ଦରକାର ପଡ଼ିଲେ ପୁଣି ଥରେ ଫେରିବ କୃଷି ଆଇନ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 20, 2021

ଦରକାର ପଡ଼ିଲେ ପୁଣି ଥରେ ଫେରିବ କୃଷି ଆଇନ୍‌ !

ନୂଆଦିଲ୍ଲୀ:ବହୁ ବିବାଦୀୟ କୃଷି ଆଇନ୍‌ ପ୍ରତ୍ୟାହାର ନେଇ ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଏହାକୁ ନେଇ ଜୋର ଧରିବାରେ ଲାଗିଛି ରାଜନୀତି। ଆମେମାନେ ଏହି ନିୟମର ଉପକାରିତା ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇପାରିଲୁନି। ତେଣୁ ଏହାକୁ ପ୍ରତ୍ୟାହାର କରି ନେଉଛୁ ବୋଲି ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ ମୋଦି।

ଏହା କୃଷକଙ୍କ ବିଜୟ ବୋଲି କହି ବିରୋଧୀ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଏହି ଆଇନ୍‌ ପୁଣି ଥରେ ଫେରିପାରେ ବୋଲି କହିଛନ୍ତି ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର। କୃଷି ବିଲ୍‌ ଆଇନ୍‌ ଏବେ ପ୍ରତ୍ୟାହୃତ ହୋଇଥିଲେ ବି ଆବଶ୍ୟକ ପଡ଼ିଲେ ଏହି ଆଇନ୍‌ ପୁଣି ଥରେ ଫେରିପାରେ ବୋଲି ଗଣମାଧ୍ୟମକୁ କହିଛନ୍ତି କଲରାମ ମିଶ୍ର। ଏପରି ଆଶଙ୍କା ବହୁ କୃଷକ ସଙ୍ଗଠନ ମଧ୍ୟ ବ୍ୟକ୍ତ କରି ସାରିଛନ୍ତି । ତେଣୁ ସଂସଦରେ ଏହା ପାରିତ ନ ହେବା ଯାଏ ଆନ୍ଦୋଳନ ପ୍ରତ୍ୟାହାର କରାଯିବନି ବୋଲି ଚେତାବନୀ ଦେଇଛନ୍ତି କୃଷକ ସଙ୍ଗଠନ ।

ଏନେଇ କଲରାଜ ମିଶ୍ର କହିଛନ୍ତି, କୃଷି ଆଇନ୍‌ କୃଷକଙ୍କ ହିତ ପାଇଁ ଲାଗୁ କରାଯାଇଥିଲା। ଏପରିକି ଏହାର ମହତ୍ତ୍ୱ ସମ୍ପର୍କରେ ଚାଷୀଙ୍କୁ ବୁଝାଇବାକୁ  ନିରନ୍ତର ପ୍ରୟାସ ବି କରିଯାଇଥିଲା। ଏହାସତ୍ତ୍ୱେ ଏହି ଆଇନ୍‌କୁ ଫେରାଇ ନେବା ଜିଦ୍‌ରେ କୃଷକମାନେ ଅଡ଼ି ବସିଲେ। ଶେଷରେ ସରକାର ବି ସେହି ପଦକ୍ଷେପ ନେଲେ। ସମ୍ପୂର୍ଣ୍ଣ ଶାଳୀନତା, ବିନମ୍ରତାର ସହ ପ୍ରଧାନମନ୍ତ୍ରୀ ଏହି ଆଇନ୍‌କୁ ପ୍ରତ୍ୟାହାର କରି ନେଇଛନ୍ତି। ଏହା ଏକ ଭଲ ପଦକ୍ଷେପ । ସରକାର ପରିସ୍ଥିତିର ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେଇଛନ୍ତି। ଏବେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲେ ବି ଦରକାର ପଡ଼ିଲେ ପୁଣି ଥରେ ଏ ସମ୍ପର୍କୀତ ଆଇନ୍‌ ଆସିପାରେ ବୋଲି ସୂଚନା ଦେଇଛନ୍ତି କଲରାଜ ।

ପ୍ରଧାନମନ୍ତ୍ରୀଙ୍କ ସହ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ।

 

କଲରାଜଙ୍କ ପୂର୍ବରୁ ବିଜେପି ସାଂସଦ ସାକ୍ଷୀ ମହାରାଜ ମଧ୍ୟ ଏହି କଥା ଦୋହରାଇଥିଲେ। ସେ କହିଥିଲେ ବିଲ୍‌ ଆସିଥାଏ, ବିଗିଡ଼ି ବି ଥାଏ। ହେଲେ ଏହାପରେ ଆବଶ୍ୟକ ପଡ଼ିଲେ ପୁଣି ଥରେ ବି ଫେରି ଆସିଥାଏ। ଏପରିକି ସେ କହିଥିଲେ, ରାଷ୍ଟ୍ର ଓ ବିଲ୍‌ ମଧ୍ୟରୁ ପ୍ରଧାମନ୍ତ୍ରୀ ରାଷ୍ଟ୍ରକୁ ବାଛିଛନ୍ତି।

ହେଲେ ବିଜେପି ସାଂସଦ ମୁକେଶ ରାଜପୁତ ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ  ସହଜେ ଗ୍ରହଣ କରିବା ମୁଡରେ ନାହାନ୍ତି। ପ୍ରଧାନମନ୍ତ୍ରୀ ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଏହି ବିବାଦୀୟ ବିଲ୍‌କୁ ପ୍ରତ୍ୟାହାର କରିନେଇଥିବା ବେଳେ ଏହାକୁ ସଂସଦରେ ପାସ୍‌ କରାଇବା ବାକି ଅଛି। ଏହାପୂର୍ବରୁ ଆସନ୍ତା ବୁଧବାର ହେବାକୁ ଥିବା କ୍ୟାବିନେଟ ବୈଠକରେ ଏହାକୁ ପାରିତ କରାଯିବ । ଚଳିତ ମାସ ଶେଷରେ ସଂସଦ ବସିବ । ଏହି ସମୟରେ ଏହି ଆଇନ୍‌ ପ୍ରତ୍ୟାହାର କରିବା ପାଇଁ ବିଲ୍‌ ଆଗତ ହେବ ।

The post ଦରକାର ପଡ଼ିଲେ ପୁଣି ଥରେ ଫେରିବ କୃଷି ଆଇନ୍‌ ! appeared first on Odisha Reporter.



from Odisha Reporter https://ift.tt/3oLPSw7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages