ଆଜିଠୁ ପଞ୍ଚୁକ, ଜଗା ଦର୍ଶନ କରିପାରିବେନି ଭକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 14, 2021

 ଆଜିଠୁ ପଞ୍ଚୁକ, ଜଗା ଦର୍ଶନ କରିପାରିବେନି ଭକ୍ତ

ପୁରୀ (ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ। ହବିଷ ଖାଇ ନିଷ୍ଠାର ସହ ବ୍ରତ ପାଳନ କରିବେ ହବିଷ୍ୟାଳି।  ହେଲେ ଆଜି ହୋଇପାରିବନି ଜଗା ଦର୍ଶନ। ଆଜି ବଡ ଏକାଦଶୀ ଥିବାବେଳେ ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ ହେବ। ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟବସ୍ତ୍ର ଆଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ବିଭୂଷିତ କରିଥାନ୍ତି। ତେବେ ପ୍ରବଳ ଭିଡ଼ ଆଶଙ୍କାରେ ଆଜି ଭକ୍ତଙ୍କ ପାଇଁ ଜଗା ଦର୍ଶନ ବନ୍ଦ ରଖିଛି ଶୀମନ୍ଦିର ପ୍ରଶାସନ।  ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ହବିଷ୍ୟାଳି।

ତେବେ କାର୍ତ୍ତିକ ମାସରେ ପୁରୀକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସିବାର ସମ୍ଭାବନା ଥିବାରୁ କରୋନା କଟକଣା ଦୃଷ୍ଟିରୁ ବ୍ୟାପକ ବ୍ୟବସ୍ଥା କରିଛି ପୁଲିସ ପ୍ରଶାସନ।  ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ୩ ଜଣ ଅତିରିକ୍ତ ଏସ୍‌ପି, ୧୦ ଡିଏସ୍‌ପି, ୩୦ ଇନସପେକ୍ଟର ଓ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ।  ଟ୍ରାଫିକ୍ ବ୍ୟବସ୍ଥାକୁ ୨ ଭାଗରେ ବିଭକ୍ତ କରାଯାଇଥିବା ବେଳେ, ବଡ଼ଦାଣ୍ଡ ମରିଚିକୋଟ ଛକରୁ ବ୍ୟାରିକେଡ୍ ଦେଇ ଭକ୍ତ ପ୍ରବେଶ କରିବେ।

The post  ଆଜିଠୁ ପଞ୍ଚୁକ, ଜଗା ଦର୍ଶନ କରିପାରିବେନି ଭକ୍ତ appeared first on Odisha Reporter.



from Odisha Reporter https://ift.tt/3oxE5lf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages