ଦୁର୍ଘଟଣାରେ ଚାଲିଗଲା ୫ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 14, 2021

ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

ଫୁଲବାଣୀ/ବରଗଡ଼(ଓଡ଼ିଶା ରିପୋର୍ଟର): ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ସ଼ଡକ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଛି।  କେଉଁଠି ଗଛରେ ତ କେଉଁଠି ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ବାଇକ୍‌। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  କନ୍ଧମାଳ ଜିଲ୍ଲା ଓ ବରଗଡ଼ ଜିଲ୍ଲାରେ ଘଟିଛି। କନ୍ଧମାଳ ଜିଲ୍ଲାରେ ହୋଇଥିବା ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଥିବା ବେଳେ ବରଗଡ଼ ଜିଲ୍ଲା ଦୁର୍ଘଟଣାରେ ୨ ଜଣ ଆଖି ବୁଜିଛନ୍ତି।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଭାରସାମ୍ୟ ହରାଇ ଏକ ବାଇକ୍‌ ଗଛରେ ପିଟିହେଲା । ଫଳରେ ଘଟଣାସ୍ଥଳରେ ୨ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ଅନ୍ୟଜଣେ ଗୁରୁତରଙ୍କୁ ମେଡିକାଲ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ୩ ଜଣ ଯୁବକ ଗୋଟିଏ ପଲସର ବାଇକ୍‌ ଯୋଗେ ଜି.ଉଦୟଗିରିରୁ ରାଇକିଆ ଅଭିମୁଖେ ଯାଉଥିଲେ । ବାକିଙ୍ଗିଆ ନିକଟ ଗଡ଼ିସିଲା ଘାଟି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ ଏକ ଗଛରେ ବାଇକ୍‌ଟି ପିଟି ହୋଇଯାଇଥିଲା ।

ସେହିପରି ବରଗଡ଼ ଜିଲ୍ଲା ଭଟଲି ଥାନା ସୁକୁଡ଼ାରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇଜଣ ଯୁବକ ପ୍ରାଣ ହରାଇଛନ୍ତି  । ଯୁବକଦ୍ୱୟ ଏକ ବାଇକ୍ ଯୋଗେ କେଦାରନାଥସ୍ଥିତ ଶିବ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ । ଫେରିବା ସମୟରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍‌  ଖୁଣ୍ଟରେ ବାଇକ୍‌ଟି ବାଡେଇ ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟ ଯୁବକଙ୍କ ମୃତ୍ୟୁ ହୋଇଛି  ।

The post ଦୁର୍ଘଟଣାରେ ଚାଲିଗଲା ୫ ଜୀବନ appeared first on Odisha Reporter.



from Odisha Reporter https://ift.tt/3kBSOKN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages