ଇରାକ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 6, 2021

ଇରାକ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ

ବାଗଦାଦ: ଇରାକର ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ୍‌-କଦିମିଙ୍କୁ ଆଜି ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା। ତେବେ ସେ ପୂରା ସୁରକ୍ଷିତ ଅଛନ୍ତି। ଇରାକ ସେନା ପକ୍ଷରୁ ଏକଥା କୁହାଯାଇଛି।

ଆଜି ସକାଳେ ଏକ ବିସ୍ଫୋରକ ଭର୍ତ୍ତି ଡ୍ରୋନ୍‌ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆକ୍ରମଣ କରିଥିଲା। ଏଥିରେ ପ୍ରଧାନମନ୍ତ୍ରୀଙ୍କ ଘର ବାହାରେ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ମଧ୍ୟରୁ ୬ ଜଣ ଆହତ ହୋଇଛନ୍ତି। କିନ୍ତୁ ଏହି ଆକ୍ରମଣରେ ପ୍ରଧାନମନ୍ତ୍ରୀଙ୍କର କିଛି ହୋଇନାହିଁ। ସେନା ପକ୍ଷରୁ ଏ ସଂପର୍କରେ ଆଉ କିଛି ଅଧିକ ସୂଚନା ଦିଆଯାଇନାହିଁ।

ପ୍ରଧାନମନ୍ତ୍ରୀଙ୍କ ସରକାରୀ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଉଲ୍ଲେଖ କରାଯାଇଛି ଯେ ସେ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଏହା ସହିତ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି।

ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ଆମେରିକା ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯାଇଛି। ଏହା ନିଶ୍ଚିତ ଭାବେ ଆତଙ୍କବାଦୀଙ୍କ କାର୍ଯ୍ୟ ବୋଲି ଆମେରିକା କହିଛି।

ଡ୍ରୋନ୍ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଥିବା ଗ୍ରୀନ୍ ଜୋନ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏହି ଗ୍ରୀନ୍‌ ଜୋନ୍‌ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସହିତ ସରକାରୀ ଅଫିସ୍‌ ଗୁଡ଼ିକ ରହିଛି। ଏଥିରେ ଅନ୍ୟାନ୍ୟ ଦେଶର ଦୂତାବାସ ଗୁଡ଼ିକ ମଧ୍ୟ ରହିଛି।

ଗତ ମାସରେ ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ହିଂସାକାଣ୍ଡ ଘଟିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଆକ୍ରମଣ ହୋଇଛି। ଭୋଟ୍‌ ଗଣତିରେ ହେରାଫେରି ଅଭିଯୋଗ କରି ନିର୍ବାଚନ ଫଳାଫଳକୁ ବିରୋଧ କରି ଆସୁଥିବା ଦଳ ଓ ସମର୍ଥକମାନେ ଏହାକୁ ନେଇ ଆନ୍ଦୋଳନ କରୁଛନ୍ତି। ଗତ ଶୁକ୍ରବାର ଆନ୍ଦୋଳନକାରୀମାନେ ଗ୍ରୀନ୍‌ ଜୋନ୍‌ ନିକଟରେ ପଥରମାଡ଼ କରିଥିଲେ। ସେମାନେ ପୁଲିସ୍ ଉପରକୁ ମଧ୍ୟ ଲକ୍ଷ କରି ପଥରମାଡ଼ କରିଥିଲେ। ପୁଲିସ୍ ପକ୍ଷରୁ ଲୁହବୁହା ଗ୍ୟାସ୍ ଓ ଗୁଳିମାଡ଼ କରାଯାଇଥିଲା। ଏଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ।

The post ଇରାକ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ appeared first on Odisha Reporter.



from Odisha Reporter https://ift.tt/3kdxqLy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages