ଧୋଇଗଲା ରେଲୱେ ଟ୍ରାକ୍‌, ଆନ୍ଧ୍ରକୁ ବାତିଲ ହେଲା ୫୦ ଟ୍ରେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 20, 2021

ଧୋଇଗଲା ରେଲୱେ ଟ୍ରାକ୍‌, ଆନ୍ଧ୍ରକୁ ବାତିଲ ହେଲା ୫୦ ଟ୍ରେନ୍‌

ହାଇଦ୍ରାବାଦ: ପ୍ରବଳ ବର୍ଷା ପାଇଁ ଆନ୍ଧ୍ରକୁ ଗଡିବନି ଟ୍ରେନ । ଆନ୍ଧ୍ରପ୍ରଦେଶ ଯିବାକୁ ସମସ୍ତ ଟ୍ରେନକୁ ବାତିଲ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ବନ୍ୟା ସ୍ଥିତି ପାଇଁ  ଆନ୍ଧ୍ରପ୍ରଦେଶକୁ  ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି।  ବନ୍ୟା ଯୋଗୁ ବହୁ ଟ୍ରେନ୍‌ ଲାଇନ୍‌ ଧୋଇ ହୋଇ ଯାଇଥିବା ବେଳେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଛି।

ଭୁବନେଶ୍ୱର ରେଳ ଷ୍ଟେସନରୁ ଛାଡିବାକୁ ଥିବା  ଭୁବନେଶ୍ୱର- ତିରୁପତି ଏକ୍ସପ୍ରେସକୁ ବାତିଲ କରିଛି ଇଷ୍ଟକୋଷ୍ଟ ରେଲୱେ । ସେପଟେ ଭୁବନେଶ୍ୱର-ଯଶୋବନ୍ତପୁର ଟ୍ରେନ୍‌ ଯାତ୍ରା ମାର୍ଗ ନିୟନ୍ତ୍ରିତ ହେବ ବୋଲି ସୂଚନା ଦେଇଛି ରେଳ ବିଭାଗ । ସେହିପରି ଆନ୍ଧ୍ରକୁ ଯିବାକୁ ଥିବା  ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଟ୍ରେନକୁ ବାତିଲ କରିଛି ଦକ୍ଷିଣ କେନ୍ଦ୍ର ରେଳୱ । ସେପଟେ ବିଶାଖାପାଟଣାରୁ ଯଶୋବନ୍ତପୁର ମଧ୍ୟରେ ଟ୍ରେନ୍ ଚଳାଚଳକୁ ସଂପୂର୍ଣ୍ଣ ବାତିଲ କରାଯାଇଛି ।

ପ୍ରବଳ ବର୍ଷା ଯୋଗୁଁ ରେଳ ଧାରଣାରେ ପାଣି ଜମି ରହିବାରୁ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇ ରେଳ ବିଭାଗ । ପ୍ରବଳ ବର୍ଷାରେ ଆନ୍ଧ୍ରର ଧର୍ମାଭରମ – ପକଳା ସେକସନରେ ରେଳ ଧାରାଣା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ  ହୋଇଛି । ଏଥିଯୋଗୁ ଆନ୍ଧ୍ର ଯିବାକୁ ଟିକେଟ କରିଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

ବର୍ଷା ଯୋଗୁଁ ଆନ୍ଧ୍ରର ଅନେକ ଅଂଚଳ ଜଳମଗ୍ନ ଥିବା ବେଳେ ପ୍ରାୟ ୨୪ ଜଣ ପ୍ରାଣ ହରାଇ ସାରିଥିବା ସୂଚନା ମିଳିଛି । ଏପରିକି ଶହେରୁ ଉର୍ଦ୍ଧ  ନିଖୋଜ ଥିବା ଜଣା ପଡିଛି ।   ବଙ୍ଗୋପସାଗରରେ ସୃଷ୍ଟି  ହୋଇଥିବା ଲଘୁଚାପ ପ୍ରଭାବରେ ଆନ୍ଧ୍ରରେ ଗତ  ୩ ଦିନ ହେଲା ପ୍ରବଳ ବର୍ଷ ଲାଗି ରହିଛି । ତିରୁପତିରେ ରେକର୍ଡ ବର୍ଷା ହୋଇଥିବା  ପାଣିପାଗ ବିଭାଗ ସୂଚନା ଦେଇଛି । କେବଳ ଚିତ୍ତୁର ସହରରେ  ୧୨ ସେଣ୍ଟିମିଟରରୁ ୧୯ ସେଣ୍ଟିମିଟର ବର୍ଷା ହୋଇଛି ।

ପ୍ରବଳ ପାଣିରେ ତିରୁପତିଙ୍କ ଦର୍ଶନ ପାଇଁ ଆସିଥିବା  ହଜାର ହଜାର ଶ୍ରଦ୍ଧାଳୁ  ଫସି ରହିଛନ୍ତି । ସହରକୁ ସମସ୍ତ ଯାତାୟାତ ଠପ୍ ରହିଛି । ବସ୍ ଚଳାଚଳ  ବନ୍ଦ ରହିଥିବା ବେଳେ  ବିମାନ ସେବା ମଧ୍ୟ ସଂପୂର୍ଣ୍ଣ ବନ୍ଦ ରହିଛି । ଏପରିକି ସମସ୍ତ ସ୍କୁଲ କଲେଜକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

The post ଧୋଇଗଲା ରେଲୱେ ଟ୍ରାକ୍‌, ଆନ୍ଧ୍ରକୁ ବାତିଲ ହେଲା ୫୦ ଟ୍ରେନ୍‌ appeared first on Odisha Reporter.



from Odisha Reporter https://ift.tt/3CzrMcV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages