ଅପରାଧ ଘଟାଇ ନ ଥିବା ଅଦାଲତ ହୃଦୟଙ୍ଗମ କଲଷ ହିଁ ବିଲ୍‌ ମିଳିପାରିବ । ରାଜନୈତିକ ଉଦ୍ଦେଶ୍ୟ ରଖି ଏହାର ଅପବ୍ୟବହାର ହେବାର ବହୁତ ଆଶଙ୍କା ରହିଛି । ଫଳରେ ଏହି ଆଇନ୍‌ ବଳରେ ଫସିଥିବା ବ୍ୟକ୍ତିଙ୍କ ପକ୍ଷେ ମୁକୁଳିବା ଅଧିକ କଷ୍ଟକର ହୋଇଯିବ । ତେଣୁ ଏପରି ବିଲ୍‌ର ସେପରି କିଛି ଆବଶ୍ୟକତା ନ ଥିଲା ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ।

 

The post ଆସୁଛି ଗୁଣ୍ଡା ଆଇନ୍‌; ପ୍ରମାଦ ଗଣିବେ ଦୁର୍ଦ୍ଦାନ୍ତ ଅପରାଧୀ appeared first on Odisha Reporter.



from Odisha Reporter https://ift.tt/2Yn4bhA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages